doctor saved a woman's life by performing CPR
କଟକ: ମଝି ଆକାଶରେ ଦେବଦୂତ ସାଜିଲେ ଡାକ୍ତର। ଚଳନ୍ତା ବିମାନରେ ସିପିଆର ଦେଇ ମହିଳାଙ୍କ ଜୀବନ ବଞ୍ଚାଇ ଦେଲେ କଟକ ଏସସିବି ମେଡିକାଲର ଡାକ୍ତର। ଏସସିବି ମେଡିକାଲରେ ସର୍ଜରୀ ବିଭାଗର ଡ଼ାକ୍ତର ଜ୍ୟୋତିର୍ମୟ ନାୟକ ଏକ କନଫରେନ୍ସରେ ଯୋଗ ଦେବାକୁ ବିମାନରେ ଭୁବନେଶ୍ବରରୁ ରାୟପୁର ଯାତ୍ରା କରୁଥିଲେ। ତେବେ ପ୍ରାୟ ମଧ୍ୟରାତ୍ର ସମୟରେ ସେହି ବିମାନରେ ଯାତ୍ରା କରୁଥିବା ଜଣେ ବୟସ୍କା ମହିଳା ହଠାତ ଅଚେତ ହୋଇ ତଳେ ପଡ଼ିଯାଇଥିଲେ। ପାଖ ସିଟରେ ବସିଥିବା ଡାକ୍ତର ଜ୍ୟୋତିର୍ମୟ ନାୟକ ସଙ୍ଗେ ସଙ୍ଗେ ମହିଳାଙ୍କ ନିକଟକୁ ଯାଇ ତାଙ୍କୁ ତୁରନ୍ତ ସିପିଆର ଦେଇଥିଲେ।
ଏହାର କିଛି ସମୟ ପରେ ମହିଳାଙ୍କ ଅବସ୍ଥାରେ ସୁଧାର ଆସିଥିଲା। ପରେ ବିମାନ ବନ୍ଦରରୁ ଅବତରଣ ପରେ ତାଙ୍କୁ ମେଡିକାଲ ନିଆଯାଇଥିଲା। ପରେ ଏ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଡାକ୍ତରଙ୍କ ଏହି କାର୍ଯ୍ୟ ପାଇଁ ତାଙ୍କୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1756726034.jpg)