କେଉଁ ସୁଗାର ଖାଇବେ ନାହିଁ:
● ଧଳା କିମ୍ବା ବ୍ରାଉନ ଚିନି, ମହୁ, ଗୁଡ, ହାଇ-ଫ୍ରୁକ୍ଟୋଜ୍ କର୍ଣ୍ଣ ସିରପ୍, ଡିହାଇଡ୍ରେଟେଡ୍ କେନ୍ ଜୁସ୍
● ହିଡେନ୍ ସୁଗାର ବା ଆଡେଡ୍ ସୁଗାର ନିମ୍ନ ଲିଖିତ ନାମରେ ପ୍ୟାକେଟରେ ଲେଖାଥାଏ: ଫ୍ରୁକ୍ଟୋଜ୍ (Fructose), ଗ୍ଲୁକୋଜ (Glucose), କର୍ଣ୍ଣ ସିରପ (Corn syrup), ମାଲ୍ଟୋଜ୍ (Maltose), ଡେକଷ୍ଟ୍ରୋଜ୍ (Dextrose), ହନି (Honey), ମୋଲାସେସ୍ (molasses), କେନ୍ ଜୁସ୍ ( cane juice)
କେଉଁ ଶ୍ବେତସାର ଖାଇବେ: ତନ୍ତୁ ଯୁକ୍ତ ଏବଂ ତସୁଯୁକ୍ତ ସମ୍ପୂର୍ଣ୍ଣ ଶସ୍ୟ ଜାତ, ଫଳ, ପନିପରିବାରୁ ମିଳୁଥିବା ଶ୍ବେତସାର
୩୦ ଦିନ- ନୋ ସୁଗାର୍ ବା ସୁଗାର ଡିଟକ୍ସର ଶରୀର ଉପରେ ପ୍ରଭାବ:-
ପ୍ରଥମ ସପ୍ତାହ:
● Withdrawal ବା ସୁଗାର ଅଭାବର ପ୍ରଭାବ ଦେଖାଯାଏ: ଯେମିତିକି ଚିନି/ ମିଠା ଖାଇବା ପାଇଁ ପ୍ରବଳ ଇଚ୍ଛା ବା ଲୋଭ ହେବା, ମୁଣ୍ଡ ବିନ୍ଧିବା ଏବଂ ଚିଡା ଲାଗିବା। ବ୍ରେନ୍-ଫଗ୍ ଏପିସୋଡ୍ ହୁଏ
● ଚିନି ବା ମିଠା ସ୍ବାଦରୁ ଡୋପାମାଇନ୍ କ୍ଷରଣ କରିବାରେ ଅଭ୍ୟସ୍ତ ଥିବା ଆମ ମସ୍ତିଷ୍କ ଧିରେଧିରେ ‘ନୋ ସୁଗାର’ ର ଅଭ୍ୟାସ କରେ
● ଦୈନିକ ୭-୮ ଘଣ୍ଟାର ନିଦ୍ରା ସହ ଉପଯୁକ୍ତ ମାତ୍ରାର ପାଣି ପିଅନ୍ତୁ, ଡିହାଇଡ୍ରେସନ୍ ରୁ ଶରୀରକୁ ରକ୍ଷା କରନ୍ତୁ
● ମିଠା ଖାଇବା ପାଇଁ ଇଚ୍ଛା ହେଲେ ଫଳ, ନଟ୍ସ କିମ୍ବା ସିଡ୍ସ (ଡ୍ରାଏ ଫ୍ରୁଟ୍ସ) ଖାଆନ୍ତୁ
● ଖାଦ୍ୟରେ ହିଡେନ୍ ସୁଗାରର ଲେବେଲ୍ ଚେକ୍ କରନ୍ତୁ
● ମନେ ରଖନ୍ତୁ ଆପଣଙ୍କ ଶରୀର ଦୁର୍ବଳ ହୋଇଯାଇ ନାହିଁ, କେବଳ ଆପଣଙ୍କ ମସ୍ତିଷ୍କ ନୂତନ ପରିସ୍ଥିତି ସହ ଖାପ ଖୁଆଇ ଚଳିବା ଏବଂ ଏକ ପ୍ରକାର ରିପ୍ରୋଗ୍ରାମିଂ କରୁଛି
ଦ୍ବିତୀୟ ସପ୍ତାହ:
● ପୂର୍ବ ଅପେକ୍ଷା ରକ୍ତରେ ଶର୍କରା ମାତ୍ରା ବାରମ୍ବାର କମିବା ଏବଂ ସେହି କାରଣରୁ କାମ କରିବାରେ ଉପୁଜୁଥିବା ସମସ୍ୟା କମିବାକୁ ଲାଗେ, ବ୍ରେନ୍-ଫଗ୍ ଦେଖାଯାଏ ନାହିଁ, ଅର୍ଥାତ୍ ଷ୍ଟାମିନା ବଢ଼େ
● ପାଚନ ତନ୍ତ୍ରରେ ଉପକାରୀ ଜୀବାଣୁଙ୍କ ସଂଖ୍ୟା ବୃଦ୍ଧି ପାଇ ପାଚନକ୍ରିୟାରେ ସୁଧାର ଆସେ। ପେଟ ଫାମ୍ପିବା ପରି ସମସ୍ୟା କମେ।
● ଏହି ସପ୍ତାହରେ ନିଜ ଖାଦ୍ୟରେ ପ୍ରୋଟିନ/ପୁଷ୍ଟିସାର, ହେଲ୍ଦି ପ୍ୟାଟ ବା ଉତ୍ତମ ସ୍ନେହସାର୍ ଏବଂ ତନ୍ତୁ ଯୁକ୍ତ ଖାଦ୍ୟର ମାତ୍ରା ବଢାନ୍ତୁ।
● ଅଧିକରୁ ଅଧିକ ଘରେ ପ୍ରସ୍ତୁତ ଖାଦ୍ୟ ଖାଆନ୍ତୁ
● ଜୁସ୍ ନପିଇ, ସମ୍ପୂର୍ଣ ଫଳ ଖାଆନ୍ତୁ
ତୃତୀୟ ସପ୍ତାହ:
● ଆଉ ବ୍ରେନ୍-ଫଗ୍ ସମସ୍ୟା ଦେଖାଯାଏ ନାହଁ। ମନ ଚିନ୍ତାମୁକ୍ତ ଲାଗିବା ସହ ମସ୍ତିଷ୍କ ବା ବିଚାରଶକ୍ତି ଅଧିକ ଫୁର୍ତ୍ତି ଲାଗେ।
● ମୁଖବ୍ରଣ ସମସ୍ୟା କମିଯାଏ। ତ୍ବଚା ଅଧିକ ମସୃଣ ଏବଂ ଉଜ୍ଜ୍ୱଳ ଦେଖାଯାଏ
● ମଝିରେ ମଝିରେ ମିଠା କିମ୍ବା ଚିନି ଖାଇବା ପାଇଁ ଇଚ୍ଛା ବା କ୍ରେଭିଂ ହୋଇପାରେ, କିନ୍ତୁ ପୂର୍ବ ଅପେକ୍ଷା ଏବେ ଆଡେଇବା ସହଜ ହୋଇଥାଏ
● ନିଜ ନିଦ୍ରାର ସମୟ ନିୟମିତ ରଖନ୍ତୁ
ଚତୁର୍ଥ ସପ୍ତାହ:
● ଅଣ୍ଟା ଏବଂ ପେଟ କମିବା ଦେଖାଯାଏ, ଓଜନ ହ୍ରାସ ପାଏ
● ଫ୍ରୁକ୍ଟୋଜର ମାତ୍ରା କମିବା କାରଣରୁ ଯକୃତ ବା ଲିଭର୍ ପୂର୍ବ ଅପେକ୍ଷା ଅଧିକ ସୁସ୍ଥ ହୋଇଥାଏ
● ଇନ୍ସୁଲିନ୍ ସେସ୍ନିଟିଭିଟି ବଢିଥାଏ
● ରକ୍ତରେ ଶର୍କରା ଏବଂ ଲିପିଡ୍ ବା ଫ୍ୟାଟର ମାତ୍ରା ଜାଞ୍ଚ କରି, ଆପଣଙ୍କ ପାଇଁ ସୁଗାର ଡିଟକ୍ସ ପ୍ରକୃତରେ କେତେ ମାତ୍ରାରେ କାମ କରୁଛି ପରଖି ନିଅନ୍ତୁ
● ଅଳ୍ପ ଯୋଗ ଏବଂ ଶାରିରୀକ ବ୍ୟାୟାମ ଆରମ୍ଭ କରନ୍ତୁ
୩୦ ଦିନ ପରେ:
● ଦୁଶ୍ଚିନ୍ତା, ଅବସାଦ ଦୂର ହେବା ସହ, ମୁଡ୍ ଷ୍ଟେବଲ୍ ହୁଏ
● ମନ ଓ ଶରୀର ଉଭୟ ଫୁର୍ତ୍ତି ରହେ
● ଏକାଗ୍ରତା ବଢିବା ସହ କାମ କରିବାରେ ଆଗ୍ରହ ବଢ଼େ
● ତ୍ବଚା ଉଜ୍ଜ୍ୱଳ ଓ ମସୃଣ ହୋଇଥାଏ, କୋଲାଜେନ୍ ନିର୍ମାଣରେ ସାହାଯ୍ୟ ମିଳେ
● ପାଚନ ପ୍ରକ୍ରିୟା ସୁଧୁରିବା ସହ, ରକ୍ତ ସର୍କରା ମାତ୍ରା ନିୟନ୍ତ୍ରିତ ରୁହେ
● ଓଜନ ନିୟନ୍ତ୍ରିତ ରୁହେ
ସୁଗାର ଡିଟକ୍ସ ସମୟରେ କ’ଣ ଖାଇବେ ନାହିଁ :
● ଥଣ୍ଡା ଏବଂ ମୃଦୁ ପାନୀୟ, ପ୍ରାକେଜ୍ଡ ଫଳ ରସ
● ବିସ୍କିଟ୍, କେକ୍, ଚକୋଲେଟ
● କେଚପ୍, ସସ୍, ମିଠା ଚଟଣୀ
● ମିଠା କିମ୍ବା ଫ୍ଲେବର୍ଡ ଦହି
● ମିଠା କିମ୍ବା ଚିନି ପଡ଼ିଥିବା କର୍ଣ୍ଣଫ୍ଲେକ୍ସ କିମ୍ବା ମ୍ୟୁସେଲି
● କୃତ୍ରିମ ମିଠାକାରୀ ପଦାର୍ଥ ବା ଆର୍ଟିଫିସିଆଲ୍ ସ୍ବିଟନର୍
ସୁଗାର ଡିଟକ୍ସ ସମୟରେ କ’ଣ ଖାଇବେ:
● ପାଳଙ୍ଗ, ମେଥି, କୋଶଳା, ସଜନା ଶାଗ
● ବନ୍ଧାକୋବି, ଗାଜର, ବିଟରୁଟ୍, ଫୁଲକୋବି, ବ୍ରୋକଲି, ଲାଉ, କାକୁଡି, ଟମାଟୋ, ରସୁଣ, ଅଦା ଏବଂ ପିଆଜ
● ଆପଲ୍, ନାସପାତି, ଡାଳିମ୍ବ, ପିଜୁଳି, ଅମୃତଭଣ୍ଡା, କମଳା, ତରଭୁଜ, ଷ୍ଟ୍ରବେରୀ, ବ୍ଲୁ ବେରୀ।
● ବ୍ରାଉନ୍ ରାଇସ୍, ନାଲି ଭାତ, ମଲ୍ଟି ବ୍ରେନ୍ ଅଟା, ଓଟ୍ସ, କିନୋଆ, ମିଲେଟସ
● ଅଣ୍ଡା, ମାଛ, ମାଂସ, ଟୋଫୁ, ବିଭିନ୍ନ ପ୍ରକାରର ଡାଲି
● ଆଲମଣ୍ଡ, ଓ୍ବାଲନଟ୍ସ, କାଜୁ, କଖାରୁ, ସୂର୍ଯ୍ୟମୂଖୀ, ଚିଆ ମଞ୍ଜି
● କ୍ସିମ୍ଡ ସିଲ୍କ, ଘରେ ପ୍ରସ୍ତୁତ ଘୋଳ ଦହି, ଆଲମଣ୍ଡ କିମ୍ବା ସୋୟା କ୍ଷୀର
● ଭଜା କିମ୍ବା ସିଝା ଚଣା, ମଖାନା, ଗ୍ରୀନ୍ କିମ୍ବା ବ୍ଲାକ୍ ଚା’, ଗଜା ମୁଗ ଏବଂ ସୋଲା