Advertisment

Health Tips: ଆପଣଙ୍କ ଦାନ୍ତ ହଳଦିଆ ପଡିଯାଉଛି କି, ଆପଣାନ୍ତୁ ଏହି ଉପାୟ; ଚକ୍ ଚକ୍ କରିବ...

ହଳଦିଆ ଦାନ୍ତ ଚେହେରାର ସୌନ୍ଦର୍ଯ୍ୟକୁ ଖରାପ କରିଥାଏ। ଏହି କାରଣରୁ କାଭିଟିଜ୍ ମଧ୍ୟ ହେବା ଆରମ୍ଭ ହୁଏ ଯାହା ଦାନ୍ତକୁ ନଷ୍ଟ କରିଥାଏ। ଆପଣ ଯଦି ଏହି ସମସ୍ୟାରେ ପୀଡ଼ିତ ଆଉ ହଳଦିଆ ଦାନ୍ତରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ଆପଣ ଲେମ୍ବୁ ବ୍ୟବହାର କରିପାରିବେ। କିପରି ଜାଣନ୍ତୁ।

ଅଦ୍ୟତନ ହୋଇଛି
How to use lemon for cleaning yellow teeth

How to use lemon for cleaning yellow teeth

Advertisment

ଯେତେବେଳେ ଜଣେ ବ୍ୟକ୍ତି ପାଟି ଖୋଲନ୍ତି, ପ୍ରଥମେ ଦାନ୍ତ ହିଁ ଦେଖାଯାଏ। ଯଦି ଦାନ୍ତ ଧଳା ଥାଏ ତେବେ ଏହା ବ୍ୟକ୍ତିର ସୌନ୍ଦର୍ଯ୍ୟକୁ ବଢେଇଦିଏ। କିନ୍ତୁ ଅନେକ ବ୍ୟକ୍ତିଙ୍କ ପାଖରେ ଦେଖାଯାଏ ଯେ ସେମାନଙ୍କ ଦାନ୍ତ ହଳଦିଆ ପଡିଯାଇଛି। ଏହା ଚେହେରାର ସୌନ୍ଦର୍ଯ୍ୟକୁ ଖରାପ କରିଥାଏ। ହଳଦିଆ ଦାନ୍ତ ହେତୁ କାଭିଟିଜ୍ ମଧ୍ୟ ହେବା ଆରମ୍ଭ ହୁଏ ଯାହା ଦାନ୍ତକୁ ନଷ୍ଟ କରିଥାଏ। ପରେ ପରିସ୍ଥିତି ଏମିତି ହୋଇଯାଏ ଯେ, ଶେଷରେ ଦାନ୍ତ ପଡିବା ଆରମ୍ଭ କରେ।

Advertisment

ଅନ୍ୟପକ୍ଷରେ ହଳଦିଆ ଦାନ୍ତ ଯୋଗୁଁ ଅନେକ ସମୟରେ ଘୃଣାର ଶିକାର ହେବାକୁ ମଧ୍ୟ ପଡିଥାଏ। କାରଣ କଥା କହିବା ବେଳେ ମୁହଁରୁ ଦୁର୍ଗନ୍ଧ ଆସେ। ଆପଣ ଯଦି ଏହି ସମସ୍ୟାରେ ପୀଡ଼ିତ ଆଉ ହଳଦିଆ ଦାନ୍ତରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ଆପଣ ଲେମ୍ବୁ ବ୍ୟବହାର କରିପାରିବେ।

ହଳଦିଆ ଦାନ୍ତକୁ ସଫା କରିବା ପାଇଁ ଲେମ୍ବୁକୁ ଅନେକ ଉପାୟରେ ବ୍ୟବହାର କରାଯାଇପାରେ। ଏହାକୁ କିନ୍ତୁ ଅଧିକ ବ୍ୟବହାର କରିବା ଉଚିତ ନୁହେଁ କାରଣ ଏଥିରେ ଅଧିକ ଏସିଡ୍ ସ୍ତର ଥାଏ। ଲେମ୍ବୁ ରସରେ ବ୍ଲିଚିଂ ଗୁଣ ରହିଥାଏ ଯାହା ଦାନ୍ତକୁ ସଫା କରିବାରେ ସାହାଯ୍ୟ କରେ। ତେବେ ହଳଦିଆ ଦାନ୍ତକୁ ସଫା କରିବା ପାଇଁ ଲେମ୍ବୁକୁ କେଉଁ ଉପାୟରେ ବ୍ୟବହାର କରିବେ ଆସନ୍ତୁ ଜାଣିନେବା।

Advertisment

ବେକିଂ ସୋଡା ଏବଂ ଲେମ୍ବୁ:

ଲେମ୍ବୁ ରସକୁ ବେକିଂ ସୋଡା ସହିତ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ବ୍ରଶ୍‌ରେ ନେଇ ଦାନ୍ତ ସଫା କରନ୍ତୁ। ଏହା ଦ୍ୱାରା ହଳଦିଆ ଦାନ୍ତ ଧଳା ହୋଇଯାଏ। ଏହା ମଧ୍ୟ ଦାନ୍ତରେ ଦେଖାଯାଉଥିବା ଅନ୍ୟାନ୍ୟ ଦାଗ ହଟାଇବାରେ ସାହାଯ୍ୟ କରେ।

ଲୁଣ ସହିତ ଲେମ୍ବୁ:

ଲେମ୍ବୁ ରସରେ କିଛି ଲୁଣ ମିଶାନ୍ତୁ ଏବଂ ଏହାକୁ ଦାନ୍ତରେ ଘଷନ୍ତୁ। ଏହା ଦାନ୍ତକୁ ସଫା କରିବା ସହ ପାଟିରୁ ଖରାପ ଜୀବାଣୁ ମଧ୍ୟ ବାହାର କରିଥାଏ। ବ୍ୟବହାର ପାଇଁ ସମାନ ପରିମାଣର ଲୁଣ ଏବଂ ଲେମ୍ବୁ ରସ ମିଶାନ୍ତୁ। ଯଦି ଆବଶ୍ୟକ ହୁଏ, ତେବେ କିଛି ପାଣି ମଧ୍ୟ ମିଶାଇ ପାରିବେ।

Advertisment

ଟୁଥ୍‌ପେଷ୍ଟ ଏବଂ ଲେମ୍ବୁ ରସ:

ଟୁଥ୍‌ପେଷ୍ଟରେ ଲେମ୍ବୁ ରସ ମିଶାଇ ଏହି ମିଶ୍ରଣକୁ ମଧ୍ୟ ବ୍ରଶ୍‌ ଦ୍ୱାରା ଦାନ୍ତ ଘଷାଯାଇପାରିବ। ଏହା ଦାନ୍ତ ଉପରେ ଭଲ ପ୍ରଭାବ ପକେଇଥାଏ। ଏହି ପେଷ୍ଟ ଦାନ୍ତରୁ ଉଭୟ ପ୍ଲେକ୍ ଏବଂ ହଳଦିଆ ରଙ୍ଗକୁ ସଫା କରିଥାଏ।

Health Tips Health Tips In Odia Teeth Problems
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ