Advertisment

କର୍ଣ୍ଣାଟକରେ ପ୍ରଥମ ଜିକା ଭାଇରସ୍‌ ଆକ୍ରାନ୍ତ ଚିହ୍ନଟ ! ୫ ବର୍ଷୀୟ କୁନି ଝିଅର ରିପୋର୍ଟ ପଜିଟିଭ୍

ଜିକା ଭାଇରସ ରୋଗୀ ଚିହ୍ନଟ ହେବା ପରେ ଚିନ୍ତା ବଢ଼ିଲା

ଅଦ୍ୟତନ ହୋଇଛି
Zika Virus

Zika virus

Advertisment

କରୋନା ଭାଇରସ ପରେ ସରକାରଙ୍କୁ ଜିକା ଭାଇରସ୍‌ ଚିନ୍ତା । କର୍ଣ୍ଣାଟକରେ ପ୍ରଥମ ଜିକା ଭାଇରସ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛି । ରାଇଚୁର୍‌ ଜିଲ୍ଲାରେ ଜଣେ ୫ ବର୍ଷୀୟା କୁନି ଝିଅ ଜିକା ଭାଇରସରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । କର୍ଣ୍ଣାଟକରେ ଜିକା ଜୀବାଣୁଙ୍କର ଏହା ପ୍ରଥମ ଘଟଣା ।ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ସୁଧାକର ଏସମ୍ପର୍କରେ ସୂଚନା ଦେଇଛନ୍ତି । ବର୍ତ୍ତମାନ ଏ ପ୍ରସଙ୍ଗରେ ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି । ଏହା ସହିତ ରୋଗୀଙ୍କୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି ।

Advertisment

ସରକାର ଏହାକୁ ଗୁରୁତର ସହ ନେଇଛନ୍ତି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । ବର୍ତ୍ତମାନ ରାଜ୍ୟରେ ସ୍ୱାସ୍ଥ୍ୟସେବା ଉପରେ କଡ଼ା ନଜର ରଖାଯାଇଛି । ଡାକ୍ତରମାନଙ୍କୁ ସତର୍କ ରହିବାକୁ କୁହାଯାଇଛି । ପୁଣେର ଏକ ଲ୍ୟାବରୁ ଜିକା ଭାଇରସର ପ୍ରଥମ ରିପୋର୍ଟ ଆସିବା ପରେ ସମସ୍ତେ ସତର୍କ ହୋଇଯାଇଛନ୍ତି । ମୋଟ୍‌ ତିନୋଟି ନମୁନା ଲ୍ୟାବକୁ ପଠାଯାଇଥିଲା । ସେଥିମଧ୍ୟରୁ ୨ଟି ରିପୋର୍ଟ ନକାରାତ୍ମକ ଏବଂ ଗୋଟିଏ ରିପୋର୍ଟ ସକାରାତ୍ମକ ହୋଇଛି । ବର୍ତ୍ତମାନ ନିରନ୍ତର ରୋଗୀର ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝୁଛି ବିଭାଗ ।

ସ୍ୱାସ୍ଥ୍ୟମନ୍ତ୍ରୀ କେ ସୁଧାକର କହିଛନ୍ତି, କିଛି ମାସ ପୂର୍ବରୁ କେରଳ, ମହାରାଷ୍ଟ୍ର ଏବଂ ଉତ୍ତରପ୍ରଦେଶରେ ଜିକା ଭାଇରସ ମାମଲା ଚିହ୍ନଟ ହୋଇଥିଲା । କିନ୍ତୁ କର୍ଣ୍ଣାଟକରେ ଏହା ପ୍ରଥମ । ଡେଙ୍ଗୁ ଏବଂ ଚିକୁଙ୍ଗୁନିଆ ପରୀକ୍ଷା ପାଇଁ ନମୂନା ଆସିଥିବା ବେଳେ ଜିକା ସମ୍ପର୍କରେ ଜଣାପଡ଼ିଛି । ସାଧାରଣତଃ ୧୦ ପ୍ରତିଶତ ନମୁନା ପୁଣେକୁ ପରୀକ୍ଷା ପାଇଁ ପଠାଯାଏ, ଯେଉଁଥିରୁ ଗୋଟିଏ ପଜିଟିଭ୍‌ ଆସିଛି

Advertisment

ସୂଚନା ଅନୁସାରେ, ଗତ ବର୍ଷ ଜୁଲାଇ ମାସରେ ମଧ୍ୟ କେରଳରେ ଜିକା ଭାଇରସ୍ ପ୍ରକୋପ ଦେଖିବାକୁ ମିଳିଥିଲା। ଫଳରେ ୧୪ ସଂକ୍ରମିତ ଚିହ୍ନଟ ପରେ ସାରା ରାଜ୍ୟରେ ଆଲର୍ଟ ଜାରି କରାଯାଇଥିଲା।

ଜିକାର ଲକ୍ଷଣ . .

ଜିକା ଭାଇରସ୍‌ର ଲକ୍ଷଣ ଗୁଡିକ ବହୁତ ସାଧାରଣ ହୋଇଥାଏ । ମୁଖ୍ୟତଃ ଜ୍ୱର, ଚର୍ମ ଲାଲ୍ ପଡିଯିବା, ଆଣ୍ଠୁଗଣ୍ଠି ଓ ମାଂସପେଶୀ ଯନ୍ତ୍ରଣା, ମୁଣ୍ଡବ୍ୟଥା ଓ ଦୁର୍ବଳ ଲାଗିବା ଆଦି ଏହାର ସଂକ୍ରମଣର ଲକ୍ଷଣ । ଡେଙ୍ଗୁ ଭଳି ଅନ୍ୟ ରୋଗରେ ବି ଅନୁରୂପ ଲକ୍ଷଣ ପ୍ରକାଶ ପାଇଥାଏ । ଲକ୍ଷଣଗୁଡ଼ିକ ସାଧାରଣତଃ ସାମାନ୍ୟ ଏବଂ ୨ରୁ ୭ ଦିନ ପର୍ଯ୍ୟନ୍ତ ରହିଥାଏ ।

Advertisment

ଗର୍ଭାବସ୍ଥା ସମୟରେ ଏହି ଭୂତାଣୁ ସଂକ୍ରମଣ ବିଶେଷ କ୍ଷତି ଘଟାଇଥାଏ । ଏହି ସଂକ୍ରମଣ ବିକାଶଶୀଳ ଭୃଣ ଓ ନବଜାତ ଶିଶୁ ପ୍ରତି ବିପଦ ସୃଷ୍ଟି କରିଥାଏ । ଏହା ଯୋଗୁଁ ଗର୍ଭାବସ୍ଥାରେ ଜଟିଳତା ଦେଖାଦେବା ସହ ଭୃଣ ନଷ୍ଟ, ମୃତ ଶିଶୁ ଜନ୍ମ ଓ ସମୟ ପୂର୍ବରୁ ପ୍ରସବ ଆଦି ସମସ୍ୟା ଦେଖାଦିଏ ।  

୧୯୪୭ ମସିହାରେ ୟୁଗାଣ୍ଡାର ମାଙ୍କଡ଼ଙ୍କ ନିକଟରେ ଜିକା ଭାଇରସ ପ୍ରଥମ ଥର ପାଇଁ ଚିହ୍ନଟ ହୋଇଥିଲା । ଏହାପରେ ୧୯୫୨ ମସିହାରେ ୟୁଗାଣ୍ଡା ଓ ସଂଯୁକ୍ତ ଗଣରାଜ୍ୟ ତାଞ୍ଜାନିଆ ଠାରେ ମନୁଷ୍ୟ ନିକଟରେ ଏହି ଭୂତାଣୁ ଚିହ୍ନଟ ହୋଇଥିଲା । ୧୯୬୦ରୁ ୧୯୮୦ ପର୍ଯ୍ୟନ୍ତ ଆଫ୍ରିକା ଓ ଏସିଆର କିଛି କ୍ଷେତ୍ରରେ ମଣିଷଙ୍କ ଠାରେ ଏକ ସାଧାରଣ ରୋଗ ଭାବେ ଜିକା ଭାଇରସ ମାମଲା ନଜର ଆସିଥିଲା । ତେବେ ଏହି ଭୂତାଣୁର ପ୍ରଥମ ପ୍ରକୋପ ୨୦୦୭ରେ ମାଇକ୍ରୋନେସିଆର ସଂଘୀୟ ରାଜ୍ୟରେ ଦେଖାଦେଇଥିଲା ।  

Zika Virus
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ