ଆସିଲା ଲାବ୍ ରିପୋର୍ଟ, ସନ୍ଦିଗ୍ଧ ଯୁବକ ମଙ୍କିପକ୍ସ ଆକ୍ରାନ୍ତ

ଦେଶରେ ପ୍ରଥମ ମଙ୍କିପକ୍ସ କେସ୍ । ଆଇସୋଲେସନରେ ଥିବା ସନ୍ଦିଗ୍ଧଙ୍କ ପାଖରୁ ଏମପକ୍ସ ଭାଇରସ୍ ଚିହ୍ନଟ।

India reports first case of Monkeypox

ଦେଶରେ ପ୍ରଥମ ମଙ୍କିପକ୍ସ କେସ୍ ଚିହ୍ନଟ । ଆଇସୋଲେସନରେ ଥିବା ସନ୍ଦିଗ୍ଧଙ୍କ ପାଖରୁ ଏମପକ୍ସ ଭାଇରସ୍ ଚିହ୍ନଟ ହୋଇଛି । ଏବେ ସଂକ୍ରମିତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ସେ ମଙ୍କିପକ୍ସ ସଂକ୍ରମିତ ଦେଶରୁ ଫେରିଥିଲେ । ଏହାପରେ ତାଙ୍କୁ ଆଇସୋଲେସନରେ ରଖାଯାଇଥିଲା ।ତାଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ଲାବ ରିପୋର୍ଟ ପଜିଟିଭ ଆସିଛି । ଚିହ୍ନଟ ମଙ୍କିପକ୍ସ ଭୂତାଣୁ ପଶ୍ଚିମ ଆଫ୍ରିକୀୟ କ୍ଲାଡ୍ -୨ ବର୍ଗର ।

କ'ଣ ଏହି ମଙ୍କିପକ୍ସ ଭାଇରସ?

ମଙ୍କିପକ୍ସ ଏକ ଭାଇରସ ଦ୍ବାରା ସୃଷ୍ଟି ହୋଇଥିବା ଏକ ରୋଗ । ଫ୍ଲୁ ପରି ଲକ୍ଷଣ ସାମ୍ନାକୁ ଆସିଥାଏ । ଏହା ଅର୍ଥୋପକ୍ସଭାଇରସ୍ ବଂଶର ଏକ ଜୀବାଣୁ ଅଟେ । ମଙ୍କିପକ୍ସ ଭାଇରସର ଦୁଇଟି ଷ୍ଟ୍ରେନ୍ ଅଛି । ଗୋଟିଏ ମଧ୍ୟ ଆଫ୍ରିକା (କ୍ଲେଡ୍-୧), ଅନ୍ୟଟି ପଶ୍ଚିମ ଆଫ୍ରିକା (କ୍ଲେଡ୍-୨) । ବର୍ତ୍ତମାନ କ୍ଲେଡ୍-୨ର ଅଧିକ ମାମଲା ରିପୋର୍ଟ କରାଯାଉଛି। ଏହି ଭୂତାଣୁ ଶୀଘ୍ର ବ୍ୟାପିଥାଏ, ମୃତ୍ୟୁ ହେବାର ଆଶଙ୍କା ଅଧିକ। ଏମପକ୍ସ ଭାଇରସ ଯେକୌଣସି ବ୍ୟକ୍ତିଙ୍କୁ ସଂକ୍ରମିତ କରିପାରେ ।

ମଙ୍କିପକ୍ସ ଲକ୍ଷଣ
ଜ୍ୱର, ମୁଣ୍ଡବିନ୍ଧା, ମାଂସପେଶୀ ଘୋଳାବିନ୍ଧା ହୁଏ । ହାଡ଼ଫୁଟି ଭଳି ଦେହସାରା ଫଳିଯାଏ । ଏହି ଲକ୍ଷଣ ୨ ରୁ ୪ ସପ୍ତାହ ଯାଏଁ ରହିଥାଏ ।
ଶିଶୁ, ଗର୍ଭବତୀ, କ୍ଷୀଣ ରୋଗ ପ୍ରତିରୋଧକ ଶକ୍ତି ଥିବା ଲୋକଙ୍କୁ ବିପଦ । ଏହାର କୌଣସି ସିଧାସଳଖ ଚିକିତ୍ସା ନାହିଁ । ପୋଷକ ଖାଦ୍ୟ, ଯଥେଷ୍ଟ ପାଣି ପିଇବା ଓ ପର୍ଯ୍ୟାପ୍ତ ନିଦ ପାଇଁ ପରାମର୍ଶ ଦିଆଯାଇଛି । ଚର୍ମକୁ ନକୁଣ୍ଡାଇବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି । ୨୦୨୨ରେ ଭାରତରେ କିଛି ଜଣ ସଂକ୍ରମିତ ହୋଇଥିଲେ ।

ଏହାର କୌଣସି ସିଧାସଳଖ ଚିକିତ୍ସା ନାହିଁ। ମଙ୍କିପକ୍ସ ସଂକ୍ରମଣ ହେଲେ ପୋଷକ ଖାଦ୍ୟ ଖାଇବା, ଯଥେଷ୍ଟ ପାଣି ପିଇବା ଓ ପର୍ଯ୍ୟାପ୍ତ ନିଦ ସହିତ ଚର୍ମକୁ ନକୁଣ୍ଡାଇବା ପାଇଁ ପରାମର୍ଶ ଦିଆଯାଇଛି । ୨୦୨୨ରେ ଭାରତରେ ମଧ୍ୟ ଅଳ୍ପ କିଛି ଜଣ ମଙ୍କିପକ୍ସ ଦ୍ୱାରା ସଂକ୍ରମିତ ହୋଇଥିଲେ। ଅଗଷ୍ଟ ୧୪ରେ ମଙ୍କିପକ୍ସକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ - WHO ହେଲଥ ଏମର୍ଜେନ୍ସି ଘୋଷଣା କରିଥିଲେ । ପାଖାପାଖି ୧୭ଟିଟି ଦେଶକୁ ମଙ୍କିପକ୍ସ ବିସ୍ତାର କରିସାରିଛି ।

ଘାତକ ସାଜିଥିବା ମଙ୍କିପକ୍ସ ପାଇଁ ଦେଶର ସବୁ ବିମାନ ବନ୍ଦରକୁ ପୂର୍ବରୁ ଆଲର୍ଟ କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ବିଦେଶୀ ଯାତ୍ରୀଙ୍କ ମଙ୍କିପକ୍ସ ଲକ୍ଷଣ ଉପରେ ଦୃଷ୍ଟି ଦେବାକୁ ଦେଶର ସମସ୍ତ ବିମାନ ବନ୍ଦରକୁ ସତର୍କ କରାଯାଇଛି । ବାଂଲାଦେଶ ଏବଂ ପାକିସ୍ତାନ ସୀମାନ୍ତରେ ବି ଆଲର୍ଟ ରହିବାକୁ କୁହାଯାଇଛି । ଯାତ୍ରୀଙ୍କ ଠାରେ ମଙ୍କିପକ୍ସ ଲକ୍ଷଣ ଦେଖାଗଲେ ତୁରନ୍ତ ପରୀକ୍ଷା କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।