Advertisment

୯୫ ବର୍ଷରେ ବି ୧୨୦ କିମି ଯାଇ ପିଲାଙ୍କୁ ଦେଉଛନ୍ତି ଶିକ୍ଷା

ଯେଉଁ ବୟସରେ ଲୋକମାନେ ନିଜକୁ ବୃଦ୍ଧ ଦର୍ଶାଇ କୌଣସି କାର୍ଯ୍ୟରେ ଅକ୍ଷମ ବୋଲି ଭାବନ୍ତି ସେହି ସମୟରେ ଜଣେ ୯୫ ବର୍ଷୀୟ ପ୍ରଫେସର ଅଛନ୍ତି ଯିଏ ପ୍ରତିଦିନ ୧୨୦ କିଲୋମିଟର ଯାତ୍ରା କରନ୍ତି ଆଉ ପିଲାମାନଙ୍କୁ ପାଠ ପଢାନ୍ତି। ସେ ହେଲେ ପଦାର୍ଥ ବିଜ୍ଞାନର ପ୍ରଫେସର ଚିଲୁକୁରୀ ସାନ୍ତମ୍ମା ।

ଅଦ୍ୟତନ ହୋଇଛି
95 year old chilukuri santhamma still teaches physics in university

95 year old chilukuri santhamma still teaches physics in university

Advertisment

ଯଦି କିଛି କରିବାର ଇଛା ଥାଏ ତେବେ 'ବୟସ କେବଳ ଏକ ସଂଖ୍ୟା'। ଏହା ପ୍ରାୟତଃ କୁହାଯାଏ। ତଥାପି, ଭାରତର ଅଧିକାଂଶ ଲୋକ ଅବସର ନେବା ପୂର୍ବରୁ ସେମାନଙ୍କର ଅବସର ପରର ଜୀବନକୁ ନେଇ ଯୋଜନା କରିବା ଆରମ୍ଭ କରନ୍ତି। ଲୋକମାନେ ନିଜକୁ ବୃଦ୍ଧ ଦର୍ଶାଇ କୌଣସି କାର୍ଯ୍ୟରେ ଅକ୍ଷମ ବୋଲି ଭାବନ୍ତି। କିନ୍ତୁ ଜଣେ ୯୫ ବର୍ଷୀୟ ପ୍ରଫେସର ଅଛନ୍ତି ଯିଏ ପ୍ରତିଦିନ ୧୨୦ କିଲୋମିଟର ଯାତ୍ରା କରନ୍ତି ଆଉ ପିଲାମାନଙ୍କୁ ପାଠ ପଢାନ୍ତି। ସେ ହେଲେ ପଦାର୍ଥ ବିଜ୍ଞାନର ପ୍ରଫେସର ଚିଲୁକୁରୀ ସାନ୍ତମ୍ମା ।

Advertisment

୯୫ ବର୍ଷୀୟ ଏହି ପ୍ରଫେସର କ୍ରୁଚ୍ ସାହାଯ୍ୟରେ ଚାଲନ୍ତି। ସେ ପ୍ରତିଦିନ ବିଶାଖାପାଟନମରୁ ୬୦ କିଲୋମିଟର ଦୂରରେ ଥିବା ବିଜୟନଗରମକୁ ଯିବା ଆସିବା କରନ୍ତି। ଏହି ବୟସରେ ମଧ୍ୟ ସେ ପ୍ରତିଦିନ ୧୨୦ କିଲୋମିଟର ଯାତ୍ରା କରନ୍ତି। ବର୍ତ୍ତମାନ ସେ ଆନ୍ଧ୍ରପ୍ରଦେଶର ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ପଢଉଛନ୍ତି। ସେ ଗତ ୬ ଦଶନ୍ଧି ଧରି ଏଠାରେ ଶିକ୍ଷାଦାନ କରୁଛନ୍ତି।

ସାନ୍ତମ୍ମା ଦୁନିଆର ସର୍ବ ପୁରାତନ ପ୍ରଫେସରମାନଙ୍କ ମଧ୍ୟରୁ ଅନ୍ୟତମ। ତାଙ୍କ ଛାତ୍ରମାନେ ତାଙ୍କ ଉପରେ ବହୁତ ପ୍ରଭାବିତ। ସେ କ୍ଲାସରେ କେବେ ବି ବିଳମ୍ବରେ ପହଞ୍ଚନ୍ତି ନାହିଁ। ସେ ବହୁତ ସମୟାନୁବର୍ତ୍ତୀ। ଛାତ୍ରମାନେ ତାଙ୍କୁ ଏନସାଇକ୍ଲୋପିଡିଆ ବୋଲି କୁହନ୍ତି।

Advertisment

ପ୍ରଫେସର ଚିଲୁକୁରୀ ସାନ୍ତମ୍ମା ୮ ମାର୍ଚ୍ଚ ୧୯୨୯ ରେ ଆନ୍ଧ୍ରପ୍ରଦେଶର ମଛଲିପାଟନମରେ ଜନ୍ମଗ୍ରହଣ କରିଥିଲେ। ଯେତେବେଳେ ତାଙ୍କୁ ମାତ୍ର ୫ ମାସ ହୋଇଥିଲା, ସେତେବେଳେ ତାଙ୍କ ବାପାଙ୍କର ଦେହାନ୍ତ ହୋଇଥିଲା। ୧୯୪୫ ମସିହାରେ, ଯେତେବେଳେ ସେ AVN କଲେଜରେ +୨ରେ ଥିଲେ, ସେତେବେଳେ ସେ ମହାରାଜ ବିକ୍ରମ ଦେବ ବର୍ମାଙ୍କଠାରୁ ପଦାର୍ଥ ବିଜ୍ଞାନ ପାଇଁ ସ୍ୱର୍ଣ୍ଣ ପଦକ ପାଇଥିଲେ।

ପ୍ରଫେସର ସାନ୍ତାମ୍ମା ଆନ୍ଧ୍ର ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ବିଏସ୍‌ସି ଓ ମାଇକ୍ରୋୱେଭ୍ ସ୍ପେକ୍ଟ୍ରସ୍କୋପିରେ ଡିଏସ୍‌ସୋ (ପିଏଚ୍‌ଡି ସହିତ ସମାନ) କରିଛନ୍ତି। ସେ ୧୯୫୬ ମସିହାରେ ଆନ୍ଧ୍ର ବିଶ୍ୱବିଦ୍ୟାଳୟର ବିଜ୍ଞାନ କଲେଜରେ ପଦାର୍ଥ ବିଜ୍ଞାନ ଅଧ୍ୟାପକ ଭାବରେ ଶିକ୍ଷାଦାନ ଆରମ୍ଭ କରିଥିଲେ।

Advertisment

ପ୍ରଫେସର ସାନ୍ତାମ୍ମା କେନ୍ଦ୍ର ସରକାରରେ CSIR ଏବଂ UGC ସମେତ ବିଭିନ୍ନ ବିଭାଗରେ କାର୍ଯ୍ୟ କରିଛନ୍ତି । ଏହା ବ୍ୟତୀତ ସେ ବେଦ, ପୁରାଣ ଏବଂ ଉପନିଷଦ ଉପରେ ପୁସ୍ତକ ମଧ୍ୟ ଲେଖିଛନ୍ତି। ପୁସ୍ତକର ନାମ ହେଉଛି- ‘ଭଗବଦ୍ ଗୀତା – ଦ ଡିଭାଇନ୍ ଡାୟରେକ୍ଟିଭ୍’। ସେ ଏହି ପୁସ୍ତକରେ ଗୀତାର ପଦଗୁଡ଼ିକୁ ଇଂରାଜୀରେ ଅନୁବାଦ କରିଛନ୍ତି।

ପରମାଣୁ ସ୍ପେକ୍ଟ୍ରସ୍କୋପି ଏବଂ ମଲିକୁଲାର ସ୍ପେକ୍ଟ୍ରସ୍କୋପି ବିଶ୍ଳେଷଣ ପାଇଁ ପ୍ରଫେସର ସାନ୍ତାମ୍ମା ଅନେକ ସମ୍ମାନ ଏବଂ ପୁରସ୍କାର ଗ୍ରହଣ କରିଛନ୍ତି। ୨୦୧୬ ମସିହାରେ ବରିଷ୍ଠ ବୈଜ୍ଞାନିକ ବର୍ଗରେ ସ୍ୱର୍ଣ୍ଣ ପଦକ ପାଇଥିଲେ।

Trending Educational Institute Inspirational Story Good News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ