Advertisment

ସର୍ଭେରେ ଆସିଲା ଚିନ୍ତାଜନକ ରିପୋର୍ଟ; ଭାରତରେ ବଢୁଛି ମୁଣ୍ଡ ଓ ଗଳା କର୍କଟ ରୋଗୀଙ୍କ ସଂଖ୍ୟା...

ବଢୁଛି ମୁଣ୍ଡ ଓ ବେକ କର୍କଟ ରୋଗୀଙ୍କ ସଂଖ୍ୟା । ଯାହା ଦେଶର ମୋଟ କର୍କଟ ରୋଗୀଙ୍କ ସଂଖ୍ୟାର ପ୍ରାୟ ୨୬ ପ୍ରତିଶତ ବୋଲି ଅଧ୍ୟୟନରୁ ଜଣାପଡିଛି ।

ଅଦ୍ୟତନ ହୋଇଛି
head and neck cancers

head and neck cancers

Advertisment

ଭାରତରେ ବଢୁଛି ମୁଣ୍ଡ ଓ ବେକ କର୍କଟ ରୋଗୀଙ୍କ ସଂଖ୍ୟା । ଯାହା ଦେଶର ମୋଟ କର୍କଟ ରୋଗୀଙ୍କ ସଂଖ୍ୟାର ପ୍ରାୟ ୨୬ ପ୍ରତିଶତ ବୋଲି ଅଧ୍ୟୟନରୁ ଜଣାପଡିଛି । ବିଶ୍ବ ମୁଣ୍ଡ ଓ ବେକ କର୍କଟ ଦିବସ ଅବସରେ ୧୮ଶହ ୬୯ ଜଣ କର୍କଟ ରୋଗୀଙ୍କୁ ନେଇ ହୋଇଥିବା ଏକ ସର୍ଭେର ରିପୋର୍ଟ ସାମନାକୁ ଆସିଛି । 

Advertisment

ଯୁବପୀଢିଙ୍କ ମଧ୍ୟରେ ତମାଖୁ ସେବନ ବୃଦ୍ଧି ଏହାର ମୁଖ୍ୟ କାରଣ ବୋଲି କୁହାଯାଇଛି । ତେବେ ବ୍ୟାପକ ସଚେତନତା ଦ୍ବାରା ଏହାକୁ ରୋକିହେବ ବୋଲି ବିଶେଷଜ୍ଞ କହିଛନ୍ତି । ଭାରତରେ ପ୍ରାୟ ଦୁଇ ତୃତୀୟାଂଶ କର୍କଟ ରୋଗ ବିଳମ୍ବରେ ଚିହ୍ନଟ ହୋଇଥାଏ । ତେବେ ୮୦ ପ୍ରତିଶତ ରୋଗୀଙ୍କ କ୍ଷେତ୍ରରେ ଏହା ଆରୋଗ୍ୟ ସାଧ୍ୟ ହୋଇଥିବା ବେଳେ, ଆଗୁଆ ପରୀକ୍ଷଣର ଆବଶ୍ୟକତା ଥିବା ବିଶେଷଜ୍ଞ ମାନେ ମତ ରଖିଛନ୍ତି ।

Advertisment


କର୍କଟ କ’ଣ ?

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ କର୍କଟ ହେଉଛି ଅନେକ ରୋଗର ଏକ ଗୋଷ୍ଠୀ, ଯାହା ଶରୀରର ଯେକୌଣସି ଅଙ୍ଗକୁ ପ୍ରଭାବିତ କରିପାରେ। ଟ୍ୟୁମର ବା ନିଓପ୍ଲାଜମରୁ ଆରମ୍ଭ ହୁଏ କର୍କଟ। ଯେତେବେଳେ ଶରୀରରେ ସାଧାରଣ କୋଷଗୁଡିକ କର୍କଟ କୋଷରେ ପରିଣତ ହୁଏ ସେତେବେଳେ ଟ୍ୟୁମର ହୁଏ। ଟ୍ୟୁମରରୁ ଧୀରେ ଧୀରେ କର୍କଟ ସୃଷ୍ଟି ହୁଏ ଏବଂ ଶରୀରର ବିଭିନ୍ନ ଅଂଶକୁ ବ୍ୟାପିଯାଏ । ମସ୍ତିଷ୍କ, ଯକୃତ, ବୃକକ୍, ଫୁସଫୁସ, ସ୍ତନ, ରକ୍ତ ଏବଂ ଶରୀରର ଅନ୍ୟାନ୍ୟ ଅଂଶରେ କର୍କଟ ସୃଷ୍ଟି ହୋଇପାରେ । 

କାହିଁକି ହୁଏ କର୍କଟ ?

କର୍କଟ କୌଣସି ନିର୍ଦ୍ଦିଷ୍ଟ କାରଣ ପାଇଁ ହୋଇନଥାଏ । ଭିନ୍ନ ଭିନ୍ନ କାରଣରୁ ବିଭିନ୍ନ ପ୍ରକାର କର୍କଟ ହୋଇଥାଏ । ଧୂମପାନ, ମଦ୍ୟପାନ, ମୋଟାପଣ ଏବଂ ଅସୁରକ୍ଷିତ ଯୌନ ସମ୍ପର୍କ ଭଳି କେତେକ ଅସ୍ୱାସ୍ଥ୍ୟକର ଜୀବନଶୈଳୀ ଅଭ୍ୟାସ କର୍କଟ ରୋଗର କାରଣ ହୋଇପାରେ। କର୍କଟ ରୋଗ ପାଇଁ ଜେନେଟିକ୍ସ ମଧ୍ୟ ଏକ ପ୍ରମୁଖ ବିପଦ କାରଣ। ଯେଉଁମାନଙ୍କର ପରିବାରରେ ପୂର୍ବରୁ କର୍କଟ ରୋଗ ଅଛି, ସେମାନଙ୍କ କର୍କଟ ହେବାର ଆଶଙ୍କା ଅଧିକ ଥାଏ ।

Advertisment
Cancer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ