Advertisment

ଦୈନିକ କରନ୍ତୁ ଏହି ୫ଟି ଆସନ; ଶରୀର ରହିବ ସୁସ୍ଥ

ଆଜିକାଲି ମୋଟାପଣ, ଶରୀର ଯନ୍ତ୍ରଣା, ମାନସିକ ଚାପ ଆଦି ସାଧାରଣ ସମସ୍ୟା ହୋଇଯାଇଛି। ଏହିସବୁ ଶାରୀରିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଯୋଗାସନ ଅତ୍ୟନ୍ତ ଲାଭକାରୀ ହୋଇଥାଏ। ତେବେ ଆସନ୍ତୁ ଏହି ୫ଟି ଯୋଗାସନ ବିଷୟରେ ଜାଣିବା ଯାହା ଦୈନିକ କରିବା ଦ୍ୱାରା ଅନେକ ଫଳ ମିଳିଥାଏ।

ଅଦ୍ୟତନ ହୋଇଛି
Do these 5 morning yoga poses daily

Do these 5 morning yoga poses daily

Advertisment

ଭୁଲ ଜୀବନଶୈଳୀ ଓ ଖାଇବା-ପିଇବା ଶରୀର ଉପରେ ଅନେକ ପ୍ରଭାବ ପକେଇଥାଏ। ଏହି କାରଣରୁ ଅନେକ ଲୋକ ଭିନ୍ନ ଭିନ୍ନ ରୋଗରେ ପୀଡିତ ହେଉଥିବା ଦେଖାଯାଏ। ଏହିସବୁ ସମସ୍ୟା ମଧ୍ୟରେ ମୋଟାପଣ, ଶରୀର ଯନ୍ତ୍ରଣା, ମାନସିକ ଚାପ ଆଦି ଅନେକ ଶାରୀରିକ ଓ ମାନସିକ ସମସ୍ୟା ରହିଛି। ଏହିସବୁ ଶାରୀରିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଯୋଗାସନ ଅତ୍ୟନ୍ତ ଲାଭକାରୀ ହୋଇଥାଏ। ତେବେ ଆସନ୍ତୁ ଏହି ୫ଟି ଯୋଗାସନ ବିଷୟରେ ଜାଣିବା ଯାହା ଦୈନିକ କରିବା ଦ୍ୱାରା ଅନେକ ଫଳ ମିଳିଥାଏ।

Advertisment

ଭୁଜଙ୍ଗାସନ:

ପ୍ରତିଦିନ ଭୁଜଙ୍ଗାସନ ଅଭ୍ୟାସ କରିବା ଦ୍ୱାରା ବାହୁଗୁଡ଼ିକ ଶକ୍ତିଶାଳୀ ହୁଏ। ମାଂସପେଶୀରେ ପ୍ରଭାବ ଯୋଗୁଁ ପେଟର ଚର୍ବି କମିଯାଏ ଏବଂ ମେରୁଦଣ୍ଡରେ ନମନୀୟତା ଆସେ। ଭୁଜଙ୍ଗାସନ ଅଭ୍ୟାସ କରିବା ପାଇଁ ପେଟ ଉପରେ ଶୋଇ ଦୁଇ ହାତକୁ କାନ୍ଧ ଆଗକୁ ଆଣନ୍ତୁ। ତା’ପରେ ଉଭୟ ହାତକୁ କାନ୍ଧ ପାଖରେ ରଖି ସମଗ୍ର ଶରୀରକୁ ସିଧା ରଖନ୍ତୁ। ବର୍ତ୍ତମାନ ଅଣ୍ଟା ପାଖରୁ ଶରୀରର ଉପର ଭାଗକୁ ବାହୁ ଦ୍ୱାରା ଉଠାନ୍ତୁ ଏବଂ ଗୋଡକୁ ସିଧା ରଖନ୍ତୁ। ଏହି ଅବସ୍ଥାରେ କିଛି ସମୟ ରହିବା ପରେ ସାଧାରଣ ଅବସ୍ଥାକୁ ଆସନ୍ତୁ।

ବଦ୍ଧକୋଣାସନ / ପ୍ରଜାପତି ଆସନ:

ବଦ୍ଧକୋଣାସନ ଅଭ୍ୟାସ ପିଚା ଏବଂ ଜଙ୍ଘର ମାଂସପେଶୀକୁ ବିସ୍ତାର କରିଥାଏ ଏବଂ ଚର୍ବିକୁ ହ୍ରାସ କରିଥାଏ। ଏହି ଆସନ ଗୋଡକୁ ମଜବୁତ କରିବା ସହ ପିଚାର ଆକୃତି ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ। ଏହି ଆସନ କରିବା ପାଇଁ, ସିଧା ବସନ୍ତୁ ଏବଂ ଉଭୟ ଗୋଡର ଆଣ୍ଠୁକୁ ଭିତରକୁ ବଙ୍କା କରନ୍ତୁ। ବର୍ତ୍ତମାନ ପାଦକୁ ଏକତ୍ର ଯୋଡନ୍ତୁ ଏବଂ ଦୁଇ ହାତରେ ପାଦଆଗକୁ ଧରି ରଖନ୍ତୁ। ବର୍ତ୍ତମାନ ଜଙ୍ଘକୁ ହଲାନ୍ତୁ। ଏହି ଅବସ୍ଥାରେ କିଛି ସମୟ ରହିବା ପରେ ସାଧାରଣ ଅବସ୍ଥାକୁ ଆସନ୍ତୁ।

Advertisment

ପବନମୁକ୍ତାସନ:

ଶରୀରରେ ନମନୀୟତା ଏବଂ ମେରୁଦଣ୍ଡକୁ ମଜବୁତ କରିବା ପାଇଁ ପବନମୁକ୍ତାସନ ସହଯୋଗ କରିଥାଏ। ଏହା ଶରୀରର ଥକ୍କାପଣ ଦୂର କରେ। ଏହି ଆସନ କରିବା ପାଇଁ ପିଠିରେ ଶୋଇ ପଡନ୍ତୁ। ଏହାପରେ ଆଣ୍ଠୁକୁ ଭାଙ୍ଗି ଦୁଇ ପାଦକୁ ଏକାଠି କରନ୍ତୁ। ତା’ପରେ ଦୁଇ ହାତରେ ଆଣ୍ଠୁ ଉପରୁ ଧରି ଆଣ୍ଠୁକୁ ଛାତି ଆଡକୁ ଆଣନ୍ତୁ ଓ ମୁଣ୍ଡକୁ ଉଠାଇ ଆଣ୍ଟୁରେ ନାକ ଲଗେଇବାକୁ ଚେଷ୍ଟା କରନ୍ତୁ। କିଛି ସମୟରେ ରଖିବା ପରେ ସାଧାରଣ ଅବସ୍ଥାକୁ ଆସନ୍ତୁ।

ବିପରୀତକରଣୀ:

ବିପରୀତକରଣୀ ଆସନ ରକ୍ତ ସଞ୍ଚାଳନକୁ ସିଧାସଳଖ ମସ୍ତିଷ୍କକୁ ନିଏ ଏବଂ ମସ୍ତିଷ୍କ କାର୍ଯ୍ୟକ୍ଷମ ହୋଇଯାଏ। ମସ୍ତିଷ୍କ ଚିନ୍ତାମୁକ୍ତ ହୋଇଯାଏ। ମୁହଁରୁ ଡାର୍କ ସର୍କଲ ଉଠି ଚମକ ଆସେ। ଏହି ଯୋଗାସନ କରିବା ପାଇଁ ପିଠି ଉପରେ ଶୋଇପଡନ୍ତୁ। ଏହା ପରେ ଶ୍ୱାସ ଛାଡି ଦୁଇ ଗୋଡକୁ ଧିରେ ଧିରେ ଉପରକୁ ଉଠାନ୍ତୁ। ଶରୀରକୁ ସିଧା କରନ୍ତୁ। ଏହି ଅବସ୍ଥାରେ କିଛି ସମୟ ରହିବା ପରେ ସ୍ୱାଭାବିକ ଅବସ୍ଥାକୁ ଆସନ୍ତୁ।

Advertisment

ଅର୍ଦ୍ଧ ମତ୍ସ୍ୟନ୍ଦ୍ରାସନ:

ଅର୍ଦ୍ଧ ମତ୍ସ୍ୟନ୍ଦ୍ରାସନ ଅଭ୍ୟାସ ଦ୍ୱାରା ପିଚା ଏବଂ ଜଙ୍ଘର ଚର୍ବି କମିଥାଏ। ରକ୍ତ ସଞ୍ଚାଳନରେ ଉନ୍ନତି ସହିତ ଅଣ୍ଟାର ଚର୍ବି ମଧ୍ୟ କମିଯାଏ। ଏହି ଆସନ କରିବାକୁ ପ୍ରଥମେ ଗୋଡକୁ ଲମ୍ବାଇ ବସନ୍ତୁ। ବର୍ତ୍ତମାନ ଶରୀରକୁ ସିଧା ରଖିବା ସହ ବାମ ଗୋଡର ଆଣ୍ଠୁରୁ ବଙ୍କା କରି ଡାହାଣ ପାଦକୁ ଉଠାଇ ବାମ ଆଣ୍ଠୁ ପାଖକୁ ଆଣନ୍ତୁ। ବର୍ତ୍ତମାନ ଡାହାଣ ହାତର କହୁଣୀକୁ ଡାହାଣ ଗୋଡର ଆଣ୍ଠୁ ଉପରେ ରଖନ୍ତୁ। ଏହି ଅବସ୍ଥାରେ ରହିବା ପରେ ସାଧାରଣ ଅବସ୍ଥାକୁ ଆସନ୍ତୁ ଓ ଏହି ପ୍ରକ୍ରିୟା ଅନ୍ୟ ପାର୍ଶ୍ୱରେ କରନ୍ତୁ।

Yogasana Yoga And Health
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ