Advertisment

Healthy Uterus: ସର୍ଭିକାଲ୍ କ୍ୟାନସର କ’ଣ, ଏହାକୁ କେମିତି ଦୂରେଇବେ...

ଗର୍ଭାଶୟର ଶେଷ ଓ ସ୍ତ୍ରୀ ଜନନାଙ୍ଗ ବା ଭାଜାଇନାର ଆରମ୍ଭର ଅଂଶକୁ ଗର୍ଭାଶୟ ମୁଖ ବା ସର୍ଭିକ୍ସ କୁହାଯାଏ। ହ୍ୟୁମାନ୍ ପାପିଲେମା ଭଆିରସ୍ ନାମକ ଏକ ଭାଇରସ୍‌ର ଇନଫେକ୍ସନ୍ ଏହିଠାରେ ହେବା ଲକ୍ଷ୍ୟ କରାଯାଏ। ଏହି ଭୂତାଣୁ ସାଧାରଣତଃ ମଧ୍ୟ ବୟସ୍କ ମହିଳା, ପ୍ରସବ ସମୟରେ ସମସ୍ୟା ଥିବା, ଗର୍ଭାଶୟର ସ୍ଥିତିରେ ସମସ୍ୟା, ଏପରି କେତେକ ଲକ୍ଷଣ ଥିବା ମହିଳାମାନଙ୍କୁ ପ୍ରଭାବିତ କରିବାର ଆଶଙ୍କା ଅଧିକ ଥାଏ।

ଅଦ୍ୟତନ ହୋଇଛି
ସୁସ୍ଥ ଗର୍ଭାଶୟ ପାଇଁ କ’ଣ ଖାଇବେ

ସୁସ୍ଥ ଗର୍ଭାଶୟ ପାଇଁ କ’ଣ ଖାଇବେ

Advertisment

ସ୍ତ୍ରୀଲୋକମାନେ ସମାଜରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି। ନୂତନ ପିଢ଼ିକୁ ଜନ୍ମ ଦେଇ ସମାଜକୁ ଜଣେ ଉପଯୁକ୍ତ ଦାୟାଦ ଦେବାକ ପ୍ରକ୍ରିୟାରେ ସେମାନେ ବେଳେବେଳେ ନିଜ ସ୍ୱାସ୍ଥ୍ୟକୁ ଅବହେଳା କରିବସନ୍ତି। ସ୍ତ୍ରୀ ଓ ପୁରୁଷ ମଧ୍ୟରେ ଶାରୀରିକ ଭିନ୍ନତା ଆଣୁଥିବା ଏହି ବ୍ୟବସ୍ଥାର ମୁଖ୍ୟ ଅଙ୍ଗ ହେଉଛି ସ୍ତ୍ରୀ ଜନନାଙ୍ଗ, ଯାହାର ମୁଖ୍ୟ ଅଂଶ ହେଲା ଗର୍ଭାଶୟ। ଶରୀରରେ ନୂତନ ପ୍ରାଣ ସଞ୍ଚାର ହୋଇ ଭ୍ରୁଣ ରୂପେ ଗର୍ଭାଶୟରେ ବଢ଼ି ଏହା ଭାଜାଇନା ଦେଇ ଦୁନିଆ ଦେଖେ। ତେବେ ବାହ୍ୟ ସ୍ୱାସ୍ଥ୍ୟ ବିଷୟରେ ତ ସ୍ତ୍ରୀ ଟିଏ ସଚେତନ ହେବା ସହଜ ହୋଇଥାଏ। କଣ ଏହି ଗର୍ଭାଶୟର ବିଭିନ୍ନ ସମସ୍ୟା ବିଷୟରେ ସ୍ତ୍ରୀ ମାନେ ଜ୍ଞାତ ଥାଆନ୍ତି? ଏହା ଏକ ଅତି ଜରୁରୀ ବିଷୟ ଯେ, ସ୍ତ୍ରୀମାନେ ଗର୍ଭାଶୟରେ ଦେଖାଯାଉଥିବା ବିଭିନ୍ନ ସମସ୍ୟା ତଥା ତାହାର ସମାଧାନ ପାଇଁ ଆଗ୍ରହ ଦେଖାଇବା ଆବଶ୍ୟକ। ବର୍ତ୍ତମାନ ଆଲୋଚନାର କେନ୍ଦ୍ର ପାଲଟିଥିବା ଏପରି ଏକ ବିଷୟ ହେଲା ଗର୍ଭାଶୟ ଗ୍ରୀବା କର୍କଟ ବା ସର୍ଭିକାଲ୍ କ୍ୟାନସର। ଆସନ୍ତୁ ଆଜି କେତୋଟି ଖାଦ୍ୟ ବିଷୟରେ କଥା ହେବା ଯାହା ଏହି ସମସ୍ୟାରୁ ମହିଳାମାନଙ୍କୁ ଦୂରେଇ ରହିବାରେ ସାହାଯ୍ୟ କରିବ।

Advertisment

ଗର୍ଭାଶୟର ଶେଷ ଓ ସ୍ତ୍ରୀ ଜନନାଙ୍ଗ ବା ଭାଜାଇନାର ଆରମ୍ଭର ଅଂଶକୁ ଗର୍ଭାଶୟ ମୁଖ ବା ସର୍ଭିକ୍ସ କୁହାଯାଏ। ହ୍ୟୁମାନ୍ ପାପିଲେମା ଭଆିରସ୍ ନାମକ ଏକ ଭାଇରସ୍‌ର ଇନଫେକ୍ସନ୍ ଏହିଠାରେ ହେବା ଲକ୍ଷ୍ୟ କରାଯାଏ। ଏହି ଭୂତାଣୁ ସାଧାରଣତଃ ମଧ୍ୟ ବୟସ୍କ ମହିଳା, ପ୍ରସବ ସମୟରେ ସମସ୍ୟା ଥିବା, ଗର୍ଭାଶୟର ସ୍ଥିତିରେ ସମସ୍ୟା, ଏପରି କେତେକ ଲକ୍ଷଣ ଥିବା ମହିଳାମାନଙ୍କୁ ପ୍ରଭାବିତ କରିବାର ଆଶଙ୍କା ଅଧିକ ଥାଏ। ପ୍ରତିବର୍ଷ ଆମ ଦେଶରେ ୧,୨୨,୮୪୪ଜଣ ଏହି ଭାଇରସ୍‌ରେ ଆକ୍ରାନ୍ତ ହେବାର ତଥ୍ୟ ରହିଛି। ଏହା ମୁଖ୍ୟତଃ ଗର୍ଭାଶୟ ଗ୍ରୀବା ବା ସର୍ଭିକ୍ସରେ କ୍ୟାନସର ସେଲ୍ ବୃଦ୍ଧି କରିବାର ଦେଖାଯାଏ। ଧଳାସ୍ରାବ, ଅନିୟମିତ ଋତୁ, ଅସମୟରେ ରକ୍ତସ୍ରାବ ଆଦି ବିଭିନ୍ନ ଲକ୍ଷଣ ଦେଖାଗଲେ ତଥା ମେନୋପଜ୍ ପରେ ଅନିୟମିତ ସ୍ରାବ ଲକ୍ଷ୍ୟ କଲେ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତଙ୍କ ପରାମର୍ଶ କରିବା ଆବଶ୍ୟକ।

ଯେକୌଣସି ଶାରୀରିକ ସମସ୍ୟା ହେଉ ନା କାହିଁକି, ଉପଯୁକ୍ତ ସମୟରେ ନିରୂପଣ ସହିତ ସନ୍ତୁଳିତ ପୋଷଣଯୁକ୍ତ ଆହାର ସହିତ ଔଷଧ ନେଲେ ସହଜରେ ସୁସ୍ଥ ହୋଇପାରିବା। ତେଣୁ ଆଣ୍ଟିଅକ୍ସିଡାଣ୍ଟ, କାରୋଟିନଏଡ୍, ଫ୍ଲାବନଏଡ୍, ଫୋଲେଟ୍ ଆଦି ଥିବା ଫଳ ତଥା ପନିପରିବା ପ୍ରଚୁର ପରିମାଣରେ ସେବନ ଦ୍ୱାରା ଗର୍ଭାଶୟର ସ୍ୱାସ୍ଥ୍ୟ ଉତ୍ତମ ରଖାଯାଇପାରିବ। ଏହିପରି କେତୋଟି ମୁଖ୍ୟ ଖାଦ୍ୟପେୟ ଏହିପରି-

Advertisment

ଭିଟାମିନ୍ ଇ ଯୁକ୍ତ ଖାଦ୍ୟ

ବିଭିନ୍ନ ନଟ୍ସ(ଆଲମଣ୍ଡ୍, ୱାଲନଟ୍, ଆଦି), ହୋଲ୍ ଗ୍ରେନ୍ସ(ଓଟ୍ସ, ଦଲିଆ, କିନୁଆ, ମାଣ୍ଡିଆ ଆଦି), ମଞ୍ଜି (ପାଣିକଖାରୁ ମଞ୍ଜି, ଫ୍ଲାକ୍ସ ସିଡ୍, ରାଶି, ନାଣ୍ଡିବାଗୁଲି ଆଦି) ସବୁଜ ପତ୍ରଯୁକ୍ତ ପନିପରିବା ତଥା ଶାଗ, ମୁଖ୍ୟତଃ ପାଳଙ୍ଗ, ସଜନା ଶାଗ ଆଦି ସର୍ଭିକ୍ସରୁ ବିଷାକ୍ତ ସେଲ୍‌ଗୁଡ଼ିକ ନଷ୍ଟ କରି ସୁସ୍ଥ ସେଲ୍ ବୃଦ୍ଧିରେ ସାହାଯ୍ୟ କରେ।

ବିଟାକାରୋଟିନ୍ଯୁକ୍ତଫଳ ଓ ପରିବା

କନ୍ଦମୂଳ, ଗାଜର, ସେଓ, ଆଦି କ୍ୟାରୋଟିନ୍ ପରି ବର୍ଣ୍ଣଲବକ ଥିବା ଫଳ ଭିଟାମିନ୍ ସି ରେ ମଧ୍ୟ ପରିପୂର୍ଣ୍ଣ। ଏହି ଫଳ ତଥା ପରିବା ଆଣ୍ଟିଅକ୍ସିଡାଣ୍ଟରେ ମଧ୍ୟ ଭରିରହିଛି। ଗାଜର ଓ ବିଟ୍ ପରି ପରିବା ମୁଖ୍ୟତଃ କ୍ୟାନସର୍ ବିରୋଧୀ ପୋଷକ ତତ୍ୱରେ ଭରପୂର। ସାଦା ଭାବେ ସିଝା କିମ୍ୱା ଭଜା ଯାଇଥିବା କନ୍ଦମୂଳ ପାପିଲୋମା ଭାଇରସ୍ ପାଇଁ ଖୁବ୍ ଉପାଦେୟୀ।

Advertisment

ପ୍ରୋଟିନ୍ ଯୁକ୍ତ ଖାଦ୍ୟ

ଛେନା, ଦହି ପରି ଦୁଗ୍ଧଜାତ ପଦାର୍ଥ ଏବଂ ଅଣ୍ଡା ଇତ୍ୟାଦିରେ ପୁଷ୍ଟିସାର ତଥା ପ୍ରୋଟିନ୍ ଭରି ରହିଛି। ଏହା ଶରୀରରେ ନଷ୍ଟ ହୋଇଥିବା ସେଲ୍‌କୁ ବାହାର କରି ସୁସ୍ଥ ସେଲ୍ ତିଆରି କରିବାରେ ସାହାଯ୍ୟ କରେ। ବିଶେଷ କରି କ୍ୟାନସର୍ ପ୍ରଭାବିତ ସେଲ୍‌କୁ ଏହା ପୁନଃସଂରକ୍ଷିତ କରିପାପରେ। ଏଣୁ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ନିୟମିତ ନେବା ଜରୁରୀ।

ଆଇରନ୍ ତଥା ଫୋଲେଟ୍ ଯୁକ୍ତ ଖାଦ୍ୟ

ପାଳଙ୍ଗ ଶାଗ, କ୍ୟାପସିକମ୍, ବ୍ରକୋଲି, ସଜନାଶାଗ, ଭିଟାମିନ୍ ସି ଯୁକ୍ତ ଫଳ ଯେପରିକି ଅଁଳା, କମଳା, ଗ୍ରେପ୍ ଫ୍ରୁଟ୍, ଡାଳିମ୍ବ, ପିଜୁଳି ଆଦି ସେବନ ଦ୍ୱାରା ଶରୀରରେ ଲୌହ ମାତ୍ରା ବଢ଼େ। ଲୌହ ତଥା ଫୋଲେଟ୍‌ର ଉପସ୍ଥିତି ସ୍ତ୍ରୀ ଜନନ ବ୍ୟବସ୍ଥାରେ ଥିବା ସମସ୍ତ ଅଙ୍ଗ ଯେପରିକି ଗର୍ଭାଶୟ, ସର୍ଭିକ୍ସ, ଭାଜାଇନା, ଓଭାରୀ ଆଦି ସୁସ୍ଥ ରଖିବା ପାଇଁ ଅତ୍ୟନ୍ତ ଜରୁରୀ ହୋଇଥାଏ। ରକ୍ତରେ ଉପଯୁକ୍ତ ପରିମାଣରେ ଲୌହର ପରିମାଣ ହେମୋଗ୍ଲୋବିନ୍‌ର ସଠିକ୍ ପରିମାଣ ରହିବାରେ ସାହାଯ୍ୟ କରେ ଯାହା ଦ୍ୱାରା ଶରୀରର ସମସ୍ତ ଅଙ୍ଗରେ ଅମ୍ଲଜାନ ସହଜରେ ପହଁଚେ। ଏହା କୋଷଗୁଡ଼ିକ ସୁସ୍ଥ ରଖେ ଏବଂ ସ୍ୱତନ୍ତ୍ର ଭାବେ ସର୍ଭିକ୍ସ ସ୍ୱାସ୍ଥ୍ୟ ପାଇଁ ଫଓଲେଟ୍ ଏକ ମହତ୍ୱପୂର୍ଣ୍ଣ ଉପାଦାନ ହୋଇଥାଏ।

ଏଣୁ ଏହି ସମସ୍ତ ଖାଦ୍ୟର ସେବନ ପାଇଁ ଯତ୍ନବାନ୍ ହେବା ସହ ଦୈନିକ ଅଧଘଣ୍ଟାର ବ୍ୟାୟାମ ତଥା ଶାରୀରିକ କ୍ରିୟାକଳାପ କରିବା ଦ୍ୱାରା ଆମର ଗର୍ଭାଶୟର ସୁସ୍ଥତା ଦେଖିପାରିବା। ଏଥି ସହିତ ଧ୍ୟାନ ରଖିବାକୁ ହେବ ଯେ, ଏଠାରେ ବର୍ଣ୍ଣିତ କୌଣସି ବି ଲକ୍ଷଣ ମଧ୍ୟରୁ ଗୋଟିଏ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ବର୍ତ୍ତମାନ ଏଚ୍ ପି ଭି ପାଇଁ ଭ୍ୟାକସିନ୍ ବା ଟୀକା ମଧ୍ୟ ଉପଲବ୍ଧ। ଉପଯୁକ୍ତ ପ୍ରକ୍ରିୟାରେ ଯାଇ ସରକାରୀ ସ୍ତରରେ ମାଗଣାରେ ଏହା ଦିଆଯିବାର ବ୍ୟବସ୍ଥା ଆଗକୁ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟତଃ କିଶୋରାବସ୍ଥାରେ ହିଁ ଝିଅମାନେ ଏହି ଟୀକା ନେବାର ଆବଶ୍ୟକତା ରହିଛି। ଏସବୁ ସହିତ ଖାଦ୍ୟପେୟ ଓ ବ୍ୟାୟାମ ଦ୍ୱାରା ସର୍ଭିକାଲ୍ କ୍ୟାନସରକୁ ଏଡ଼ାଇ ସୁସ୍ଥ ରୁହନ୍ତୁ।

Healthy Food Healthy Diet Cervical Cancer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ