World Cancer Day
କ୍ୟାନସର...ଜୀବନ ବଦଳାଇ ଦିଏ, ମଣିଷର ସବୁ କିଛି ଉଜାଡ଼ି ଦିଏ। ଶାରିରୀକ, ମାନସିକ ଭାବେ ଦୁର୍ବଳ କରିଦିଏ। ହେଲେ ଏଥିରୁ ବି ଅନେକ ବଞ୍ଚିଛନ୍ତି ଆଉ ଅନ୍ୟକୁ ବଞ୍ଚିବାକୁ ବାଟ ଦେଖାଇଛନ୍ତି। ନବରଙ୍ଗପୁର ଝରିଗାଁ ବ୍ଲକ କର୍ମରୀ ଗାଁର ମନୋହର ପ୍ରଧାନୀ। ହଠାତ୍ ଦିନେ ପାଟିରେ ଘା ବାହାରିଲା। ଯାଞ୍ଚ ପରେ ଜଣାପଡ଼ିଲା ମୁଖ ଗହ୍ୱର କର୍କଟରେ ଆକ୍ରାନ୍ତ ହୋଇଛନ୍ତି। ଅସହ୍ୟ ଯନ୍ତ୍ରଣା, ପ୍ରତିଦିନ ଜୀବନ ହାରିବା ଭଳି କଷ୍ଟ। ହେଲେ ଏତିକିରେ ହାରି ନଥିଲେ ମନୋହର। କଟକ ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସାକେନ୍ଦ୍ରରେ ଅପରେସନ୍ ପରେ ଏବେ ସେ ସୁସ୍ଥ। ନିଜେ ଗୁଟଖା କିମ୍ବା କୌଣସି ମାଦକ ଦ୍ରବ ଖାଇ ନଥିବା ସତ୍ତ୍ବେ ଏତେ ବଡ଼ ଦୁଃସାଧ୍ୟ ରୋଗରେ ପଡ଼ିଥିଲେ ତେଣୁ ଅନ୍ୟ ମାନଙ୍କୁ ଏବେ ସଚେତନ କରୁଛନ୍ତି।
ରାୟଗଡ଼ାର ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ। ସେ ବି ମୁଖ ଗହ୍ୱର କର୍କଟରେ ଆକ୍ରାନ୍ତ ହୋଇଥିଲେ। ତିନି ବର୍ଷ ପୂର୍ବେ କର୍କଟରେ ଆକ୍ରାନ୍ତ ହୋଇ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହୋଇଥିଲେ। ପ୍ରଥମେ ବିଶାଖାପାଟଣା ଓ ପରେ ମୁମ୍ବାଇରେ ଚିକିତ୍ସା କରିଥିଲେ ପ୍ରକାଶ। ଲକ୍ଷାଧିକ ଟଙ୍କା ସାରି ଅପରେସନ୍ କରିବା ପରେ ଏବେ ସୁସ୍ଥ। ତଥାପି ଭଲରେ କଥା ହୋଇପାରୁ ନାହାନ୍ତି କି ପାଣି ଢୋକେ ବି ପିଇ ପାରୁନାହାନ୍ତି। କ୍ୟାନସରର କଷ୍ଟକୁ ସିହିଛନ୍ତି ତେଣୁ ଏବେ ଯୁବ ପୀଢ଼ିଙ୍କୁ ତମ୍ବାଖୁରୁ ଦୂରରେ ରହିବାକୁ ପରାମର୍ଶ ଦେଇଛନ୍ତି ପ୍ରକାଶ।
କର୍କଟ କଷ୍ଟ ଦିଏ, ଜୀବନ ଛଡ଼ାଇ ନିଏ ହେଲେ ଏହା ବିରୋଧରେ ଲଢ଼ିବା ପାଇଁ ଦୃଢ଼ ଇଚ୍ଛା ଶକ୍ତି ହିଁ ସବୁଠୁ ବଡ଼ ଉପଚାର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1707018254.jpg)