Advertisment

ଭୁଲ୍‌ରେ ପିଆଜ ଓ ରସୁଣ ଚୋପାକୁ ଫିଙ୍ଗନ୍ତୁ ନାହିଁ, ଏଥିରୁ ମିଳିଥାଏ ଏହିସବୁ ଫାଇଦା...

ଆପଣ ପିଆଜ ଓ ରସୁଣ ଚୋପାକୁ ଫିଙ୍ଗି ଦେଉଛନ୍ତି, ତା’ହେଲେ ଏହାକୁ ନଫିଙ୍ଗି ଏହାର ବ୍ୟବହାର କରିପାରିବେ। ପିଆଜ ଓ ରସୁଣ ସ୍ୱାସ୍ଥ୍ୟ ପାଇଁ ଅନେକ ହିତକର ସାବ୍ୟସ୍ତ ହୋଇଥିବା ବେଳେ ଏହାର ଚୋପାରୁ ମଧ୍ୟ ଅନେକ ଫାଇଦା ମିଳିଥାଏ।

ଅଦ୍ୟତନ ହୋଇଛି
Know The Benefits And Uses Of Onion And Garlic Peels

Know The Benefits And Uses Of Onion And Garlic Peels

Advertisment

ଆପଣ ପନିପରିବା ଓ ଫଳ ଚୋପାର ଫାଇଦା ହୁଏତ ଶୁଣିଥିବେ। ହେଲେ କେବେ ପିଆଜ (Onion Peels) ଓ ରସୁଣ ଚୋପା(Garlic Peels)ର ଫାଇଦା ସର୍ମ୍ପକରେ ଜାଣିଛନ୍ତି କି ? ଯଦି ଆପଣ ପିଆଜ ଓ ରସୁଣ ଚୋପାକୁ ଫିଙ୍ଗି ଦେଉଛନ୍ତି, ତା’ହେଲେ ଏହାକୁ ନଫିଙ୍ଗି ଏହାର ବ୍ୟବହାର କରିପାରିବେ। ପିଆଜ ଓ ରସୁଣ ସ୍ୱାସ୍ଥ୍ୟ ପାଇଁ ଅନେକ ହିତକର ସାବ୍ୟସ୍ତ ହୋଇଥିବା ବେଳେ ଏହାର ଚୋପାରୁ ମଧ୍ୟ ଅନେକ ଫାଇଦା ମିଳିଥାଏ। 

Advertisment

ଜାଣନ୍ତୁ, କିଭଳି ଆପଣ ପିଆଜ ଓ ରସୁଣ ଚୋପାକୁ ଆପଣଙ୍କ ଜୀବନଶୈଳୀରେ ସାମିଲ କରିପାରିବେ...

ଚା’...

ପିଆଜ ଓ ରସୁଣ ଚୋପାରେ ଆପଣ ଚା’ ପ୍ରସ୍ତୁତ କରିପାରିବେ। ଏହି ଚା’ ପ୍ରସ୍ତୁତ କରିବା ପାଇଁ ଗରମ ପାଣିରେ ଗ୍ରୀନ୍‌ ଟି ସହ ରସୁଣ ଚୋପାକୁ ମିଶାନ୍ତୁ। କିଛି ସମୟ ପରେ ଏହି ପାଣିକୁ ଛାଣି ପିଇ ପାରିବେ। ଏହି ଚା’ର ସ୍ୱାଦ ଅନ୍ୟ ଚା’ଠୁ ଭିନ୍ନ ସହ ସ୍ୱାସ୍ଥ୍ୟ ପାଇଁ ହିତକର। ତେବେ ଚା’ ପ୍ରସ୍ତୁତ କରିବା ପୂର୍ବରୁ ଭଲ ଭାବରେ ଏହି ଚୋପାକୁ ଧୋଇ ନିଅନ୍ତୁ।

Advertisment

ଗଛ ପାଇଁ ଏହା ଅନେକ ଫାଇଦା...

ପିଆଜ ଓ ରସୁଣ ଚୋପାକୁ ଗଛର ସାର ଭାବେ ବ୍ୟବହାର କରାଯାଇପାରିବ। ଆପଣ ଗଛ ମୂଳରେ ଏହି ଚୋପା ଦେଇପାରିବେ। ଯାହାକି ସାର ଭାବେ କାର୍ଯ୍ୟ କରିଥାଏ। ଏହାଦ୍ୱାରା ଆପଣଙ୍କୁ କ୍ୟାଲସିୟମ, ଆଇରନ୍‌, ମ୍ୟାଗ୍ନେସିୟମ ଓ କପର ମଧ୍ୟ ମିଳିବ। ଫଳରେ ଏହା ଗଛକୁ ସବୁଜ କରିବା ସହ ବୃଦ୍ଧିରେ ସହାୟକ ହୋଇଥାଏ।

ଚୁଟି ରଙ୍ଗ ପାଇଁ ବ୍ୟବହାର କରିପାରିବେ...

ଚୁଟି ପାଇଁ ବ୍ୟବହାର କରୁଥିବା ଗୋଲ୍ଡେନ୍‌ ବ୍ରାଉନ୍‌ ରଙ୍ଗରେ ପିଆଜର ବ୍ୟବହାର କରିପାରିବେ। ଏଥିପାଇଁ ଏକ ପାତ୍ରରେ ପାଣି ନେଇ ସେଥିରେ ପିଆଜ ଚୋପ ପକାଇ ୧ ଘଣ୍ଟା ପର୍ଯ୍ୟନ୍ତ ଏହାକୁ ଭିଜାନ୍ତୁ। ଏହି ପାଣିକୁ ଚୁଟିରେ ଭଲ ଭାବରେ ଲଗାଇ ଅଧ ଘଣ୍ଟା ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ। ଏହାପରେ ଚୁଟିକୁ ଧୋଇ ଦିଅନ୍ତୁ।

Advertisment

ଚର୍ମ କୁଣ୍ଡାଇ ହେବାରୁ ଏହା ରକ୍ଷା କରିଥାଏ...

କୌଣସି କାରଣରୁ ଯଦି ଚର୍ମ କୁଣ୍ଡାଇ ହେଉଛି, ତା’ହେଲେଳେ ଏହି ଚୋପାକୁ ଆପଣ ବ୍ୟବହାର କରିପାରିବେ। ପିଆଜ କିମ୍ବା ରସୁଣ ଚୋପାକୁ ପାଣିରେ ଭିଜାଇ ରଖନ୍ତୁ ଓ ଏହାକୁ ଚର୍ମ ଉପରେ ଲଗାନ୍ତୁ।

ମାଂସପେଶୀ ଯନ୍ତ୍ରଣା ଦୂର କରେ...

ଯଦି ଆପଣ ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରୁଛନ୍ତି, ତା’ହେଲେ ପିଆଜ ଓ ରସୁଣ ଚୋପା ଆପଣଙ୍କର ଏହି କଷ୍ଟକୁ ଦୂର କରିବାରେ ସହାୟକ ହୋଇପାରିବ। ପିଆଜ ଚୋପାକୁ ୧୦ରୁ ୧୫ ମିନିଟ୍‌ ପାଣିରେ ଭିଜାଇ ଏହାକୁ ଛାଣି ଦିଅନ୍ତୁ। ଏହାପରେ ଏହି ପାଣିକୁ ଶୋଇବା ପୂର୍ବରୁ ଚା’ ଭାବେ ପିଇ ପାରିବେ। 

Health Tips Onion Peels Garlic Peels
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ