Advertisment

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ୩ ବର୍ଷର ବିସ୍ମୟ ବାଳକ

ପାଟି ଠିକ୍ ସେ ଖୋଲି ନଥିଲେବି ପ୍ରଖର ବୁଦ୍ଧି ସମସ୍ତଙ୍କୁ କରୁଛି ଚକିତ।

ଅଦ୍ୟତନ ହୋଇଛି
India Book Of Records

India Book Of Records

Advertisment

୩ ବର୍ଷର କୁନି ପିଲାର ବିଚକ୍ଷଣ ବୁଦ୍ଧି। ଯାହା ବି ପଚାର, ପାଟି ଭଲ ଭାବେ ଖୋଲିନଥିଲେବି କହିଦେବ ସବୁକିଛି। ନିଜର ବୁଦ୍ଧି ଓ ପ୍ରତିଭା ବଳରେ ଇଣ୍ଡିଆ ବୁକ୍ ଅଫ ରେକର୍ଡସରେ ସ୍ଥାନ ପାଇଛି ଖୋର୍ଦ୍ଧା ଜିଲ୍ଲାର ୩ ବର୍ଷର ପୁଅ  ସ୍ୱୟଂ ଦିବ୍ୟାଂଶୁ ସାହୁ। ବନମାଳୀପୁର ମଠ ସାହିର କୃଷ୍ଣଚନ୍ଦ୍ର ସାହୁ ଓ ଅର୍ଣ୍ଣପୂର୍ଣ୍ଣା ସାହୁଙ୍କର ୩ ବର୍ଷର ପୁଅ ସ୍ୱୟଂ ଦିବ୍ୟାଂଶୁ ସାହୁ। ବିଭିନ୍ନ ଦେଶ ଓ ରାଜ୍ୟର ନାମ ଏବଂ ତାର ରାଜଧାନୀ ପଚାରିବା ମାତ୍ରକେ ଚଟକିନା ଦେଉଛନ୍ତି ସଠିକ୍ ଉତ୍ତର।

Advertisment

କେବଳ ସେତିକି ନୁହେଁ ବାର ମାସ, ଛଅ ଋତୁ, ସପ୍ତାହ ପଚାରିଲେ କହୁଛି। ବିଭିନ୍ନ ଜୀବଜନ୍ତୁଙ୍କ ନାମ, ଫଳମୂଳ ପନିପରିବାର ନାମକୁ ହିନ୍ଦୀ ଇଂରାଜୀରେ ପଚାରିଲେ କହୁଛି। ଏପରିକି ତାର କୁନି ହାତରେ ରଙ୍ଗ ବେରଙ୍ଗର ଚିତ୍ର ଆଙ୍କି ଦେଉଛି। ଏହି ପ୍ରତିଭା ହିଁ ତାକୁ ଇଣ୍ଡିଆ ବୁକ ଅଫ ରେକର୍ଡରେ ସଫଳତା ଦେଇଛି।

ପାଟି ଠିକ୍ ସେ ଖୋଲି ନଥିଲେବି ପ୍ରଖର ବୁଦ୍ଧି ସମସ୍ତଙ୍କୁ କରୁଛି ଚକିତ। ଏସବୁ ପୁଅର ପ୍ରତିଭା ଦେଖି ତାଙ୍କ ମା ଇଣ୍ଡିଆ ବୁକ୍ ଅଫ ରେକର୍ଡସରେ ଆବେଦନ କରିଥିଲେ। ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇବା ପର ଠାରୁ ଶୁଭେଛାର ସୁଅ ଛୁଟୁଛି। ବନ୍ଧୁ ପରିବାର ବର୍ଗ ତାର ଏହି ପ୍ରତିଭା ଦେଖି ଶୁଭେଚ୍ଛା ଜଣାଇଛନ୍ତି। ଦିବ୍ୟାଂଶୁ ପାଇଁ ବନମାଳୀପୁର ଅଂଚଳ ଗର୍ବିତ। ସମସ୍ତେ ଦିବ୍ୟାଂଶୁକୁ ଆଶୀର୍ବାଦ ସହ ତାର ଉଜ୍ୱଳ ଭବିଷ୍ୟତ କାମନା କରୁଛନ୍ତି। ସେ ଏବେ ବନମାଳୀପୁରର ଏକ ଘରୋଇ ବିଦ୍ୟାଳୟରେ ନାମ ଲେଖାଇଛନ୍ତି।

Advertisment

ରିପୋର୍ଟ: ବିନୟ ମିଶ୍ର

India Book Of Records 3 Years Boy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ