Advertisment

Health Tips: ଭାରି ଉପକାରୀ ସାରୁ; ରକ୍ତଚାପକୁ ନିୟନ୍ତ୍ରଣ କରେ, ହୃଦରୋଗକୁ ରୋକେ

ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ସାରୁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଉଛି। ଧୀରେ ଧୀରେ ଏହା ଲୋକଙ୍କ ପ୍ରିୟ ପନିପରିବାରେ ପରିଣତ ହେଉଛି। ତେବେ ସାରୁର ଏହି ଲୋକପ୍ରିୟତା ପଛର କାରଣ ହେଉଛି ଏହାର ଔଷଧୀୟ ଗୁଣ ଯାହା ଏହାକୁ ସ୍ୱତନ୍ତ୍ର କରିଥାଏ।

ଅଦ୍ୟତନ ହୋଇଛି
Arum delicacy with amazing health benefits for digestion stress

Arum delicacy with amazing health benefits for digestion stress

Advertisment

ଓଡ଼ିଆଙ୍କ ରୋଷେଇ ଘରେ ସାରୁ ଅତ୍ୟନ୍ତ ପରିଚୟ ପରିବା। ଗାଁ ଠାରୁ ସହର ଏହାର ଭଲ ଚାହିଦା। ତରକାରୀକୁ ଗ୍ରେଭୀ ଆଉ ସୁଆଦିଆ କରିବାରେ ଏହାର ଅନେକ ଭୂମିକା ରହିଛି। ତଥାପି ଅନେକ ଏହାକୁ ପସନ୍ଦ କରନ୍ତି ନାହିଁ।

Advertisment

ବର୍ତ୍ତମାନ ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ଏହା ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା ମଧ୍ୟ କରାଯାଉଛି। ଧୀରେ ଧୀରେ ଏହା ଲୋକଙ୍କ ପ୍ରିୟ ପନିପରିବାରେ ପରିଣତ ହେଉଛି। ତେବେ ସାରୁର ଏହି ଲୋକପ୍ରିୟତା ପଛର କାରଣ ହେଉଛି ଏହାର ଔଷଧୀୟ ଗୁଣ ଯାହା ଏହାକୁ ସ୍ୱତନ୍ତ୍ର କରିଥାଏ।

ଅଧିକ ପଢ଼ନ୍ତୁ: Health Tips: ବସି ବସି ପେଟରେ ଚର୍ବି ବଢି ଗଲାଣି କି… କମେଇବାର ସହଜ ଉପାୟ

Advertisment

ଫାଇବର, ପ୍ରୋଟିନ୍, ପୋଟାସିୟମ୍, ଭିଟାମିନ୍ ଏ, ଭିଟାମିନ୍ ସି, କ୍ୟାଲସିୟମ୍ ଏବଂ ଆଇରନ୍ ପରି ଅନେକ ପ୍ରକାରର ପୋଷକ ତତ୍ତ୍ୱ ଏହି ମୂଳଜାତୀୟ ପରିବାରେ ପ୍ରଚୁର ପରିମାଣରେ ମିଳିଥାଏ।

ବିଶେଷଜ୍ଞଙ୍କ ମତ:

ବିଶେଷଜ୍ଞଙ୍କ ଅନୁଯାୟୀ, ସାରୁରେ ଥିବା ଫାଇବରର ମେଟାବୋଲିଜିମ୍‌କୁ ମଜବୁତ କରିଥାଏ, ଯାହା ହଜମ ପ୍ରକ୍ରିୟାକୁ ଉନ୍ନତ କରିଥାଏ। ଏଥିରେ ଥିବା ସୋଡିୟମ୍ ଉପାଦାନଗୁଡ଼ିକ ଚାପ ହ୍ରାସ କରିବାରେ ସହାୟକ ହୋଇଥାଏ। ଏହାର ନିୟମିତ ବ୍ୟବହାର ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ ଏବଂ ହୃଦୟ ସମ୍ବନ୍ଧୀୟ ରୋଗକୁ ମଧ୍ୟ ରୋକିଥାଏ।

Advertisment

ସାରୁ ମଧୁମେହ ରୋଗୀଙ୍କ ପାଇଁ ବିଶେଷ ଲାଭଦାୟକ ହୋଇଥିଲେ ମଧ୍ୟ ଏହାକୁ ସୀମିତ ପରିମାଣରେ ଖାଇବା ଉଚିତ। ଯଦି ସାରୁ ଖାଇବା ପରେ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦିଏ ତେବେ ତୁରନ୍ତ ଡାକ୍ତରଙ୍କ ସହିତ ଯୋଗାଯୋଗ କରିବା ଉଚିତ।

ସାରୁ ଖାଇବାର ଉପାୟ:

ସାରୁକୁ ବିଭିନ୍ନ ଉପାୟରେ ରନ୍ଧାଯାଇ ଖିଆଯାଏ। ଏହାକୁ ସିଝାଯାଇ ମସଲା ସହିତ ରନ୍ଧାଯାଏ। ଏହା ବ୍ୟତୀତ ଏଥିରେ ଖିରୀ, ପକୋଡା, ଏବଂ ପାପଡ ମଧ୍ୟ ତିଆରି କରାଯାଏ। ଏଥିରେ କୋଳଥ ଡାଲି ମିଶାଇ ମଧ୍ୟ ରନ୍ଧାଯାଏ, ଯାହା ଅତ୍ୟନ୍ତ ସ୍ୱାଦିଷ୍ଟ ଏବଂ ପୁଷ୍ଟିକର ମଧ୍ୟ।

ବଜାରରେ ଏହାର ଚାହିଦା:

ବଜାରରେ ସାରୁ ଚାହିଦା ମଧ୍ୟ ରହିଛି। ସହରଗୁଡିକରେ ଏହା କିଲୋ ପିଛା ୪୦ରୁ ୬୦ ଟଙ୍କାରେ ବିକ୍ରି ହେଉଛି ଏବଂ ଗ୍ରାହକମାନେ ଏହାକୁ ଅତି ଉତ୍ସାହରେ କିଣୁଛନ୍ତି।

ଅଧିକ ପଢ଼ନ୍ତୁ: Health Tips: ରାତ୍ରି ଭୋଜନର ଶେଷ ସମୟ କେତେବେଳେ ହେବା ଉଚିତ; ଜାଣନ୍ତୁ କ’ଣ କୁହନ୍ତି ବିଶେଷଜ୍ଞ

Health Tips Odia Food Recipes
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ