Advertisment

ସାନ ସିନା ଦାନ ତା ମହାନ; ୨୧ମାସର ଶିଶୁ ବଞ୍ଚାଇଲା ଦୁଇ ଜୀବନ

ଚେନ୍ନାଇର ଡାକ୍ତର ଟିମ୍ ଓ ଭୁବନେଶ୍ୱର ଏମ୍ସର ଡାକ୍ତରୀ ଟିମ୍ ମେଡିକାଲରେ ପହଞ୍ଚି ଶିଶୁଟିର ହାର୍ଟ ଓ ଲିଭର ପ୍ରତିରୋପଣ ପାଇଁ ନେଇଛନ୍ତି। ଚେନ୍ନାଇର MGM ହସ୍ପିଟାଲରେ ଚିକିତ୍ସିତ ଅନ୍ୟ ଏକ ଶିଶୁର ଶରୀରରେ ଲାଗିବ ପ୍ରତ୍ୟୁଷର ହାର୍ଟ।

ଅଦ୍ୟତନ ହୋଇଛି
Organ Donation

Organ Donation

Advertisment

ବୟସ ୨ବର୍ଷ ବି ନୁହେଁ। ଦୁଇ ଦିନ ପାଇଁ ଏଇ ଦୁନିଆକୁ ଆସିଥିଲା। ଆଉ ଦେଇଗଲା ୨ନୂଆ ଜୀବନ। ମୃତ୍ୟୁ ପରେ ବି ଅମର ହୋଇଯାଇଛି କୁନି ପ୍ରତ୍ୟୁଷ। ଯାହାର ଅଂଗ ଆଜି ଦୁଇ ନୀରିହ ଜୀବନ ବଞ୍ଚାଇଛି। ସାନ ହୋଇ ବି ତାର ମହତ ଦାନକୁ କେବେ ଭୁଲି ହେବନି।

Advertisment

ଜନ୍ମ ହେବା ପରେ ଦୀର୍ଘ ଦିନ ଧରି ମେଡିକାଲରେ ଶଯ୍ୟାଶାୟୀ ଥିଲା ପ୍ରତ୍ୟୁଷ। ମସ୍ତିଷ୍କ ଜନିତ ରୋଗରୁ ରକ୍ଷା ପାଇବା ଲାଗି ଢେର୍ ସଂଘର୍ଷ କରିଥିଲା। ମାତ୍ର ଆଉ ପାରିଲାନି। ସମସ୍ତଙ୍କୁ ଛାଡ଼ି ଚାଲିଗଲା ୨୧ ମାସର କୁନି ଛୁଆ। ଆଉ ଯିବା ବେଳେ ବଞ୍ଚାଇଦେଲା ଅନ୍ୟ ଦୁଇଟି ଜୀବନ। ଅଙ୍ଗ ଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଲେ ପ୍ରତ୍ୟୁଷର ବାପା ମାଆ।

ଏ ହେଉଛି ଭୁବନେଶ୍ୱର ଜଣେ ଚିତ୍ରଶିଳ୍ପୀ ଗୌରୀଶଙ୍କରଙ୍କ ପୁଅ ପ୍ରତ୍ୟୁଷର କାହାଣୀ। ଜନ୍ମ ହେବା ପରେ ମସ୍ତିଷ୍କ ଜନିତ ସମସ୍ୟା ଥିଲା। ଏଥିପାଇଁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ପ୍ରତ୍ୟୁଷର ଚିକିତ୍ସା ଚାଲିଥିଲା। ମାତ୍ର ଦୀର୍ଘ ଦିନର ଚିକିତ୍ସା ପରେ ଡାକ୍ତର ବ୍ରେନ୍ ଡେଡ୍ ଘୋଷଣା କରିବା ପରେ ବାପା ମାଆ ଏହି ମହତ ନିଷ୍ପତ୍ତି ନେଇଥିଲେ।

Advertisment

ଚେନ୍ନାଇର ଡାକ୍ତର ଟିମ୍ ଓ ଭୁବନେଶ୍ୱର ଏମ୍ସର ଡାକ୍ତରୀ ଟିମ୍ ମେଡିକାଲରେ ପହଞ୍ଚି ଶିଶୁଟିର ହାର୍ଟ ଓ ଲିଭର ପ୍ରତିରୋପଣ ପାଇଁ ନେଇଛନ୍ତି। ଚେନ୍ନାଇର MGM ହସ୍ପିଟାଲରେ ଚିକିତ୍ସିତ ଅନ୍ୟ ଏକ ଶିଶୁର ଶରୀରରେ ଲାଗିବ ପ୍ରତ୍ୟୁଷର ହାର୍ଟ। ସେହିଭଳି ନୂଆଦିଲ୍ଲୀର ILBS ହସ୍ପିଟାଲରେ ଚିକିତ୍ସିତ ଆଉ ଜଣେ ଶିଶୁ ଶରୀରରେ ପ୍ରତିରୋପଣ ହେବ ପ୍ରତ୍ୟୁଷର ଲିଭର।

Brain Dead
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ