Advertisment

Health Tips: କଞ୍ଚା ଆମ୍ବ ପେଟ ରୋଗ ପାଇଁ ରାମବାଣ; ଜାଣନ୍ତୁ କେମିତି ଖାଇବେ

କଞ୍ଚା ଆମ୍ବ ଅନେକ ଔଷଧୀୟ ଗୁଣରେ ଭରପୂର। ଯେଉଁଥିପାଇଁ ଅନେକ ଲୋକ ଗ୍ରୀଷ୍ମ ସମୟରେ କଞ୍ଚା ଆମ୍ବ ଖାଇବାକୁ ପସନ୍ଦ କରନ୍ତି। ଏଥିରେ ଅନେକ ପୋଷକ ତତ୍ତ୍ୱ ମିଳିଥାଏ, ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ତେବେ ଆସନ୍ତୁ ଗ୍ରୀଷ୍ମରେ କଞ୍ଚା ଆମ୍ଭ ଖାଇବା ଦ୍ୱାରା ସ୍ୱାସ୍ଥ୍ୟଜନୀତ କେଉଁ ଉପକାର ମିଳେ ଜାଣିବା।

ଅଦ୍ୟତନ ହୋଇଛି
Raw mango reduces risk of heat and diabetes will also control

Raw mango reduces risk of heat and diabetes will also control

Advertisment

ପ୍ରତ୍ୟେକ ଋତୁରେ କିଛି ନା କିଛି ସ୍ୱାଦିଷ୍ଟ ଫଳ ବଜାରକୁ ଆସିଥାଏ। ଗ୍ରୀଷ୍ମରେ ମିଳୁଥିବା ସେହିଭଳି ଏକ ସ୍ୱାଦିଷ୍ଟ ଫଳ ହେଉଛି ପାଚିଲା। ଏହା ସହିତ କଞ୍ଚା ଆମ୍ବ ମଧ୍ୟ ମିଳେ। କଞ୍ଚା ଆମ୍ବ ଅନେକ ଔଷଧୀୟ ଗୁଣରେ ଭରପୂର। ଯେଉଁଥିପାଇଁ ଅନେକ ଲୋକ ଗ୍ରୀଷ୍ମ ସମୟରେ କଞ୍ଚା ଆମ୍ବ ଖାଇବାକୁ ପସନ୍ଦ କରନ୍ତି। ଏଥିରେ ଅନେକ ପୋଷକ ତତ୍ତ୍ୱ ମିଳିଥାଏ, ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ।

Advertisment

ବିଶେଷଜ୍ଞଙ୍କ ମତରେ କଞ୍ଚା ଆମ୍ବରେ ଭିଟାମିନ୍ ଏ, ଭିଟାମିନ୍ ସି, ଭିଟାମିନ୍ ଇ, କ୍ୟାଲ୍‌ସିୟମ୍, ଫସ୍‌ଫରସ୍, ଆଇରନ୍, ଜିଙ୍କ୍‌, ଫାଇବର, କପର୍, ପୋଟାସିୟମ୍ ଏବଂ ସୋଡିୟମ୍ ଭଳି ପୋଷକ ତତ୍ତ୍ୱ ପ୍ରଚୁର ପରିମାଣରେ ମିଳିଥାଏ। ଏଥିପାଇଁ ଏହା ଅନେକ ପ୍ରକାରର ରୋଗକୁ ଦୂରେଇ ରଖେ।

ତେବେ ଆସନ୍ତୁ ଗ୍ରୀଷ୍ମରେ କଞ୍ଚା ଆମ୍ଭ ଖାଇବା ଦ୍ୱାରା ସ୍ୱାସ୍ଥ୍ୟଜନୀତ କେଉଁ ଉପକାର ମିଳେ ଜାଣିବା।

Advertisment

ପେଟ ରୋଗ ପାଇଁ ରାମବାଣ:

କଞ୍ଚା ଆମ୍ବରେ ମିଳୁଥିବା ଭିଟାମିନ୍ ସି ଯୋଗୁଁ ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ। ଏହା ଆମ ଶରୀରକୁ ଅନେକ ପ୍ରକାରର ସଂକ୍ରାମକ ରୋଗରୁ ଦୂରେଇ ରଖେ। କେବଳ ଏତିକି ନୁହେଁ କଞ୍ଚା ଆମ୍ବ ପେଟ ପାଇଁ ମଧ୍ୟ ବହୁତ ଲାଭଦାୟକ। କୋଷ୍ଠକାଠିନ୍ୟ ସମସ୍ୟାରୁ ଏହା ଆରାମ ପ୍ରଦାନ କରିଥାଏ। ଏହା ହଜମ ପ୍ରକ୍ରିୟାକୁ ମଧ୍ୟ ମଜବୁତ କରିଥାଏ। କଞ୍ଚା ଆମ୍ବ ପେଟରେ ଥିବା ଅମ୍ଳତା ସମସ୍ୟାକୁ ଦୂର ଦେଇଥାଏ।

ଆଖି ପାଇଁ ଲାଭଦାୟକ:

କଞ୍ଚା ଆମ୍ବରେ ମିଳୁଥିବା ଭିଟାମିନ୍ ଏ ଯୋଗୁଁ ଏହା ଦୃଷ୍ଟି ଶକ୍ତିରେ ଉନ୍ନତି ଆଣିଥାଏ। ଆଖି ସୁସ୍ଥ ରହିଥାଏ। କଞ୍ଚା ଆମ୍ବରେ ଆଣ୍ଟି-ଡାଏବେଟିକ୍ ଗୁଣ ମିଳିଥାଏ। ଏଥିପାଇଁ ଏହା ରକ୍ତରେ ସୁଗାର ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ।

Advertisment

ହାଡକୁ କରେ ମଜବୁତ:

କଞ୍ଚା ଆମ୍ବ ଖାଇବା ଦ୍ୱାରା ହାଡ ମଜବୁତ ହୁଏ। ଏଥିରେ କ୍ୟାଲସିୟମ୍ ପ୍ରଚୁର ପରିମାଣରେ ମିଳିଥାଏ। ଏହା ହାଡକୁ ସୁସ୍ଥ ଏବଂ ଶକ୍ତିଶାଳୀ କରିବା ପାଇଁ ଜରୁରୀ ବୋଲି ବିବେଚନା କରାଯାଏ। ଏହାର ନିୟମିତ ବ୍ୟବହାର ହାଡ ସମ୍ବନ୍ଧୀୟ ସମସ୍ୟାର ଆଶଙ୍କା ଦୂର କରିଥାଏ।

ଲୁ’ରୁ ରକ୍ଷା କରେ:

କଞ୍ଚା ଆମ୍ବ ଲୁ’ ଏବଂ ଉତ୍ତାପରୁ ରକ୍ଷା କରିଥାଏ। ଯଦି କଞ୍ଚା ଆମ୍ବକୁ ପଣା କରି ଖିଆଯାଏ, ତେବେ ଏହା ଲୁ’ରୁ ରକ୍ଷା କରିବାରେ ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥାଏ। କଞ୍ଚା ଆମ୍ବ ଚଟଣି ମଧ୍ୟ ଖିଆଯାଇପାରେ। କଞ୍ଚା ଆମ୍ବକୁ ନିୟମିତ ଖାଇବା ଦ୍ୱାରା ଶରୀର ଥଣ୍ଡା ରୁହେ ଏବଂ ଏହା ହାଇଡ୍ରେଟ୍ ରଖିବାରେ ସାହାଯ୍ୟ କରିଥାଏ।

କିପରି ଖାଇବେ କଞ୍ଚା ଆମ୍ବ:

କଞ୍ଚା ଆମ୍ବକୁ ପଣା କରି, ଚଟଣି କରି, ଜାମ ତିଆରି କରି, ମୁରବା କରି, ଆଚାର କରି, ଆମ୍ବ ପାଉଡର କରି, ଆମ୍ବ ପାପଡ କରି ଏବଂ ତରକାରୀ କରି ଏହାକୁ ଖାଇ ପାରିବେ। ଏଠାରେ କିନ୍ତୁ ମନେରଖିବା ଉଚିତ ଯେ କଞ୍ଚା ଆମ୍ବକୁ ଅତ୍ୟଧିକ ଖାଇବା ଦ୍ୱାରା ପେଟ ଫମ୍ପେଇବା କିମ୍ବା ପେଟ ଆଙ୍କେଡେଇବା ପରି ସମସ୍ୟା ହୋଇପାରେ।

Heat Wave Health Tips Sun Stroke
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ