ନନଷ୍ଟିକ୍‌ ପ୍ୟାନ୍‌ରେ ତିଆରି ଖାଦ୍ୟ ଶରୀର ପାଇଁ କାହିଁକି କ୍ଷତିକାରକ, ଜାଣନ୍ତୁ କାରଣ...

ଆପଣ ବି ନନଷ୍ଟିକ୍‌ ପ୍ୟାନ୍‌ରେ ରୋଷେଇ କରୁଛନ୍ତି କି ? ପଢ଼ି ନିଅନ୍ତୁ ଏହି ଖବର . .

Non Stick Pan

ଆଜିକାଲି ଭାରତୀୟଙ୍କ ରୋଷେଇ ଘର ମଡ୍ୟୁଲାର୍ ହେବାରେ ଲାଗିଛି । ଲୋକମାନେ ସ୍ମାର୍ଟ ରୋଷେଇ ଘର ସହ ସ୍ମାର୍ଟ ରନ୍ଧନ ମଧ୍ୟ ଚାହୁଁଛନ୍ତି । ଆଉ ଏବେ ଲୋକମାନେ ନିଜର ସ୍ୱାସ୍ଥ୍ୟକୁ ନେଇ ବେଶ୍ ସଚେତନ ମଧ୍ୟ ରହୁଛନ୍ତି । ଏଭଳି ସ୍ଥିତିରେ ଖାଦ୍ୟରେ କମ୍ ତେଲ ଏବଂ ମସଲା ବ୍ୟବହାର କରୁଛନ୍ତି । ଏହାକୁ ଧ୍ୟାନରେ ରଖି ନନ୍‌-ଷ୍ଟିକ୍ ବାସନକୁସନକୁ ଗୁଡ଼ିକ ରୋଷେଇ ଘରର ଅବିଚ୍ଛେଦ୍ୟ ଅଙ୍ଗ ପାଲଟି ଯାଇଛନ୍ତି ।

୧୯୫୪ରେ ଉଦ୍ଭାବନ ହେବା ପରଠାରୁ ସାରା ବିଶ୍ୱରେ ନନଷ୍ଟିକ୍ ପ୍ୟାନଗୁଡିକର ବହୁଳ ବ୍ୟବହାର ହେଉଛି । ନନଷ୍ଟିକ୍ ଘର୍ଷଣହୀନ ପୃଷ୍ଠ ପାଇଁ ଏଗୁଡ଼ିକର ଲୋକପ୍ରିୟତା ବୃଦ୍ଧି ପାଇଛି । ଅନ୍ୟ ଏକ କାରଣ ହେଲା ସହଜରେ ସଫା ହେବା ସହ କମ୍‌ ତେଲରେ ରୋଷେଇ ହୋଇଯାଏ ।

ସଦ୍ୟତମ ଏକ ଅଷ୍ଟ୍ରେଲୀୟ ଅଧ୍ୟୟନ ଅନୁସାରେ ଖରାପ ହୋଇଯାଇଥିବା ନନଷ୍ଟିକ୍‌ ପ୍ୟାନରେ ରୋଷେଇ କରିବା ଦ୍ୱାରା ଲକ୍ଷ ଲକ୍ଷ ନାନୋ ଓ ମାଇକ୍ରୋ ପ୍ଲାଷ୍ଟିକ୍‌ ନିର୍ଗତ ହୋଇଥାଏ, ଯାହା ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ ।

କେଉଁ ସମସ୍ୟା ହେବାର ସମ୍ଭାବନା ରହିଛି ?