Advertisment

ବାତିଲ ହେଲା ‘ପ୍ରେସଭ୍ୟୁ’ ଆଇ ଡ୍ରପ୍ ଲାଇସେନ୍ସ; କଂପାନିର ଦାବି ଥିଲା ଆଉ ପିନ୍ଧିବାକୁ ପଡ଼ିବନି ଚଷମା...

ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଏହାର ଉତ୍ପାଦନ ଏବଂ ବିତରଣ ଲାଇସେନ୍ସକୁ ବାତିଲ କରିଛି ଡିସିଜିଆଇ।

ଅଦ୍ୟତନ ହୋଇଛି
PresVu eye drop

PresVu eye drop

Advertisment

ବାତିଲ ହେଲା ଆଇ ଡ୍ରପ୍ ‘ପ୍ରେସଭ୍ୟୁ’ର ଉତ୍ପାଦନ ଏବଂ ମାର୍କେଟିଂ ଲାଇସେନ୍ସ। ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଏହାର ଉତ୍ପାଦନ ଏବଂ ବିତରଣ ଲାଇସେନ୍ସକୁ ବାତିଲ କରିଛି ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ବା ଡିସିଜିଆଇ। 

Advertisment

ମୁମ୍ବାଇ ସ୍ଥିତ ଏକ ଫାର୍ମାସ୍ୟୁଟିକାଲ ସଂସ୍ଥା ପକ୍ଷରୁ ଏହି ଆଇ ଡ୍ରପ୍ ନିର୍ମାଣ କରାଯାଇଥିଲା। ଚାଳିଶିଆରେ ଆଉ ଚଷମା ନପିନ୍ଧି ଏହି ଡ୍ରପ୍ ବ୍ୟବହାର କରି ଦୃଷ୍ଟିଦୋଷ ଭଲ କରାଯାଇପାରିବ ବୋଲି କୁହାଯାଉଥିଲା। ମାତ୍ର ସୁରକ୍ଷା ଦୃଷ୍ଟିରୁ ଡିସିଜିଆଇ ଏବେ ଏହାର ଉତ୍ପାଦନ ଏବଂ ମାର୍କେଟିଂ ଲାଇସେନ୍ସକୁ ବାତିଲ କରିଛି। 

ତେବେ ଡିସିଜିଆଇର ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି କୋର୍ଟଙ୍କ ଦ୍ବାରସ୍ଥ ହେବ ବୋଲି କଂପାନି କହିଛି। ୪୦ ବର୍ଷ ପରେ ଆଖିରେ ଦେଖାଯାଉଥିବା ଦୃଷ୍ଟିଦୋଷ ପ୍ରେସବାୟୋପିଆ ବା ଚାଳିଶିଆ ପାଇଁ ଚଷମା ପିନ୍ଧିବାକୁ ଡାକ୍ତର ସାଧାରଣ ଭାବେ ପରାମର୍ଶ ଦେଇଥାନ୍ତି। 

Advertisment

ତେବେ ଏହି ଆଇ ଡ୍ରପ ବ୍ୟବହାର କଲେ ଆଉ ଚଷମା ପିନ୍ଧିବା ଆବଶ୍ୟକ ପଡିବ ନାହିଁ ବୋଲି ନୂଆ ଆଇ ଡ୍ରପ୍ ପ୍ରସ୍ତୁତକର୍ତ୍ତା ଦାବି କରିଥିଲେ । ପୂର୍ବରୁ DCGI ଏହାକୁ ଅନୁମୋଦନ କରିଥିବା ବେଳେ ଏବେ ସୁରକ୍ଷା ଦୃଷ୍ଟିରୁ ଏହାକୁ ବାତିଲ କରି ଦିଆଯାଇଛି। 

ମୁମ୍ବାଇ ଭିତ୍ତିକ Entod ଫାର୍ମାସିଟ୍ୟୁକାଲ୍ସ ପକ୍ଷରୁ ଏହାକୁ ବିକଶିତ କରାଯାଇଥିଲା । ଏହାର ନାଁ PresVu Eye Drops ରହିଥିଲା । ଏହାକୁ Presbyopia ସମସ୍ୟାର ଚିକିତ୍ସା ପାଇଁ ବ୍ୟବହାର କରାଯିବ କୁହାଯାଇଥିଲା । ଅର୍ଥାତ ପଢ଼ିବା ପାଇଁ ବ୍ୟବହାର ହେଉଥିବା ଚଷମା ବଦଳରେ ଏହି ଆଇ ଡ୍ରପକୁ ବ୍ୟବହାର କରାଯାଇ ପାରିବ। ଏହି ସମସ୍ୟାରେ ପୂରା ବିଶ୍ୱରେ ୧୦୯ କୋଟିରୁ ୧୮୦ କୋଟି ଲୋକ ପୀଡ଼ିତ। Presbyopia ସାଧାରଣତଃ ବୟସ ବଢ଼ିବା ସହ ସୃଷ୍ଟି ହୋଇଥାଏ । ଏଥିଯୋଗୁ ପାଖ ଜିନିଷକୁ ଫୋକସ କରିବାରେ ସମସ୍ୟା ସୃଷ୍ଟି ହୋଇଥାଏ। ଏହି ସମସ୍ୟା ପ୍ରାୟ ୪୦ରୁ ବର୍ଷରୁ ଆରମ୍ଭ ହୋଇ ୬୦ ବର୍ଷ ଅତିକ୍ରମ କରିବା ଯାଏ ରହିଥାଏ।

Advertisment

ତେବେ ପଢ଼ାପଢ଼ି ସମସ୍ୟାକୁ ଦୂର କରିବା ପାଇଁ ENTOD ଫାର୍ମାସିଟ୍ୟୁକାଲ୍ସ ତିଆରି କରିଥିବା ଆଇ ଡ୍ରପକୁ ଡିସିଜିଆଇ ଅନୁମତି ମଧ୍ୟ ଦେଇଥିଲା । କୁହାଯାଉଥିଲା ଯେ PresVu ଭାରତର ପ୍ରଥମ ଆଇ ଡ୍ରପ୍‌ ଯାହା ଚଷମା ବ୍ୟବହାରର ଆବଶ୍ୟକତାକୁ ହ୍ରାସ କରିବ। ଅକ୍ଟୋବର ପ୍ରଥମ ସପ୍ତାହରୁ ଏହା ବଜାରରେ ଉପଲବ୍ଧ ସୂଚନା ରହିଥିଲା । ଡାକ୍ତରଙ୍କ ପ୍ରେସକ୍ରିପସନ ଆଧାରରେ ଲୋକଙ୍କ ପାଇଁ ଔଷଧ ଦୋକାନରେ ମିଳିବ କୁହାଯାଉଥିଲା । ଏହି ଆଇ ଡ୍ରପ୍‌ର ଦାମ ୩୫୦ ଟଙ୍କା ରହିଥିଲା । 

Eye Drop
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ