Advertisment

Health Tips: ଶାକାହାରୀ ବ୍ୟକ୍ତି କିପରି ପାଇବେ ଭିଟାମିନ୍ B12; ଏହିସବୁ ଖାଦ୍ୟ ଦେବ ଲାଭ

ଭିଟାମିନ୍ B12 ଡିଏନ୍ଏ ସିନ୍ଥେସିସ୍ ଏବଂ ଲାଲ ରକ୍ତ କଣିକା ତିଆରି କରିବା ସହିତ ଏହାର ଅନେକ ଶାରୀରିକ କାର୍ଯ୍ୟ ଅଛି। ଭିଟାମିନ୍ B12 ସାଧାରଣତଃ ପଶୁଜାତୀୟ ଖାଦ୍ୟରୁ ଅଧିକ ମିଳିଥାଏ। ତେବେ ଏହା ଶାକାହାରୀମାନଙ୍କ ପାଇଁ ଏକ ଚ୍ୟାଲେଞ୍ଜ୍‌ ସୃଷ୍ଟି କରିପାରେ।

ଅଦ୍ୟତନ ହୋଇଛି
vegetarian people how to get vitamin b 12

vegetarian people how to get vitamin b 12

Advertisment

ଲୋକମାନଙ୍କ ପାଖରେ ଯେତେବେଳେ ଭିଟାମିନ୍ B12 ର ଅଭାବ ପଡେ, ଏଥିପାଇଁ ସେମାନେ ସପ୍ଲିମେଣ୍ଟ ନିଅନ୍ତି। ଭିଟାମିନ୍ B12 ଡିଏନ୍ଏ ସିନ୍ଥେସିସ୍ ଏବଂ ଲାଲ ରକ୍ତ କଣିକା ତିଆରି କରିବା ସହିତ ଏହାର ଅନେକ ଶାରୀରିକ କାର୍ଯ୍ୟ ଅଛି। ଭିଟାମିନ୍ B12 ସାଧାରଣତଃ ପଶୁଜାତୀୟ ଖାଦ୍ୟରୁ ଅଧିକ ମିଳିଥାଏ। ତେବେ ଏହା ଶାକାହାରୀମାନଙ୍କ ପାଇଁ ଏକ ଚ୍ୟାଲେଞ୍ଜ୍‌ ସୃଷ୍ଟି କରିପାରେ।

Advertisment

ଅଧିକ ପଢ଼ନ୍ତୁ: Health Tips: ଭାରି ଉପକାରୀ ସାରୁ; ରକ୍ତଚାପକୁ ନିୟନ୍ତ୍ରଣ କରେ, ହୃଦରୋଗକୁ ରୋକେ

ତଥାପି, ଏମିତି ଅନେକ ଶାକାହାରୀ ଖାଦ୍ୟ ଅଛି ଯାହା ଭିଟାମିନ୍ B12 ର ଅଭାବକୁ ପୂରଣ କରିପାରିବ। ଶାକାହାରୀମାନେ ସେମାନଙ୍କର ସ୍ୱାସ୍ଥ୍ୟ ବୃଦ୍ଧି ପାଇଁ ଭିଟାମିନ୍ B12 ଥିବା ଖାଦ୍ୟ ଖାଇପାରିବେ। ଏହି ଭିଟାମିନ୍‌ର ବଡ ଉତ୍ସ ଥିବା କେତେକ ଖାଦ୍ୟ ବିଷୟରେ ଆସନ୍ତୁ ଜାଣିବା।

Advertisment

ଫର୍ଟିଫାଇଡ୍ ଫୁଡ୍:

Vitamin B12 Deficiencyଫର୍ଟିଫାଇଡ୍ ଫୁଡ୍

ପୁରା ଶସ୍ୟ, ଉଦ୍ଭିଦ ତେଲ ଇତ୍ୟାଦି ଖାଦ୍ୟ ଶାକାହାରୀମାନଙ୍କ ପାଇଁ ଭିଟାମିନ୍ B12 ର ଏକ ଉତ୍କୃଷ୍ଟ ଉତ୍ସ। ଉଦ୍ଭିଦ ଭିତ୍ତିକ ଦୁଗ୍ଧ, କେତେକେ ଶସ୍ୟ ପରି ଅନେକ ଖାଦ୍ୟ ଭିଟାମିନ୍ B12 ରେ ଭରପୂର। ଏହି ଖାଦ୍ୟ ଶାକାହାରୀମାନଙ୍କ ପାଇଁ ଭିଟାମିନ୍ B12 ର ଏକ ସୁବିଧାଜନକ ଏବଂ ନିର୍ଭରଯୋଗ୍ୟ ଉତ୍ସ ପ୍ରଦାନ କରିପାରିବ।

ଅଧିକ ପଢ଼ନ୍ତୁ: Health Tips: ବସି ବସି ପେଟରେ ଚର୍ବି ବଢି ଗଲାଣି କି… କମେଇବାର ସହଜ ଉପାୟ

Advertisment

ଫର୍ମିଟେଡ୍ ଫୁଡ୍:

Vitamin B12 Deficiencyଫର୍ମିଟେଡ୍ ଫୁଡ୍

ଶାକାହାରୀମାନଙ୍କ ପାଇଁ ଭିଟାମିନ୍ B12 ର ସମ୍ଭାବ୍ୟ ଉତ୍ସ ଭାବରେ ଫର୍ମିଟେଡ୍ ଫୁଡ୍(ଆଚାର ଜାତୀୟ) ମଧ୍ୟ ପରାମର୍ଶ ଦିଆଯାଏ। ଅବଶ୍ୟ, ଫର୍ମିଟେଡ୍ ଫୁଡ୍  ଭିଟାମିନ୍ B12 ର ପରିମାଣ ଭିନ୍ନ ହୋଇଥାଏ ଏବଂ ଅନେକ କାରଣ ଉପରେ ନିର୍ଭର କରିପାରେ।

କ୍ଷୀର ଏବଂ ଦୁଗ୍ଧଜାତ ଦ୍ରବ୍ୟ:

Vitamin B12 Deficiencyକ୍ଷୀର ଏବଂ ଦୁଗ୍ଧଜାତ ଦ୍ରବ୍ୟ

ଶାକାହାରୀ ଖାଦ୍ୟରେ ପର୍ଯ୍ୟାପ୍ତ ପରିମାଣର ଭିଟାମିନ୍ B12 ପାଇବା ପାଇଁ ସହଜ ଉପାୟ ହେଉଛି ଦୁଗ୍ଧଜାତ ଦ୍ରବ୍ୟ ଖାଇବା। ଖାଦ୍ୟରେ କ୍ଷୀର, ଦହୀ ଏବଂ ଅନ୍ୟାନ୍ୟ ଜିନିଷ ସାମିଲ କରନ୍ତୁ।

ବିଟ୍ସ:

Vitamin B12 Deficiencyବିଟ୍ସ

ବିଟ୍ସରେ ଆଇରନ୍, ଫାଇବର, ପୋଟାସିୟମ୍ ଏବଂ ଭିଟାମିନ୍ B12 ଭରପୂର ମିଳେ। ବିଟ୍ସ ନିୟମିତ ଖାଇବା ଦ୍ୱାରା ଚୁଟି ବଢିବାରେ ସାହାଯ୍ୟ କରେ, ଚର୍ମକୁ ଚମକାଇଥାଏ, ରକ୍ତ ସଞ୍ଚାଳନ ଏବଂ ସହନଶୀଳତା ବଢେ।

ଅଧିକ ପଢ଼ନ୍ତୁ: Health Tips: ରାତିରେ ଶୋଇବାରେ ହେଉଛି କି ଅସୁବିଧା…ମାନନ୍ତୁ ଏହି ୫ଟି ଟିପ୍ସ, ବେଡ୍‌କୁ ଯାଉ ଯାଉ ହେବ ନିଦ

Vitamin B12 Health Tips Vegetarian
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ