Advertisment

Nutrition: ଆପଣଙ୍କ ଛୁଆ ବିସ୍କୁଟ‌ ଖାଉଛି କି...ଜାଣନ୍ତୁ ସ୍ୱାସ୍ଥ୍ୟ ଉପରେ ଏହାର କ’ଣ ପ୍ରଭାବ...

ବଜାରରୁ ବିସ୍କୁଟ୍ କିଣିବା ବେଳେ କେବେ ଥରେ ତାହାର ପଛପାଖରେ ଥିବା ଉପାଦାନ ବା କମ୍ପୋଜିସନ୍ ପଢ଼ନ୍ତୁ। ଦେଖିବେ ଏଥିରେ କେବଳ ମଇଦା, ସାଚୁରେଟେଡ୍ ଫ୍ୟାଟ୍ ବା ତେଲ ଓ ସୁଗାର ବା ଚିନି ଛଡ଼ା ଆଉ କିଛି ନାହିଁ।

ଅଦ୍ୟତନ ହୋଇଛି
ଆପଣଙ୍କ ପିଲା ପାଇଁ କେତେ ଉପକାରୀ ବିସ୍କୁଟ

ଆପଣଙ୍କ ପିଲା ପାଇଁ କେତେ ଉପକାରୀ ବିସ୍କୁଟ

Advertisment

ଛୁଆ ଛଅମାସର ହୋଇଯିବା ପରେ ମା କ୍ଷୀର ସହ ଅତିରିକ୍ତ ଖାଦ୍ୟ ଦ୍ରବ୍ୟ ଦେବା ଉଚିତ୍। ତେବେ ଆଜିକାଲି ପ୍ରାୟ ମାଆମାନଙ୍କୁ ପଚାରିଲେ ସେମାନେ ଚୁଡ଼ାଗୁଣ୍ଡ, ଡାଲି ଆଦି ଖାଦ୍ୟ ବ୍ୟତୀତ ବିସ୍କୁଟ କ୍ଷୀର ଦେବା କଥା କହିବେ। ବାହାରକୁ ଗଲେ, କେଉଁଠି କିଛି ଖାଦ୍ୟ ଉପଲବ୍ଧ ନଥିଲେ ଅଧିକାଂଶ ମାଆମାନେ ଯାହା ଛୁଆ ପାଇଁ ବାଛନ୍ତି ତାହା ହେଲା ବିସ୍କୁଟ୍ ଓ କ୍ଷୀର। ଆମେ ଛୁଆକୁ ଯାହା ଦେଉଛେ ତଥା ଅନ୍ୟକୁ ଦେବା ପାଇଁ କହୁଛେ. ତାହା ପୂର୍ବରୁ ଜାଣି ରଖିବା ଦରକାର ଏହା ଛୁଆକୁ ପୋଷକ ଦେବ କି ନାହିଁ। ଟିଭି ଆଦିରେ ମଧ୍ୟ ବିସ୍କୁଟ୍‌ର ଗୁଣବତ୍ତା ନେଇ ବହୁଳ ଭାବେ ମିଛ ପ୍ରଚାର ହେଉଛି ଯାହା ଦ୍ୱାରା ଆମେ ଭାବି ନେଉଛେ ବିସ୍କୁଟ୍ ହେଉଛି ଏକ ସ୍ୱାସ୍ଥ୍ୟକର ଖାଦ୍ୟ। ତେବେ ଏହା ସତରେ କେତେ ଆବଶ୍ୟକ ତଥା କେତେ କ୍ଷତିକାରକ? ଆସନ୍ତୁ ଆଜିର ଆଲୋଚନାରୁ ଜାଣିବା।

Advertisment

ବଜାରରୁ ବିସ୍କୁଟ୍ କିଣିବା ବେଳେ କେବେ ଥରେ ତାହାର ପଛପାଖରେ ଥିବା ଉପାଦାନ ବା କମ୍ପୋଜିସନ୍ ପଢ଼ନ୍ତୁ। ଦେଖିବେ ଏଥିରେ କେବଳ ମଇଦା, ସାଚୁରେଟେଡ୍ ଫ୍ୟାଟ୍ ବା ତେଲ ଓ ସୁଗାର ବା ଚିନି ଛଡ଼ା ଆଉ କିଛି ନାହିଁ। ଏହାର ସ୍ୱାଦ ବଢ଼ାଇବାକୁ ଏଥିରେ ବିଭିନ୍ନ ଫ୍ଲେବର ମିଶାଯାଏ। ସାଧାରଣ ଷ୍ଟୋରରେ ମିଳୁଥିବା ଅଧିକାଂଶ ବିସ୍କୁଟ୍ ଓ କେକ୍ ମଇଦାରୁ ହିଁ ତିଆରି। ପ୍ରକ୍ରିୟାକରଣରେ ଏଥିରେ ମିଶେ ପ୍ରଚୁର ଚିନି। ଆପଣ ଜାଣନ୍ତି କି, ପୁଷ୍ଟି ବିଜ୍ଞାନ ଅନୁଯାୟୀ ଏକ ବର୍ଷରୁ କମ୍ ବୟସର ଶିଶୁକୁ ସାଟୁରେଟେଡ୍ ଫ୍ୟାଟ୍ ବା ଚର୍ବି ଜାତୀୟ ଖାଦ୍ୟ ଓ ଚିନି ବା ମହୁ ଦେବା ସମ୍ପୂର୍ଣ୍ଣ ବାରଣ। ଲୁଣ ମଧ୍ୟ କୌଣସି ଖାଦ୍ୟରେ ମିଶି ଦିଆଯାଇପାରିବ ନାହିଁ। କାରଣ ଏସବୁ ଖାଦ୍ୟ ପ୍ରକ୍ରିୟା କରିବାକୁ ଶିଶୁର ଇଣ୍ଟେଷ୍ଟାଇନ୍ ବା କ୍ଷୁଦାନ୍ତ୍ର ଉପଯୁକ୍ତ ହୋଇନଥାଏ। ଏହା ପରେ ଖାଦ୍ୟନଳୀ ଓ କ୍ଷୁଦ୍ରାନ୍ତ୍ରରେ ବିଭିନ୍ନ ବ୍ୟାକ୍ଟେରିଆଲ୍ ଇନଫେକସନ୍ ଏବଂ ଦାନ୍ତ ନଷ୍ଟ ହେବା ପରି ସମସ୍ୟାର କାରଣ ହୋଇପାରେ।

ବିସ୍କୁଟ ସହ କ୍ଷୀର ଖାଇବା ଛୁଆଙ୍କର କନଷ୍ଟିପେସନ୍‌ର କାରଣ ହୋଇଥାଏ। ଫଳରେ ମଳତ୍ୟାଗରେ ସମସ୍ୟା ଓ ଅନ୍ୟ ଆଲର୍ଜି ମଧ୍ୟ ଦେଖାଦିଏ। କ୍ଷୀରରେ ଲାକ୍ଟୋଜ୍ ସୁଗାର ରହିବା ସହ ବିସ୍କୁଟ୍‌ରେ ଥିବା ରିଫାଇନ୍ଡ ସୁଗାର ଛୁଆର ପାଚନକ୍ରିୟା ପାଇଁ ଅନୁପଯୁକ୍ତ। ଏହା ଛଡ଼ା ବିସ୍କୁଟ ଓ କେକ୍ ଆଦିରେ ରହିଥିବା ଇମଲସିଫାୟର୍, ପ୍ରିଜରଭେଟିଭ୍ ଇତ୍ୟାଦି ଶିଶୁ ପାଇଁ ଆଲର୍ଜି ସୃଷ୍ଟି କରେ। ଏଣୁ କ୍ଷୀର ସହ ବିସ୍ତୁଟ ନିହାତି ଦେବାକୁ ବିରତ ରହିବା ଆବଶ୍ୟକ। ତେବେ ଖଣ୍ଡ ବିସ୍କୁଟ୍ ଦେବା ଦ୍ୱାରା ବେଳେ ବେଳେ ଏହାର ଗୁଣ୍ଡ ଗଳାରେ ଲାଗି କାଶ ହୁଏ ଏବଂ ବେଳେ ବେଳେ ଶ୍ୱାସନଳୀରେ ଏହା ଖୁବ୍ ବେଶୀ ସମସ୍ୟା ସୃଷ୍ଟି କରେ।

Advertisment

ତେବେ ଆପଣ ବଜାରର ରେଡିମେଡ୍ ବିସ୍କୁଟ୍ ନ କିଣି ଘରେ ଅଟାରୁ ବିସ୍କୁଟ ପ୍ରସ୍ତୁତ କରି ଦେଇ ପାରିବେ। ମିଲେଟ୍ ଜାତୀୟ ବିସ୍କୁଟ୍ ମଧ୍ୟ ବଜାରରେ ମିଳୁଛି କିନ୍ତୁ ମିଲେଟ୍ ମଧ୍ୟ ହଜମ କରିବା ଛୁଆ ପାଇଁ ଉପଯୁକ୍ତ ନୁହେଁ। ଏଣୁ ସବୁଠାରୁ ଭଲ ହେଉଛି ଆପଣ ଘରେ ଅଟା କିମ୍ୱା ସୁଜିରୁ ବିସ୍କୁଟ ପ୍ରସ୍ତୁତ କରି ପିଲାମାନଙ୍କ ପାଇଁ ରଖିପାରିବେ। ମିଲେଟ୍ ଜାତୀୟ ବିସ୍କୁଟ୍ ମଧ୍ୟ ବଜାରରେ ମିଳୁଛି। ମନେ ରଖିବେ ବିସ୍କୁଟ ପ୍ରସ୍ତୁତ କଲା ବେଳେ ଚିନି ଆଦି ପକାଇବେ ନାହିଁ, କୌଣସି ରଙ୍ଗ ବା ଫ୍ଲେବରରୁ ଦୂରେଇ ରହିବା ଭଲ। ଅତି ବେଶୀରେ କାଜୁକୁ ଗୁଣ୍ଡ କରି ଖୁବ୍ ଅଳ୍ପ ଦେଇପାରିବେ। ହେଲେ ଅନ୍ୟ ନଟ୍ସ ଆଦି କମ୍ ସେ କମ୍ ବର୍ଷେ ପର୍ଯ୍ୟନ୍ତ ଦେବାରୁ ବିରତ ରୁହନ୍ତୁ।

ଆପଣମାନେ ନିଜ ଛୁଆକୁ ଦଲିଆ, ବିଭିନ୍ନ ଫଳ, ଘରେ ବନେଇଥିବା ସଫ୍ଟ ପିଠା, କେକ୍ ତଥା କୁକିଜ୍ ଆଦି ଦେଇପାରିବେ ଯାହା ତାଙ୍କର ଆପେଟାଇଟ୍‌କୁ ଶାନ୍ତ କରିବା ସହ ସ୍ୱାସ୍ଥ୍ୟ ପାଇଁ କ୍ଷତି କାରକ ହୋଇନଥିବ। ଏଥିସହିତ ବିଭିନ୍ନ କ୍ରିମ୍ ଥିବା ବିସ୍କୁଟ ମଧ୍ୟ ବଜାରରେ ଉପଲବ୍ଧ। ଜାଣି ରଖନ୍ତୁ ଯେ, ଏହା କେବଳ ମଇଦା ଓ ଚିନିର ମିଶ୍ରଣ। ଏଥିସହିତ ବିସ୍କୁଟ ପ୍ରସ୍ଚୁତିର ପରିବେଶ, ଏହାର ସଂରକ୍ଷଣ ଇତ୍ୟାଦି ଅନେକ ପ୍ରକାର କାରକ ଫ୍ୟାକ୍ଟ୍ରି ଭିତରେ ହିଁ ଅନିୟମିତ ହେଉଥିବ। ଏଣୁ ସୁସ୍ଥ ଖାଦ୍ୟ ଖାଆନ୍ତୁ ଏବଂ ନିଜ ଘରେ ବନାଇ ବିସ୍କୁଟ ପିଲାଙ୍କୁ ଦିଅନ୍ତୁ।

Advertisment

ଇମେଲ୍ - jmohapatra13@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)

Nutrition Programme Health Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ