Advertisment

Food Craving: ଫୁଡ୍ କ୍ରେଭିଂ ବା ଖାଦ୍ୟ ଲାଳସାକୁ କେମିତି କରିବେ ପରିଚାଳନା, ଜାଣନ୍ତୁ ୭ଟି ଉପାୟ

ଖାଇବା ଲୋଭ କାହାର ବା ନାହିଁ ! ଖାଦ୍ୟଲୋଭୀଙ୍କୁ ସମସ୍ତେ ଥଟ୍ଟା କରନ୍ତି। କିନ୍ତୁ ଖାଇବାର ଆନନ୍ଦ କେବଳ ଭୋକିଲା ହିଁ ଜାଣେ। ହେଲେ ବେଳେବେଳେ ଆମ ଭିତରେ ଦେଖାଦେଉଥିବା ଅଯଥା ଖାଦ୍ୟ ଲାଳସାକୁ ଆମେ ପରିଚାଳନା କରିବା ଉଚିତ। ଜାଣନ୍ତୁ ବିଶେଷଜ୍ଞ ଦେଇଥିବା ୭ଟି ଉପାୟ।

how-to-restrain-from-food-craving-7-effective-ways

how-to-restrain-from-food-craving-7-effective-ways

Advertisment

ଆପଣଙ୍କର କେବେ ଏକ ନିର୍ଦ୍ଦିଷ୍ଟ ଖାଦ୍ୟ ପାଇଁ ପ୍ରବଳ ଆଗ୍ରହ ହୋଇଛି କି? କୌଣସି ଲୁଣି, ମିଠା ତଥା କିଛି ସ୍ୱତନ୍ତ୍ର ସ୍ୱାଦର ଖାଦ୍ୟ ଖାଇବାକୁ ଅତ୍ୟନ୍ତ ଇଛା ହେଉଥିବ। ଏହା କେବଳ ଏକ କ୍ଷଣସ୍ଥାୟୀ ଇଚ୍ଛା ନୁହେଁ; ବରଂ ଏହା ଏକ ଶକ୍ତିଶାଳୀ "ଖାଦ୍ୟ ଲାଲସା" ବା ଫୁଡ୍ କ୍ରେଭିଂ। ଯଦିଓ ସେଗୁଡ଼ିକ ସାଧାରଣ ଇଛା ଭଳି ଲାଗେ, କିନ୍ତୁ ଫୁଡ୍ କ୍ରେଭିଂ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଧାରଣା, ଯାହା ଆମ ଶରୀରର କ୍ରିୟା, ମନୋବିଜ୍ଞାନ ଓ ପରିବେଶର ପାରସ୍ପରିକ କ୍ରିୟା ଦ୍ୱାରା ପ୍ରଭାବିତ ହୋଇଥାଏ। ଏହି କାରକଗୁଡ଼ିକ ବୁଝି କିପରି ଫୁଡ୍ କ୍ରେଭିଂରୁ ରକ୍ଷା ପାଇବା ଆସନ୍ତୁ ଆଜି ସେହି ବିଷୟରେ କଥା ହେବା।

Advertisment

ଫୁଡ୍ କ୍ରେଭିଂ ପଛରେ ଥିବା ବିଜ୍ଞାନ: ଚିକିତ୍ସା ଓ ମନସ୍ତାତ୍ତ୍ୱିକ କାରଣ
ଫୁଡ୍ କ୍ରେଭିଂ ପ୍ରକୃତରେ ସବୁବେଳେ ଆମ ଭୋକ ବା କ୍ଷୁଧାଜନିତ ହୋଇନଥାଏ। ଅନେକ ସମୟରେ ଆମ ଶରୀର ଓ ମନରୁ ମିଳୁଥିବା ସଂକେତକୁ ମଧ୍ୟ ଆମେ ବୁଝି ପାରନ୍ତି ନାହିଁ।

ହରମୋନ ଅନିୟମିତତା:

ଘ୍ରେଲିନ ଓ ଲେପ୍ଟିନ: ଆମକୁ ଭୋକ ହେଲାବେଳେ ଘ୍ରେଲିନ, ଯାହାକି "ଭୋକ ବା କ୍ଷୁଧାକାରକ ହରମୋନ" ତାହା ସଙ୍କେତ ଦେଇଥାଏ। ଲେପ୍ଟିନ ଏକ "ସନ୍ତୋଷ କାରକ ହରମୋନ" ଯାହା, ଖାଦ୍ୟ ଖାଇ ପେଟ ପୂରିଗଲେ ଆମକୁ ସୂଚିତ କରିଥାଏ। ଏଗୁଡ଼ିକରେ ଅସନ୍ତୁଳନ ହେତୁ ଅନବରତ ଭୋକର ସଙ୍କେତ ବା ନିର୍ଦ୍ଦିଷ୍ଟ କ୍ରେଭିଂ ଦେଖାଯାଏ।

Advertisment

ସେରୋଟୋନିନ: ପ୍ରାୟତଃ ମନସ୍ତତ୍ୱ ସହିତ ଜଡିତ ଏହି ନ୍ୟୁରୋଟ୍ରାନ୍ସମିଟର, ଆମ କ୍ରେଭିଂକୁ ପ୍ରଭାବିତ କରିପାରେ। କମ୍ ସେରୋଟୋନିନ୍ ସ୍ତର କାର୍ବୋହାଇଡ୍ରେଟ୍ ବା ଶ୍ୱେତସାର କ୍ରେଭିଂକୁ ପ୍ରୋତ୍ସାହିତ କରେ, ଯାହା ସେରୋଟୋନିନ୍ ଉତ୍ପାଦନକୁ ବୃଦ୍ଧି କରେ।

କର୍ଟିସଲ: "ଷ୍ଟ୍ରେସ ହରମୋନ" ବାକର୍ଟିସଲ, ବିଶେଷତଃ ଅଧିକ ଶର୍କରା, ଅଧିକ ଚର୍ବିଯୁକ୍ତ ଖାଦ୍ୟ ପାଇଁ କ୍ଷୁଧା ଓ କ୍ରେଭିଂ ବୃଦ୍ଧି କରେ।

Advertisment

ଋତୁଚକ୍ର/ଗର୍ଭାବସ୍ଥା: ଋତୁସ୍ରାବ କିମ୍ବା ଗର୍ଭାବସ୍ଥା ସମୟରେ ହରମୋନ୍‌ର ପରିବର୍ତ୍ତନ ଯୋଗୁଁ ଆମର ବିଭିନ୍ନ ଫୁଡ୍ କ୍ରେଭିଂ ହୁଏ।

ମନସ୍ତାତ୍ତ୍ୱିକ କାରଣ
ମାନସିକ ଚାପ, ଅବସାଦ, ଦୁଃଖ,ଚାପ, ଏକୁଟିଆପଣ ଅନୁଭବ ହେବା ସମୟରେ, କେତେକ ଖାଦ୍ୟ ସାମୟିକ ଆରାମ ପ୍ରଦାନ କରିପାରେ, ଯାହା "ଭାବନାଗତ ଭୋଜନ" ବା ଇମୋସନାଲ୍ ଇଟିଂକୁ ବୁଝାଏ। ଆପଣ ବି ଏହା ଅନୁଭବ କରିଥିବେ।

ପାରିପାର୍ଶ୍ୱିକ ପରିସ୍ଥିତି:

ପିଜା ପାଇଁ ବିଜ୍ଞାପନ ଦେଖିଲେ, ବିଭିନ୍ନ ବ୍ୟବସାୟିକ ବିଜ୍ଞାପନ ସମୟରେ ଦେଖାଉଥିବା ଖାଦ୍ୟଗୁଡ଼ିକର ଲୋଭନୀୟ ଦୃଶ୍ୟ ଦେଖି, ଆଖପାଖରୁ କୌଣସି ମନପସନ୍ଦ ଖାଦ୍ୟର ବାସ୍ନା ଆସିଲେ କିମ୍ବା କେବଳ ମନପସନ୍ଦର ରେଷ୍ଟୁରାଣ୍ଟ୍ ଦେଇ ଗଲେ ବି ଖାଦ୍ୟ ଖାଇବାର ଲୋଭ ଉପୁଜିଥାଏ। ସାଙ୍ଗମାନେ ଦେଖାହେଇ ଗଲେ ସେମାନଙ୍କ ସହ ସମୟ ବିତେଇବା ପାଇଁ ମଧ୍ୟ ଆମେ ଆବଶ୍ୟକ ନଥାଇ ଖାଦ୍ୟ ଖାଉ।

ପୋଷକ ତତ୍ତ୍ୱର ଅଭାବ
ଯଦିଓ ସାଧାରଣ ଭାବେ ନିର୍ଦ୍ଦିଷ୍ଟ କ୍ରେଭିଂ ପୋଷଣର ଅଭାବକୁ ସୂଚିତ କରେ, କିନ୍ତୁ ଏହାର ବୈଜ୍ଞାନିକ ପ୍ରମାଣ ସୀମିତ ଅଟେ। ଆମର ସାଧାରଣତଃ ମାଇକ୍ରୋ ନ୍ୟୁଟ୍ରିଏଣ୍ଟସ୍ ଥିବା ଖାଦ୍ୟ ଅପେକ୍ଷା ଶକ୍ତିବର୍ଦ୍ଧକ ବା ଅଧିକ କ୍ୟାଲୋରୀଯୁକ୍ତ ଖାଦ୍ୟ ଖାଇବାକୁ ଅଧିକ ଇଚ୍ଛା ହୁଏ। କିନ୍ତୁ ପ୍ରକୃତରେ ଅସନ୍ତୁଳିତ ଖାଦ୍ୟ ସେବନ ଦ୍ୱାରା ଖାଦ୍ୟ ଖାଇବା ପାରେ ସନ୍ତୋଷ ମିଳେନାହିଁ ଯାହା କ୍ରେଭିଂ ଭାବରେ ପ୍ରକାଶ ପାଇପାରେ। ଗବେଷଣାରୁ ଜଣାଯାଏ ଯେ, ଆମ ଅନ୍ତନଳୀରେ ଥିବା ବ୍ୟାକ୍ଟେରିଆ, ନ୍ୟୁରୋଟ୍ରାନ୍ସମିଟର ଓ ମସ୍ତିଷ୍କ ସହିତ କ୍ରିୟାଶୀଳ ହେଉଥିବା ଅନ୍ୟାନ୍ୟ ଯୌଗିକ ଉତ୍ପାଦନ କରି ଆମ ଖାଦ୍ୟ ପସନ୍ଦ ଓ କ୍ରେଭିଂକୁ ପ୍ରଭାବିତ କରେ।

ନିୟନ୍ତ୍ରଣ ପାଇଁ ଉପାୟ: ଏକ ପୁଷ୍ଟିକର ଆଭିମୁଖ୍ୟ

  1. ଏକ ସନ୍ତୁଳିତ ଖାଦ୍ୟ ଅଭ୍ୟାସରୁ ହିଁ ଫୁଡ୍ କ୍ରେଭିଂର ପରିଚାଳନା ଆରମ୍ଭ ହୋଇଥାଏ ଯାହା ଆପଣଙ୍କ ଶରୀର ଓ ମନକୁ ସନ୍ତୁଷ୍ଟ ରଖିଥାଏ। ଖାଦ୍ୟ ସେବନ ଜନିତ ସନ୍ତୁଷ୍ଟି ବା ସାଟିଏଟି ପାଇଁ ପୁଷ୍ଟିସାରରେ ଭରପୂର ଖାଦ୍ୟ (ଚିନି ମାଂସ, ମାଛ, ଅଣ୍ଡା, ଡାଲିଜାତୀୟ ଖାଦ୍ୟ, ଦୁଗ୍ଧଜାତ ଦ୍ରବ୍ୟ, ଟୋଫୁ) ଖାଆନ୍ତୁ। ଏହା ରକ୍ତ ଶର୍କରାକୁ ସ୍ଥିର କରିବାରେ ସାହାଯ୍ୟ କରିଥାଏ, ହଠାତ୍ ଭୋକ ଲାଗିବା ଓ କ୍ରେଭିଂକୁ କମ୍ କରିଥାଏ।
  2. ଫଳ, ପନିପରିବା, ହୋଲ୍ ଗ୍ରେନ୍ ଓ ଡାଲିଜାତୀୟ ଖାଦ୍ୟରେ ମିଳୁଥିବା ତନ୍ତୁ ବା ଫାଇବର୍‌ ପୂର୍ଣ୍ଣତାକୁ ବଢ଼ାଇଥାଏ ଏବଂ ଶର୍କରା ଶୋଷଣକୁ ଧୀର କରିଥାଏ। ଖାଦ୍ୟରେ କମ୍ପ୍ଲେକ୍ସ କାର୍ବୋହାଇଡ୍ରେଟ୍ ବା ମିଶ୍ରିତ ଶ୍ୱେତସାର (ଓଟ୍ସ, ନାଲି ଉଷୁନା ଚାଉଳ ଇତ୍ୟାଦି) ଅଧିକ ରଖନ୍ତୁ।
  3. ବାଦାମ, ନଟ୍ସ ଆଦି ସ୍ୱାସ୍ଥ୍ୟ ଉପକାରୀ ଚର୍ବି ବା ଲୋ-ଡେନସିଟି ଲିପିଡ୍, ସ୍ନେହସାରରେ ଦ୍ରବଣୀୟ ଭିଟାମିନକୁ ଅବଶୋଷିତ କରିବାରେ ସାହାଯ୍ୟ କରେ। ଏହା ଖାଇବା ଦ୍ୱାରା ମଧ୍ୟ କ୍ରେଭିଂ କମ୍ ହୋଇଥାଏ।
  4. ଅନେକ ସମୟରେ ଆମେ ଅତ୍ୟଧିକ ଶୋଷ ଲାଗିଲେ ଭୋକ ଲାଗିଲା ଭାବି ଖାଇଦେଉ। ଜଳଖିଆ ପୂର୍ବରୁ ଗୋଟିଏ ଗ୍ଲାସ୍ ପାଣି ପିଇବାକୁ ଚେଷ୍ଟା କରନ୍ତୁ। ଏହା କେବଳ ଆପଣଙ୍କ ଶରୀରର ହାଇଡ୍ରେସନ୍ ବା ଜଳ ନିମିତ ଆବଶ୍ୟକତାର ସଙ୍କେତ ହୋଇଥାଏ।
  5. ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ। ଧୀରେ ଧୀରେ ଖାଆନ୍ତୁ, ଗୋଟିଏ ଗୋଟିଏ କାମୁଡ଼ିବାର ସ୍ୱାଦ ନିଅନ୍ତୁ ଏବଂ ତୁମର ଶରୀରର କ୍ଷୁଧା ଏବଂ ପୂର୍ଣ୍ଣତାର ସଙ୍କେତ ଶୁଣନ୍ତୁ। ଏହା ଶାରୀରିକ କ୍ଷୁଧା ଏବଂ ଆବେଗିକ ଲାଲସା ମଧ୍ୟରେ ପାର୍ଥକ୍ୟ କରିବାରେ ସାହାଯ୍ୟ କରିପାରେ।
  6. ମାନସିକ ଚାପକୁ ଠିକ୍‌ରେ ପରିଚାଳନା କରିବାକୁ ଅନ୍ୟ ଆକ୍ଟିଭିଟି, ଯେପରି କି ଭଲ ସଂଗୀତ ଶୁଣିବା, ବୁଲିବାକୁ ଯିବା, ଗଛ ଲଗାଇବା ପରି କାମରେ ନିଜକୁ ଲିପ୍ତ ରଖନ୍ତୁ। ଯାହା ଫଳରେ କ୍ରେଭିଂ ହେବ ନାହିଁ। ଆହୁରି ମଧ୍ୟ ଆପଣ ନିଜ କ୍ରେଭିଂର ଏକ ଲିଖିତ ତଥ୍ୟ ରଖିପାରିବେ, ଯାହାଦ୍ୱାରା ସମୟାନୁସାରେ ଏହାକୁ ଜାଣି ଖାଦ୍ୟ ଲାଳସାରୁ ଦୂରେଇ ରହିପାରିବେ।
  7. ଆପଣଙ୍କ ବ୍ୟାଗ୍‌ରେ ନିୟମିତ କିଛି ସ୍ୱାସ୍ଥ୍ୟକର ସ୍ନାକ୍ସ, ଯେପରିକି ମିଲେଟ୍ ବିସ୍କୁଟ୍, ଫଳ ଇତ୍ୟାଦି ରଖନ୍ତୁ ଯାହା ଦ୍ୱାରା ଅଳ୍ପ ଭୋକ ହେଲେ ଆପଣ ଏହା ଖାଇପାରିବେ ଏବଂ ଏହା ଅଯଥା କ୍ରେଭିଂରୁ ଆପଣଙ୍କୁ ବଞ୍ଚାଇ ପାରିବ।

ଖାଦ୍ୟର ଲୋଭ ମଣିଷ ମନସ୍ତତ୍ତ୍ୱର ଏକ ସ୍ୱାଭାବିକ ଅଂଶ, କିନ୍ତୁ ଏଥିପାଇଁ ଆପଣଙ୍କ ଖାଇବା ଅଭ୍ୟାସ ଉପରେ ନିୟନ୍ତ୍ରଣ ରଖିବାକୁ ପଡ଼ିବ ନାହିଁ। ସର୍ବଦା ସ୍ୱାସ୍ଥ୍ୟକର ଉପାୟରେ ଖାଦ୍ୟ ସେବନ ଜନିତ ସମସ୍ୟାଗୁଡ଼ିକୁ ସମାଧାନ କରିବାକୁ ଚେଷ୍ଟା କରନ୍ତୁ। କୌଣସି ସୋସିଆଲ୍ ମିଡିଆ ଭିଡିଓ ଦେଖିବାରୁ ନିବୃତ୍ତ ରହି ଆପଣଙ୍କ ସନ୍ଦେହ ବା ସମସ୍ୟାର ସମାଧାନ ପାଇଁ ଜଣେ ପୋଷଣବିତ୍‌ଙ୍କ ସହ ପରାମର୍ଶ କରନ୍ତୁ।

Nutritious Food Grain Food Nutrition Programme
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ