Advertisment

ମାସିକ ଋତୁସ୍ରାବ ସମୟରେ ଅସହ୍ୟ ଯନ୍ତ୍ରଣା ହେଉଛି କି… ଆପଣାନ୍ତୁ ଏହି ୪ଟି ଘରୋଇ ଟିପ୍ସ୍, ମିଳିବ ମୁକ୍ତି

ଅନେକ ମହିଳା ମାସିକ ଧର୍ମ ସମୟରେ ହେଉଥିବା ଯନ୍ତ୍ରଣା ଏବଂ କଷ୍ଟକୁ ନିୟନ୍ତ୍ରଣ କରିବା ପାଇଁ କାଉଣ୍ଟର ପେନ୍ କିଲର ଉପରେ ନିର୍ଭର କରନ୍ତି। ଏହା କିଛି ସମୟ ପାଇଁ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ ସତ କିନ୍ତୁ ଏହା ଦୀର୍ଘ ସମୟ ଧରି ମହିଳାମାନଙ୍କ ପାଇଁ ଏକ ସାଂଘାତିକ ସମସ୍ୟା ସୃଷ୍ଟି କରିପାରେ। ତେଣୁ ଆସନ୍ତୁ ଜାଣିବା ଏହି ସମ୍ବନ୍ଧୀୟ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା।

ଅଦ୍ୟତନ ହୋଇଛି
To prevent period cramps know some easy home remedies

To prevent period cramps know some easy home remedies

Advertisment

ମହିଳାମାନଙ୍କ ମାସିକ ଧର୍ମ ସମୟରେ ଶାରିରୀକ ଯନ୍ତ୍ରଣା ଏକ ସାଧାରଣ ସମସ୍ୟା। ଆରମ୍ଭ ହେବାର ଦୁଇ ଦିନ ପୂର୍ବରୁ ଏହି କଷ୍ଟ ଏବଂ ଯନ୍ତ୍ରଣା ଅନୁଭବ ହୁଏ। ଏହି ଯନ୍ତ୍ରଣା ହେତୁ ମହିଳାମାନେ କେବଳ ଉଠିବା, ବସିବା କିମ୍ବା ସାଧାରଣ କାମ କରିବାରେ କଷ୍ଟ ଭୋଗନ୍ତି ତାହା ନୁହେଁ, ଏହା ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଅନେକ ପ୍ରଭାବ ପକାଇଥାଏ।

Advertisment

ଏପରି ପରିସ୍ଥିତିରେ ଅନେକ ମହିଳା ଏହି ଯନ୍ତ୍ରଣା ଏବଂ କଷ୍ଟକୁ ନିୟନ୍ତ୍ରଣ କରିବା ପାଇଁ କାଉଣ୍ଟର ପେନ୍ କିଲର ଉପରେ ନିର୍ଭର କରନ୍ତି। ଏହା କିଛି ସମୟ ପାଇଁ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ ସତ କିନ୍ତୁ ଏହା ଦୀର୍ଘ ସମୟ ଧରି ମହିଳାମାନଙ୍କ ପାଇଁ ଏକ ସାଂଘାତିକ ସମସ୍ୟା ସୃଷ୍ଟି କରିପାରେ। ତେଣୁ ଆସନ୍ତୁ ଜାଣିବା ଏହି ସମ୍ବନ୍ଧୀୟ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା।

ଯନ୍ତ୍ରଣା ହେବାର କାରଣ:

NHS ଅନୁଯାୟୀ, ମାସିକ ଧର୍ମ ସମୟରେ ଏଣ୍ଡୋମେଟ୍ରିଓସିସ୍ ଏବଂ ଆଡେନୋମିଓସିସ୍ ବୃଦ୍ଧି ହୋଇଯାଏ, ଯାହା ଏହି ଯନ୍ତ୍ରଣାର କାରଣ ହୁଏ। ଗର୍ଭାଶୟରେ ଏବଂ ଏହାର ଆଖପାଖରେ ଫାଇବ୍ରଏଡ୍‌ର ପରିମାଣ ବଢିଯାଏ, ଯାହା ଗର୍ଭାଶୟରେ, ଫେଲୋପିୟନ୍ ଟ୍ୟୁବ୍‌ରେ ଏବଂ ଡିମ୍ବାଣୁରେ ସଂକ୍ରମଣ ଭଲି ସମସ୍ୟା ତିଆରି କରେ କିମ୍ବା ବେଳେବେଳେ ଇଟ୍ରାୟୁଟ୍ରିନ୍ ଡିଭାଇସ୍ ଯଥା IUD ବ୍ୟବହାର ମଧ୍ୟ ମାସିକ ଋତୁସ୍ରାବ ସମୟରେ ଯନ୍ତ୍ରଣା ଦେଇପାରେ। ବିଶେଷକରି ଯଦି ଏହାକୁ ୩ ରୁ ୬ ମାସ ପୂର୍ବରୁ ଲଗାଯାଇଥାଏ।

Advertisment

ପିରିୟଡ୍‌ସ ଯନ୍ତ୍ରଣାର ଚିକିତ୍ସା:

ଯଦି ମାସିକ ଧର୍ମ ସମୟରେ ଅସହ୍ୟ ଯନ୍ତ୍ରଣା ଅନୁଭବ କରୁଛନ୍ତି, ତେବେ ପ୍ରଥମେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ। ଡାକ୍ତରଙ୍କ ପରାମର୍ଶ ବିନା କୌଣସି ଔଷଧ ବ୍ୟବହାର କରନ୍ତୁ ନାହିଁ। ନଚେତ ଏହା କ୍ଷତି କରିପାରେ।

ଆପଣଙ୍କର ମାସିକ ଋତୁସ୍ରାବର ଯନ୍ତ୍ରଣାର କାରଣ ଜାଣିବା ପାଇଁ ଆପଣଙ୍କୁ ଅଲଟ୍ରାସାଉଣ୍ଡ୍‌ ସ୍କାନ୍ ଭଳି ପରୀକ୍ଷା ଆବଶ୍ୟକ ହୋଇପାରେ। ଏହି ପରୀକ୍ଷଣ ସାହାଯ୍ୟରେ, ସମସ୍ୟାଟି ସଠିକ୍ ଭାବରେ ନିର୍ଣ୍ଣୟ ହେବ ଏବଂ ଚିକିତ୍ସାରେ ସହାୟକ ହେବ।

Advertisment

ଘରୋଇ ଉପଚାର:

  • ଟମାଟୋ, ବିଭିନ୍ନ ପ୍ରକାର କୋଳି, ଧନିଆ ପତ୍ର, ଅଦା ଇତ୍ୟାଦି ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣରେ ଭରପୂର ଜିନିଷ ଖାଦ୍ୟରେ ସାମିଲ କରନ୍ତୁ।
  • ଆପଣଙ୍କ ଖାଦ୍ୟରେ ଭିଟାମିନ୍ ଡି, ଭିଟାମିନ୍ ଇ, ଓମେଗା ୩ ଇତ୍ୟାଦି ସାମିଲ କରନ୍ତୁ।
  • ଏଣ୍ଡୋର୍‌ଫିନ୍ ହରମୋନ୍ ବୃଦ୍ଧି କରିବାକୁ, ନିୟମିତ ବ୍ୟାୟାମ କରନ୍ତୁ। ଏହା ମାଂସପେଶୀକୁ ଆରାମ ଦେବା ପାଇଁ ସାହାଯ୍ୟ କରେ।
  • ପ୍ରଚୁର ପାଣି କିମ୍ବା ଜୁସ୍ ଇତ୍ୟାଦି ପିଅନ୍ତୁ।
Health Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ