ବିନା ଭୋକରେ ଖାଉଛନ୍ତି କି ? ହୋଇପାରେ ଭୟଙ୍କର ରୋଗ ! ଜାଣନ୍ତୁ କେମିତି ରୋକିବେ...

ଭୋକ ଅନୁଭବ ହେଲେ ଆମେ ସମସ୍ତେ ଖାଦ୍ୟ ଖାଇଥାଉ । ଏହା ଶରୀରକୁ ଶକ୍ତି ଯୋଗାଇଥାଏ । କିନ୍ତୁ  ବିନା ଭୋକରେ ଖାଉଛନ୍ତି କି ? ହୋଇପାରେ ଭୟଙ୍କର ରୋଗ ! ଜାଣନ୍ତୁ କେମିତି ରୋକିବେ...

Why we eat without being hungry

ଭୋକ ଅନୁଭବ ହେଲେ ଆମେ ସମସ୍ତେ ଖାଦ୍ୟ ଖାଇଥାଉ । ଏହା ଶରୀରକୁ ଶକ୍ତି ଯୋଗାଇଥାଏ । ସାଧାରଣତଃ ଜଣେ ବ୍ୟକ୍ତି ଦିନକୁ ତିନିରୁ ଚାରିଥର ଖାଏ, କିଛି ଲୋକ ଅଛନ୍ତି ବିନା ଭୋକରେ ମଧ୍ୟ ଖାଇଥାନ୍ତି । ତେବେ ଏହାର କାରଣ କଣ ? କାହିଁକି ଖାଆନ୍ତି ? ଶରୀର ପାଇଁ କେତେ ଭଲ ? ଯଦି ଏମିତି ଆପଣ କରୁଛନ୍ତି ତୁରନ୍ତ ସତର୍କ ହେବା ଉଚିତ । କିଛି ଲୋକ ଏହାକୁ ଏକ ଦୁର୍ବଳତା ବୋଲି ଭାବନ୍ତି । କିନ୍ତୁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଏହା ପଛରେ ଅନେକ ଗମ୍ଭୀର କାରଣ ଥାଇପାରେ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ବାରମ୍ବାର ଖାଇବାର କାରଣ କ'ଣ, ଜାଣନ୍ତୁ...


କାହିଁକି ବିନା ଭୋକରେ ମଧ୍ୟ ଖାଇଥାଉ ? 

୧. ପ୍ରୋଟିନ୍ ଅଭାବ
ବିଶେଷଜ୍ଞଙ୍କ ଅନୁଯାୟୀ ଯଦି ଖାଦ୍ୟରେ ପ୍ରୋଟିନ୍ କମ୍ ଥାଏ ତେବେ ଜଣେ ପ୍ରାୟତଃ ବିନା ଭୋକରେ ମଧ୍ୟ ଖାଇଥାଏ । ଏହାର କାରଣ ହେଉଛି ପ୍ରୋଟିନ୍ ଶକ୍ତି ଯୋଗାଇଥାଏ ଏବଂ ଭୋକ ବଢ଼ାଉଥିବା ହରମୋନ୍ ଗୁଡ଼ିକୁ ନିୟନ୍ତ୍ରଣ କରିଥାଏ । ଏହିପରି ହରମୋନ୍ ତିଆରି କରେ ଯାହା ପେଟ ପୂର୍ଣ୍ଣ କରିଥାଏ । ତେବେ ଖାଦ୍ୟର ଲୋଭକୁ କମାଇବା ପାଇଁ ପ୍ରୋଟିନ୍ କାମ କରିଥାଏ । ଏପରି ପରିସ୍ଥିତିରେ, ପ୍ରୋଟିନ୍ ଯୁକ୍ତ ଜିନିଷଗୁଡ଼ିକ ଖାଦ୍ୟରେ ଅନ୍ତର୍ଭୁକ୍ତ କରାଯିବା ଉଚିତ୍ ।

୨. ନିଦର ଅଭାବ

ନିଦର ଅଭାବରୁ, ବାରମ୍ବାର କିଛି ଲୋକ ଖାଇଥାନ୍ତି । ଯଦି ପର୍ଯ୍ୟାପ୍ତ ନିଦ ନ ହୁଏ, ଭୋକର ସଙ୍କେତ ଦେଉଥିବା ଗ୍ରେଲିନ୍ ହରମୋନ୍ ଅନିୟନ୍ତ୍ରିତ ହୋଇ ବଢିଯାଏ । ଏହା ବାରମ୍ବାର ଭୋକର ଅନୁଭବ କରାଇଥାଏ । ତେଣୁ ସଠିକ୍ ନିଦ ନ ହେବା ମଧ୍ୟ ବାରମ୍ବାର ଖାଇବାର କାରଣ ହୋଇଥାଏ ।

୩. ଅତ୍ୟଧିକ ଚାପ

ବିଶେଷଜ୍ଞଙ୍କ ଅନୁଯାୟୀ, ଆଜିର ଜୀବନଶୈଳୀ ଚାପଗ୍ରସ୍ତ ହୋଇଯାଇଛି । ତେବେ ଅତ୍ୟଧିକ ଚାପ ଯୋଗୁଁ ଶରୀରରେ କର୍ଟିସୋଲ ନାମକ ଏକ ହରମୋନ୍ ବୃଦ୍ଧି ପାଇଥାଏ, ଯାହା ବାରମ୍ବାର ଖାଇବାକୁ ଇଚ୍ଛା କରାଇଥାଏ । ଏଭଳି ପରିସ୍ଥିତିରେ ଚାପ କମାଇବାକୁ ଚେଷ୍ଟା କରିବା ଉଚିତ୍ ।

୪. ଏହି ରୋଗ ହେତୁ ମଧ୍ୟ ଖାଇବାକୁ ଇଚ୍ଛା ହୋଇଥାଏ...

ମଧୁମେହ ଏବଂ ଥାଇରଏଡ୍ ପରି ଗୁରୁତର ରୋଗ ଯୋଗୁ ମଧ୍ୟ ବାରମ୍ବାର ଖାଇବାକୁ ଇଚ୍ଛା ହୋଇଥାଏ । ବାସ୍ତବରେ, ମଧୁମେହ ରୋଗୀଙ୍କ କ୍ଷେତ୍ରରେ ଗ୍ଲୁକୋଜ୍ କୋଷରେ ପହଞ୍ଚିପାରେ ନାହିଁ । ଏହି କାରଣରୁ ଏନର୍ଜିରେ ପରିଣତ ହେବା ପରିବର୍ତ୍ତେ ଏହା ପରିସ୍ରା ମାଧ୍ୟମରେ ବାହାରିଥାଏ । ଏପରି ପରିସ୍ଥିତିରେ, ଶର୍କରା ଅଧିକ ହେଲେ ବହୁତ ଖାଇବାକୁ ଇଚ୍ଛା ହୋଇଥାଏ । କିଛି ନା କିଛି ଖାଇବାକୁ ମନ ହୁଏ । ଥାଇରଏଡ୍ ହରମୋନ୍ ବୃଦ୍ଧି ହେତୁ ମଧ୍ୟ ବାରମ୍ବାର ଖାଇବାକୁ ଇଚ୍ଛା ହୋଇଥାଏ ।

ସ୍ୱାସ୍ଥ୍ୟ ଉପରେ କଣ ପ୍ରଭାବ ପକାଏ ? 

ବାରମ୍ବାର ଖାଇବା ଖାଦ୍ୟରେ ପ୍ରାୟତଃ ଜଙ୍କ୍ ଫୁଡ୍ ଥାଏ । ଯେପରିକି ମିଠା କିମ୍ବା ଛଣାଛଣି ଆଇଟମ୍ ଥାଏ । ଯାହା କ୍ୟାଲୋରୀକୁ ଅଧିକ କରାଇଥାଏ ଏବଂ ଅଧିକ ଓଜନ କିମ୍ବା ମୋଟାପଣ ସମସ୍ୟା ସୃଷ୍ଟି କରିପାରେ ବୋଲି ଗୁରୁଗ୍ରାମର ଫୋର୍ଟିସ୍ ମେମୋରିଆଲ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ଚିଫ୍‌ କ୍ଲିନିକାଲ୍ ପୁଷ୍ଟିକର ବିଶେଷଜ୍ଞ ଦୀପ୍ତି ଖାଟୁଜା କହିଛନ୍ତି । 

ବାରମ୍ବାର ଖାଇବା ଭୟଙ୍କର ରୋଗର କାରଣ ହୋଇଥାଏ । ବିଶେଷଜ୍ଞଙ୍କ ଅନୁଯାୟୀ, ଏହା ପିଲାଦିନର ମୋଟାପଣ ଓ ଅତି କମ ବୟସରେ ମଧୁମେହ ଏବଂ ଉଚ୍ଚ ରକ୍ତଚାପର ଏକ କାରଣ ହୋଇଥାଏ । 

କେମିତି ଏହାକୁ ନିୟନ୍ତ୍ରଣ କରିବେ ?