Advertisment

ସଫଳ ହେଲା ବୋନ୍‌ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ, ୪୫ ଦିନ ପରେ ବି ସୁସ୍ଥ ଅଛନ୍ତି ରୋଗୀ

ପୂର୍ବରୁ କଟକ ଏସସିବି ମେଡିକାଲରେ ହାପଲୋ ବୋନମ୍ୟାରୋ ଟ୍ରାନସପ୍ଲାଣ୍ଟ କରାଯାଇଥିଲା । ହେଲେ ସେତେବେଳେ ରୋଗୀଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ଏଥର ରୋଗୀ ସୁସ୍ଥ ଥିବା ଡାକ୍ତର କହିଛନ୍ତି ।

ଅଦ୍ୟତନ ହୋଇଛି
Bonemarrow Transplant In Cuttack SCB

Bonemarrow Transplant

Advertisment

ଓଡ଼ିଶାରେ ପ୍ରଥମ ଥର ପାଇଁ ହେଲା ବିରଳ ହାପଲୋ-ଆଇଡେଣ୍ଟିକାଲ୍ ବୋନ୍ ମ୍ୟାରୋ ଷ୍ଟେମ୍ ସେଲ୍ ଟ୍ରାନ୍ସପ୍ଲାଣ୍ଟ। ଜଣେ ସୁସ୍ଥ ବ୍ୟକ୍ତିଙ୍କ ଠାରୁ ଅଧା ମେଳ ଖାଉଥିବା ଅସ୍ଥିମଜ୍ଜା ଷ୍ଟେମସେଲକୁ ଆଣି ରୋଗୀଙ୍କ ଶରୀରରେ ପ୍ରତିରୋପଣ କରିବାକୁ ହାପଲୋ- ଆଇଡେଣ୍ଟିକାଲ୍ ବା ହାପଲୋ ଷ୍ଟେମ୍ ସେଲ୍ ଟ୍ରାନ୍ସପ୍ଲାଣ୍ଟ କୁହାଯାଏ ।

Advertisment

ଏଭଳି ବିରଳ ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ପ୍ରାଥମିକ ଭାବେ ହୋଇଛି ଭୁବନେଶ୍ୱରର ସମ୍ ହସ୍ପିଟାଲରେ। ଦୀର୍ଘଦିନ ଧରି ବ୍ଲଡ୍ କ୍ୟାନସରରେ ପୀଡ଼ିତ ଥିବା ଜଣେ ୫୧ ବର୍ଷୀୟା ମହିଳାଙ୍କ ଠାରେ ତାଙ୍କର ୨୧ ବର୍ଷୀୟା ଝିଅର ବୋନ୍ ମ୍ୟାରୋ ଷ୍ଟେମ ସେଲ୍ ପ୍ରତିରୋପଣ ହୋଇଛି । ତେବେ ଏହା ଅଧା ମ୍ୟାଚ୍ କରୁଥିବାରୁ ଅଧିକ ବିପଦ ଥିଲା । ତେଣୁ ହାଫଲୋ ପଦ୍ଧତିର ସହାୟତା ନେଇଥିଲେ ଡାକ୍ତର । ପ୍ରତିରୋପଣର ୪୫ ଦିନ ପରେ ରୋଗୀ ଜଣକ ସୁସ୍ଥ ଅଛନ୍ତି ବୋଲି ହସ୍ପିଟାଲ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେେ ସୂଚନା ଦିଆଯାଇଛି ।

ଅଧିକ ପଢ଼ନ୍ତୁ: ଏମ୍ସ ଭୁବନେଶ୍ୱରକୁ ବଡ଼ ସଫଳତା; ଆରମ୍ଭ ହେଲା AUS ପ୍ରତିରୋପଣ...

ପୂର୍ବରୁ କଟକ ଏସସିବି ମେଡିକାଲରେ ହାପଲୋ ବୋନମ୍ୟାରୋ ଟ୍ରାନସପ୍ଲାଣ୍ଟ କରାଯାଇଥିଲା । ହେଲେ ସେତେବେଳେ ରୋଗୀଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ଏଥର ରୋଗୀ ସୁସ୍ଥ ଥିବା ଡାକ୍ତର କହିଛନ୍ତି ।

Advertisment

ଗତ ଜାନୁଆରୀ ୯ ତାରିଖରେ ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଅଞ୍ଚଳର ଶୁଭ୍ରାଂଶୁ ସାହୁ ନାମକ ଜଣେ ରୋଗୀଙ୍କର ଏସସିବିରେ ପ୍ରଥମ ହାପଲୋ ଟ୍ରାନସପ୍ଲାଣ୍ଟ କରାଯାଇଥିଲା। ଶୁଭ୍ରାଂଶୁଙ୍କ ସାନ ଭାଇର ଷ୍ଟେମ ଆଣି ପ୍ରତିରୋପଣ କରାଯାଇଥିଲା। ଏହି ଅସ୍ତ୍ରୋପଚାର ପରେ ଶୁଭ୍ରାଂଶୁ ଓ ତାଙ୍କ ସାନ ଭାଇଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିଲା। ଅସ୍ତ୍ରୋପଚାର ପର ଦିନ ଶୁଭ୍ରାଂଶୁଙ୍କ ସାନଭାଇଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା। ଏହାସହ ଶୁଭ୍ରାଂଶୁ ସ୍ୱାସ୍ଥ୍ୟବସ୍ଥାର ସୁଧାର ଆସୁଥିଲା। ଏହାଦେଖି ଡାକ୍ତରମାନେ ଖୁସିଥିଲେ। କିନ୍ତୁ ୧୦ ଦିନ ପରେ ଶୁଭ୍ରାଂଶୁଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଥିଲେ ।

ସୂଚନାଯୋଗ୍ୟ, ଏସସିବିରେ ପୂର୍ବରୁ ୧୦୦ ପ୍ରତିଶତ ଡୋନରରେ ଅସ୍ଥିମଜା ପ୍ରତିରୋପଣ କରାଯାଉଥିଲା। ହେଲେ ପ୍ରଥମ କରି ୫୦ ପ୍ରତିଶତ ମେଳ ଖାଉଥିବା ବ୍ୟକ୍ତିଙ୍କଠାରୁ ଷ୍ଟେମ ଆଣି ପ୍ରତିରୋପଣ କରାଯାଇଥିଲା। ଏହି ସଫଳ ଅସ୍ତ୍ରୋପଚାର କରି ଏସସିବି ମେଡିକାଲର ରକ୍ତ କର୍କଟ ବିଭାଗ ସୁନାମ ଆଣିଥିଲା ।

Advertisment
SCB Medical
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ