Advertisment

Yogasana: ଶୀତର ପ୍ରକୋପରୁ ନିଜକୁ ରକ୍ଷା କରିବା ପାଇଁ କରନ୍ତୁ ଏହି ଯୋଗ, ମିଳିବ ଆରାମ

ଯୋଗ ବିଜ୍ଞାନରେ ଅନେକ ଆସନ ଅଛି, ଯାହା ବିନା ଟଙ୍କା ଖର୍ବ୍ବରେ ଶରୀରକୁ ଗରମ କରି ଥଣ୍ଡା ଠାରୁ ରକ୍ଷା କରିଥାଏ। ନିୟମିତ ସକାଳେ ଯୋଗ ଅଭ୍ୟାସ କରିବା ଦ୍ୱାରା ଶୀତରୁ ନିଜକୁ ରକ୍ଷା କରିବା ସହ ଏହି ସମୟରେ ଶରୀରକୁ ଆକ୍ରମଣ କରୁଥିବା ବିଭିନ୍ନ ରୋଗରୁ ମଧ୍ୟ ନିଜକୁ ରକ୍ଷା କରିପାରିବେ। ଆସନ୍ତୁ ସେମିତି ଗୋଟିଏ ଯୋଗ ବିଷୟରେ ଜାଣିନେବା।

ଅଦ୍ୟତନ ହୋଇଛି
Shivling Mudra is very beneficial to avoid cold

Shivling Mudra is very beneficial to avoid cold

Advertisment

ଶୀତର ପ୍ରାରମ୍ଭିକ ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି। ଏହି ଋତୁରେ ନିଜକୁ ସୁସ୍ଥ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ଋତୁରେ, ଲୋକମାନେ ନିଜକୁ ସୁସ୍ଥ ରଖିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରନ୍ତି। ଥଣ୍ଡାର ପ୍ରକୋପରୁ ମଧ୍ୟ ନିଜକୁ ରକ୍ଷା ପାଇଁ କେହି କେହି ଉଷୁମ ବସ୍ତ୍ର ବ୍ୟବହାର କରନ୍ତି ତ ଆଉ କିଏ ଘରେ ରୁମ୍ ହିଟର ଲଗାନ୍ତି।

Advertisment

ଏପରି ପରିସ୍ଥିତିରେ ଯୋଗ ବିଜ୍ଞାନରେ ଅନେକ ଆସନ ଅଛି, ଯାହା ବିନା ଟଙ୍କା ଖର୍ବ୍ବରେ ଶରୀରକୁ ଗରମ କରି ଥଣ୍ଡା ଠାରୁ ରକ୍ଷା କରିଥାଏ। ନିୟମିତ ସକାଳେ ଯୋଗ ଅଭ୍ୟାସ କରିବା ଦ୍ୱାରା ଶୀତରୁ ନିଜକୁ ରକ୍ଷା କରିବା ସହ ଏହି ସମୟରେ ଶରୀରକୁ ଆକ୍ରମଣ କରୁଥିବା ବିଭିନ୍ନ ରୋଗରୁ ମଧ୍ୟ ନିଜକୁ ରକ୍ଷା କରିପାରିବେ।

ଶୀତର ପ୍ରକୋପରୁ ନିଜକୁ ରକ୍ଷା କରିବା ପାଇଁ ଅନେକ ଯୋଗ ସାଧନା ଥିବା ବେଳେ ସେଥିମଧ୍ୟରୁ ଗୁରୁତ୍ୱପୂର୍ଣ୍ଣ ସାଧନା ହେବା ‘ଶିବଲିଙ୍ଗ ମୁଦ୍ରା’। ଏହି ଗୁରୁତ୍ୱପୂର୍ଣ୍ଣ ମୁଦ୍ରା ବିଷୟରେ ସମସ୍ତେ ଜାଣିବା ଉଚିତ। ଶୀତରୁ ରକ୍ଷା କରିବାର ଆବଶ୍ୟକତା ଥିବାବେଳେ ଏହି ମୁଦ୍ରା ରାମବାଣ ପରି କାମ କରିବ। ଏହା ଅତି ସହଜ ଆଉ ସରଳ ହୋଇଥିବା ବେଳେ ଏହାକୁ ସବୁ ବର୍ଗର ବ୍ୟକ୍ତିମାନେ କରିପାରିବେ।

Advertisment

ଯୋଗ ବିଜ୍ଞାନ ଅନୁଯାୟୀ ଏ ଶରୀର ପଞ୍ଚତତ୍ତ୍ୱରେ ତିଆରି। ଏଥିରୁ ଗୋଟିଏ ତତ୍ତ୍ୱ ହେଉଛି ଅଗ୍ନି ଯାହା ଉଷ୍ମତା ବା ଯୌବନର ପ୍ରତୀକ ମଧ୍ୟ। ଶରୀରରେ ଥିବା ଏହି ଅଗ୍ନି ତତ୍ତ୍ୱ ବା ଯୌବନତାକୁ ବୃଦ୍ଧି କରି ଥଣ୍ଡା ପ୍ରକୋପକୁ ପ୍ରତିରୋଧ କରାଯାଇପାରେ। ଏଥିପାଇଁ ଯୋଗର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାଧନା ହେଉଛି ‘ଶିବଲିଙ୍ଗ ମୁଦ୍ରା’।

ଏହି ମୁଦ୍ରା କରିବାକୁ ହେଲେ ଉଭୟ ହାତର ଆଙ୍ଗୁଠିର ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଶୀତ ଋତୁରେ ଏହି ମୁଦ୍ରା ଜାଣିବା ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେବେ ଆସନ୍ତୁ ଏହି ମୁଦ୍ରା କିପରି କରିବେ ସେ ବିଷୟରେ ଜାଣିନେବା।

Advertisment

କରିବାର ପଦ୍ଧତି:

  • ସର୍ବପ୍ରଥମେ ସୁଖାସନା, ବଜ୍ରାସନା କିମ୍ବା ପଦ୍ମାସନରେ ବସନ୍ତୁ
  • ତା’ପରେ ବାମ ହାତକୁ କପ ପରି କରି ନାଭି ଆଗରେ ରଖନ୍ତୁ
  • ମନେରଖନ୍ତୁ ଯେ ସମସ୍ତ ଆଙ୍ଗୁଠି ପରସ୍ପର ସହିତ ଯୋଡି ହୋଇ ରହିବା ଉଚିତ
  • ତା’ପରେ ଡାହାଣ ହାତର ବୁଢା ଆଙ୍ଗୁଠିକୁ ଉପରକୁ ରଖି ମୁଠା କରନ୍ତୁ ଆଉ ଏହାକୁ ବାମ ହାତର ଉପରେ ରଖନ୍ତୁ
  • ଏହି ସ୍ଥିତିରେ ଏହି ଅଭ୍ୟାସ ଜାରି ରଖନ୍ତୁ
  • ନିଜର ସାମର୍ଥ୍ୟ ଅନୁଯାୟୀ ଯେତେ ସମ୍ଭବ ସେତେ ଅଧିକ ସମୟ ଏହିଭଳି ସ୍ଥିତିରେ ବସି ରହିପାରିବେ
  • ଅତି କମରେ ୪ ରୁ ୫ ମିନିଟ୍ ପାଇଁ ଏହି ସ୍ଥିତିକୁ ଅଭ୍ୟାସ କରିଲେ ଏହା ଖୁବ ଲାଭଦାୟକ ହୋଇଥାଏ

ସାବଧାନତା:

  • ଏହି ମୁଦ୍ରାକୁ କେବଳ ସକାଳ ଓ ସନ୍ଧ୍ୟାରେ କରିବା ଉଚିତ
  • ଦିନ ସମୟରେ ଯଦି ତାପମାତ୍ରା ଅଧିକ ଥାଏ ତେବେ ଏହା ନ କରିବା ଉଚିତ
  • ଏସିଡିଟି ସମସ୍ୟା ଥିଲେ ଏହାକୁ ନ କରିବା ଦରକାର
Yogasana Health Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ