Advertisment

Yogasana: ବ୍ୟାୟାମ କରିବାକୁ ସମୟ ନାହିଁ କି… ଯିବା-ଆସିବା ଭିତରେ କରନ୍ତୁ ଏହି ୪ ଯୋଗ

ଯଦି ଆପଣ ଫିଟ୍ ଏବଂ ପାଇନ୍ ରହିବାକୁ ଚାହାଁନ୍ତି ତେବେ ନିଶ୍ଚିତ ଭାବରେ ଯୋଗ ଅଭ୍ୟାସ କରନ୍ତୁ। ସବୁଠାରୁ ଭଲ କଥା ହେଉଛି ଏଥିପାଇଁ ଆପଣଙ୍କୁ ଅଲଗା ସମୟ ବାହାର କରିବାକୁ ପଡିବ ନାହିଁ। କେବଳ ଯିଆ-ଆସିବା ଏବଂ ଆପଣଙ୍କର ଦୈନନ୍ଦିନ କାମ କରିବା ଭିତରେ କିଛି ସହଜ ଯୋଗାସନ କରାଯାଇପାରିବ।

ଅଦ୍ୟତନ ହୋଇଛି
Practice these yoga poses while walking or moving

Practice these yoga poses while walking or moving

Advertisment

ଆଜିର ବ୍ୟସ୍ତବହୁଳ ଜୀବନ ଭିତରେ, ନିଜ ପାଇଁ ସମୟ ବାହାର କରିବା କଷ୍ଟକର ହୋଇପଡିଛି। ଏପରି ପରିସ୍ଥିତିରେ, ଲୋକମାନେ ସେମାନଙ୍କର ସ୍ୱାସ୍ଥ୍ୟକୁ ମଧ୍ୟ ଅଣଦେଖା କରନ୍ତି। ତେବେ ନିଜକୁ ଫିଟ୍ ଏବଂ ପାଇନ୍ ରହିବାକୁ ହେଲେ, ଶାରୀରିକ ସକ୍ରିୟତା ବଜାୟ ରଖିବା ଜରୁରୀ। ଏଥିପାଇଁ ବ୍ୟାୟାମ ଏକ ବିକଳ୍ପ। ତଥାପି, ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ହେତୁ, ଲୋକମାନଙ୍କର ବ୍ୟାୟାମ ପାଇଁ ମଧ୍ୟ ସମୟ ନାହିଁ।

Advertisment

କିନ୍ତୁ ଯଦି ଆପଣ ଫିଟ୍ ଏବଂ ପାଇନ୍ ରହିବାକୁ ଚାହାଁନ୍ତି ତେବେ ନିଶ୍ଚିତ ଭାବରେ ଯୋଗ ଅଭ୍ୟାସ କରନ୍ତୁ। ସବୁଠାରୁ ଭଲ କଥା ହେଉଛି ଏଥିପାଇଁ ଆପଣଙ୍କୁ ଅଲଗା ସମୟ ବାହାର କରିବାକୁ ପଡିବ ନାହିଁ। କେବଳ ଯିଆ-ଆସିବା ଏବଂ ଆପଣଙ୍କର ଦୈନନ୍ଦିନ କାମ କରିବା ଭିତରେ କିଛି ସହଜ ଯୋଗାସନ କରାଯାଇପାରିବ।

ତେବେ ଆସନ୍ତୁ ଏପରି କିଛି ଯୋଗାସନ ବିଷୟରେ ଜାଣିବା ଯାହାକୁ ଯେକୌଣସି ଠାରେ ଯେକୌଣସି ଅବସ୍ଥାରେ କରାଯାଇ ପାରିବ।

Advertisment

ତାଡାସନ:

ତାଡାସନ ଅଭ୍ୟାସ କରିବା ପାଇଁ ଅଲଗା ସମୟ ବାହାର କରିବାକୁ ପଡିବ ନାହିଁ। ଏଥିପାଇଁ, ଯେତେବେଳେ ଆପଣ ସକାଳେ କିମ୍ବା ସନ୍ଧ୍ୟାରେ ଫାଙ୍କା ଥିବେ ଏହି ଅଭ୍ୟାସ କରିପାରିବେ।

Practice these yoga poses while walking or moving ବ୍ୟାୟାମ କରିବାକୁ ସମୟ ନାହିଁ କି… ଯିବା-ଆସିବା ଭିତରେ କରନ୍ତୁ ଏହି ୪ ଯୋଗ

ତାଡାସନ କରିବାକୁ, ସର୍ବପ୍ରଥମେ ସିଧା ଠିଆ ହୁଅନ୍ତୁ ଏବଂ ଦୁଇ ଗୋଡକୁ ଲାଗେଇ ପାଖାପାଖି ରଖନ୍ତୁ। ବର୍ତ୍ତମାନ ଏକ ଦୀର୍ଘ ଶ୍ୱାସ ନେଇ ମୁଣ୍ଡ ଉପରେ ହାତ ଉଠାନ୍ତୁ ଏବଂ ଆଙ୍ଗୁଠିଗୁଡ଼ିକୁ ଏକାଠି କରନ୍ତୁ। ଏହା ପରେ ଧିରେ ଧିରେ ଗୋଇଠିକୁ ଟେକି ଗୋଡ ଆଙ୍ଗୁଠିରେ ଠିଆ ହେବାକୁ ଚେଷ୍ଟା କରନ୍ତୁ। କିଛି ସମ ରହି ମୂଳ ଅବସ୍ଥାକୁ ଆସନ୍ତୁ।

Advertisment

ବୃକ୍ଷାସନ:

ଆପଣ ଯେଉଁଠାରେ ଆରାମ ଅନୁଭବ କରିବେ ଏବଂ ସମୟ ପାଇବେ, ଘରେ, ଅଫିସ୍ କିମ୍ବା କଲେଜରେ ହେଉ ପଛେ ବୃକ୍ଷାସନ ଅଭ୍ୟାସ କରିପାରିବେ। ଏହି ଆସନ କରିବା ପାଇଁ ସିଧା ଠିଆ ହୋଇ ଗୋଟିଏ ଗୋଡକୁ ଆଣ୍ଠୁରୁ ଭାଙ୍ଗି ଅନ୍ୟ ଗୋଡର ଜଙ୍ଘ ଉପରେ ରଖନ୍ତୁ। ପ୍ରାର୍ଥନା ଅବସ୍ଥାରେ ଉଭୟ ହାତକୁ ଯୋଡନ୍ତୁ। ଏହି ଅବଥାରେ ଶରୀରର ସନ୍ତୁଳନ ବଜାୟ ରଖନ୍ତୁ।

ହସ୍ତପାଦାସନ:

ଏହି ଆସନ ଅଭ୍ୟାସ କରିବାକୁ ହେଲେ ସିଧା ଠିଆ ହୁଅନ୍ତୁ ଏବଂ ଅଣ୍ଟାକୁ ଧୀରେ ଧୀରେ ଭାଙ୍ଗି ଆଗକୁ ନଇଁଯାଆନ୍ତୁ। ପାଦକୁ ଦୁଇ ହାତରେ ଛୁଇଁବାକୁ ଚେଷ୍ଟା କରନ୍ତୁ। ଆପଣ ଏହି ଆସନକୁ ଯେକୌଣସି ସମୟରେ କରିପାରିବେ।

Practice these yoga poses while walking or moving ବ୍ୟାୟାମ କରିବାକୁ ସମୟ ନାହିଁ କି… ଯିବା-ଆସିବା ଭିତରେ କରନ୍ତୁ ଏହି ୪ ଯୋଗ

ହସ୍ତ ଉତ୍ତାନାସନ:

ଏହି ଆସନକୁ ମଧ୍ୟ ଯେକୌଣସି ଅବସ୍ଥାରେ କରାଯାଇ ପାରିବ। ଏହାକୁ କରିବାକୁ ହେଲେ ଦୁଇ ଗୋଡକୁ ଯୋଡି ଠିଆ ହୁଅନ୍ତୁ। ଶ୍ୱାସ ଭିତରୁ ନେଇ ଦୁଇ ହାତକୁ କାନ୍ଧ ସମାନରେ ଉପରକୁ ଉଠାନ୍ତୁ। ଧିରେ ଧିରେ ଯେତେ ସମ୍ଭବ ପିଠିକୁ ପଛକୁ ଭାଙ୍ଗନ୍ତୁ ଓ ଉପରକୁ ଚାହାନ୍ତୁ। କିଛି ସମୟ ରଖିବାକୁ ପରେ ମୂଳ ଅବସ୍ଥାକୁ ଆସନ୍ତୁ।

Yogasana Yoga Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ