Advertisment

ମେଡିକାଲରେ DG ନାହିଁ, ମୋବାଇଲ୍‌ ଲାଇଟ୍‌ରେ ଚିକିତ୍ସା କରନ୍ତି ଡାକ୍ତର !

ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ସଚ୍ଚିଦାନନ୍ଦ ମିଶ୍ର କହିଛନ୍ତି, ଏହି ହସପିଟାଲରେ ନିଜସ୍ୱ ଡିଜି ସେଟ୍ ନାହିଁ।

ଅଦ୍ୟତନ ହୋଇଛି
Treatment Mobile Light

Treatment Mobile Light

Advertisment

ମୋବାଇଲ ଲାଇଟରେ ରୋଗୀ ଚିକିତ୍ସା। ଏହା ପୁଣି ଖୋଦ୍ ଶକ୍ତିମନ୍ତ୍ରୀଙ୍କ ଜିଲ୍ଲାରେ। କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଛତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଏପରି ବିକଳ ଅବସ୍ଥା। ଅନ୍ଧାରରେ ମୋବାଇଲ ଟର୍ଚ୍ଚ ଲାଇଟରେ ହେଉଛି ରୋଗୀଙ୍କ ଚିକିତ୍ସା। ଗତକାଲି ପଟ୍ଟାମୁଣ୍ଡାଇ ଅଞ୍ଚଳର ପ୍ରଶାନ୍ତ ସେଠୀ ଏକ ଦୁର୍ଘଟଣାରେ ଆହତ ହେବରୁ ତାଙ୍କୁ ଏହି ହସପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ହସପିଟାଲରେ ନ ଥିଲା ବିଜୁଳି। ତେଣୁ ମୋବାଇଲ ଲାଇଟ ପକାଇ ପ୍ରଶାନ୍ତ ସେଠୀଙ୍କ ଚିକିତ୍ସା କରାଯାଇଥିଲା ।

Advertisment

କେବଳ ଏହା ଏକମାତ୍ର ଘଟଣା ନୁହେଁ। କୁରୁଜଙ୍ଗା ଅଞ୍ଚଳର ଜଣେ ବୟସ୍କ ବ୍ୟକ୍ତି ଶ୍ରୀଧର ସାମଲ ମଧ୍ୟ ଅସୁସ୍ଥ ହେବାକୁ ତାଙ୍କୁ ଗତକାଲି ହସପିଟାଲକୁ ଆସିଥିଲେ। ଲାଇନ୍ ନ ଥିବାରୁ ମୋବାଇଲ ଟର୍ଚ୍ଚ ଆଲୁଅରେ ପ୍ରେସକ୍ରିପସନ ଲେଖିଥିଲେ ଡାକ୍ତର। ଲୋକଙ୍କ ଅଭିଯୋଗ ଅନୁସାରେ ଏହା ଦିନକର ଘଟଣା ନୁହେଁ, ବାରମ୍ବାର ଏପରି ହେଉଛି। ଲାଇନ୍ କଟି ଗଲେ ବିକଳ୍ପ ବ୍ୟବସ୍ଥା ଥିବାରୁ ଏପରି ଟର୍ଚ୍ଚ ଲାଇଟରେ ଚିକିତ୍ସା କରାଯାଉଛି।

ଏହି ହସପିଟାଲ ଉପରେ ୨୬ଟି ପଞ୍ଚାୟତର ଲକ୍ଷେ ଲୋକ ନିର୍ଭର କରନ୍ତି। ଶକ୍ତିମନ୍ତ୍ରୀ ପ୍ରତାପ ଦେବ ମଧ୍ୟ ଏହି ଜିଲ୍ଲାର। କିନ୍ତୁ ହସପିଟାଲରେ ଟର୍ଚ୍ଚରେ ଚାଲିଛି ରୋଗୀ ଚିକିତ୍ସା। ହସପିଟାଲରେ ମେଡିକାଲ ଅଧିକାରୀ ଚିତ୍ତରଂଜନ ବେହେରା ଫୋନରେ କହିଛନ୍ତି, ଡିଜି ଷ୍ଟାର୍ଟ ହେଉନି। ସେପଟେ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ସଚ୍ଚିଦାନନ୍ଦ ମିଶ୍ର କହିଛନ୍ତି, ଏହି ହସପିଟାଲରେ ନିଜସ୍ୱ ଡିଜି ସେଟ୍ ନାହିଁ।

Advertisment
Hospital
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ