Advertisment

Prostate Health Awareness: ପରିସ୍ରା କରିବା ବେଳେ ଅସୁବିଧା ହେଉଛି କି ? ପ୍ରୋଷ୍ଟେଟ୍ ସମସ୍ୟାର ଲକ୍ଷଣ ହୋଇପାରେ

ପ୍ରାୟତଃ ମଧ୍ୟ ବୟସ୍କ ପୁରୁଷ ମାନେ ଅନେକ ସମୟରେ ଡାକ୍ତରଙ୍କ ପାଖକୁ କୌଣସି ସ୍ବାସ୍ଥ୍ୟ ସମସ୍ୟା କିମ୍ବା ପରୀକ୍ଷା ପାଇଁ ଗଲେ ଏହି ପ୍ରଶ୍ନ ଶୁଣନ୍ତି ଯେ, “ଆପଣଙ୍କର ପ୍ରୋଷ୍ଟେଟ୍ ସମସ୍ୟା ରହିଛି କି?” କେବେ ଚିନ୍ତା କରିଛନ୍ତି କାହିଁକି ଡାକ୍ତର ଆପଣଙ୍କ କିମ୍ବା ଆପଣଙ୍କର କେହି ଜଣାଶୁଣା ବ୍ୟକ୍ତିଙ୍କୁ ଏହି ପ୍ରଶ୍ନ ବାରମ୍ବାର ପଚାରନ୍ତି ? ସତରେ କ’ଣ ଆପଣ ଏ ବିଷୟରେ ଜାଣିବା କିମ୍ବା ସଚେତନ ହେବା ଆବଶ୍ୟକ ? କ’ଣ ସାଧାରଣ ଲକ୍ଷଣ ବା ସମସ୍ୟା ଦେଖାଯାଏ ଏ କ୍ଷେତ୍ରରେ ? ଏଥର ସ୍ବାସ୍ଥ୍ୟ ଲେଖାରେ ଜାଣିବା ପ୍ରୋଷ୍ଟେଟ୍ ସ୍ବାସ୍ଥ୍ୟ ବିଷୟରେ।

ଅଦ୍ୟତନ ହୋଇଛି
ପ୍ରୋଷ୍ଟେଟ୍ କେୟାର

ପ୍ରୋଷ୍ଟେଟ୍ କେୟାର

Advertisment

ପ୍ରୋଷ୍ଟେଟ୍ କ’ଣ: ପ୍ରୋଷ୍ଟେଟ୍ ହେଉଛି ଅଖରୋଟ୍ (ଓ୍ବାଲନଟ୍) ଆକାରର ଗୋଟିଏ ଛୋଟିଆ ଗ୍ଲାଣ୍ଡ୍ ଯାହା ପୁରୁଷ ମାନଙ୍କ ମୂତ୍ରାଶୟ ତଳକୁ ମୂତ୍ରନଳୀ ଚାରିପାଖରେ ବେଢି ରହିଥାଏ। ଏହା ଗୋଟିଏ ପୁରୁଷ ପ୍ରଜନନକାରୀ ଅଙ୍ଗ। ଏହା ଉଭୟ ପୁରୁଷ ପ୍ରଜନନ ଏବଂ ପରିସ୍ରା ହେବାରେ ସାହାଯ୍ୟ କରେ। ସାଧାରଣତଃ ୫୦ ବର୍ଷ ବୟସ ପରେ ପ୍ରୋଷ୍ଟେଟର ଆକାରରେ ବୃଦ୍ଧି ଘଟିଥାଏ। ଯଦିଓ ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ, ତଥାପି ପୁରୁଷ ପ୍ରଜନନ ହରମୋନ୍ ଗୁଡିକୁ ଏଥି ପାଇଁ ଦାୟୀ କରାଯାଏ। ଆକାର ଅଧିକ ବଢିଲେ ପରିଶ୍ରା ହେବାରେ ଅସୁବିଧା ହୋଇଥାଏ।

Advertisment

ପ୍ରୋଷ୍ଟେଟ୍ ର ଏହି ଆକାର ବୃଦ୍ଧି ସାଧାରଣତଃ କର୍କଟ ଜନିତ ହୋଇନଥାଏ, ତେଣୁ ଏହାକୁ ବିନାଇନ୍ ପ୍ରୋଷ୍ଟାଟିକ୍ ହାଇପର୍-ପ୍ଲାସିଆ (Benign Prostatic Hyperplasia/BPH) କୁହାଯାଏ। ପାଖାପାଖି ୫୦% ପୁରୁଷ ୬୦ ବର୍ଷ ବୟସ ବେଳକୁ ଏବଂ ୯୦% ପୁରୁଷ ୯୦ ବର୍ଷ ବୟସ ବେଳକୁ BPH ଭୋଗିଥାନ୍ତି। ୨୦୧୯ ସୁଦ୍ଧା ପୃଥିବୀରେ ପାଖାପାଖି ୯ କୋଟି ୪୦ ଲକ୍ଷ ଲୋକ BPH ଦ୍ବାରା ଆକ୍ରାନ୍ତ ଥିଲେ। ସେହିପରି ପୁରୁଷ ମାନଙ୍କ କ୍ଷେତ୍ରରେ ପ୍ରୋଷ୍ଟେଟ୍ କର୍କଟ ହେଉଛି ଦ୍ବିତୀୟ ସର୍ବାଧିକ ଦେଖାଯାଉଥିବା କର୍କଟ। ବର୍ଷ ୨୦୨୨ରେ ପାଖାପାଖି ୧୪ଲକ୍ଷ ପୁରୁଷଙ୍କ ଠାରେ ପ୍ରୋଷ୍ଟେଟ୍ କର୍କଟ ନିରୁପଣ କରା ଯାଇଥିଲା। ଏହାର ନିରୁପଣ ପାଇଁ PSA ନାମକ ରକ୍ତ ପରୀକ୍ଷା କରାଯାଏ।

ପ୍ରୋଷ୍ଟେଟ୍ ବୃଦ୍ଧିର ସାଧାରଣ ଲକ୍ଷଣ:

ବାରମ୍ବାର ପରିସ୍ରା ଲାଗିବା, ଖାସ୍ କରି ରାତିରେ

ପରିସ୍ରା ଲାଗିବା କ୍ଷଣି ନରୋକି ପାରିବା

ପରିସ୍ରା ନଳୀରୁ ପରିସ୍ରା ବାହାରିବା ପାଇଁ ଅଧିକ ଚାପ ଦେବା ପାଇଁ ପଡିବା

ପରିସ୍ରା ଧାର ଦୂରକୁ ନପଡି, ଗୋଡ ପାଖକୁ ପଡିବା ଏବଂ ମଝିରେ ମଝିରେ ଅଟକି ଯିବା

ପରିସ୍ରା ଶେଷ ଆଡକୁ ବୁନ୍ଦା ବୁନ୍ଦା ହୋଇ ପଡିବା

ପରିସ୍ରା କରିସାରିଲା ପରେ ମଧ୍ୟ ମୂତ୍ରାଶୟରେ ଆହୁରି ବାକି ରହି ଯାଇଥିବା ପରି ଲାଗିବା

Advertisment

ମୂତ୍ରାଶୟରେ ସଦା ସର୍ବଦା ବଳକା ପରିସ୍ରା ରହିଯିବା

ଚିକିତ୍ସା: ଯଦିଓ BPH କର୍କଟ ନୁହେଁ କିମ୍ବା ଏଥିରେ ଶରୀରର କୌଣସି କ୍ଷତି ହୁଏ ନାହିଁ କିନ୍ତୁ ଭୋଗୁଥିବା ବ୍ୟକ୍ତିର ଦୈନନ୍ଦିନ ଏବଂ ସାମାଜିକ ଜୀବନ ନିଶ୍ଚୟ ପ୍ରଭାବିତ ହୋଇଥାଏ। ଅନେକ ବ୍ୟକ୍ତି ଖାସ୍ ଏଇଥିପାଇଁ ଭ୍ରମଣ କିମ୍ବା ରାତିରେ କୌଣସି ବନ୍ଧୁଘରେ ରହିବା ପାଇଁ ଇଚ୍ଛା ପ୍ରକାଶ କରନ୍ତି ନାହିଁ। କିନ୍ତୁ ଯାଞ୍ଚ ଓ ଔଷଧ ସେବନ ଦ୍ବାରା ଲକ୍ଷଣ ଗୁଡିକୁ ନିୟନ୍ତ୍ରିତ କରି ଜୀବନଯାପନକୁ ସହଜ କରିହୁଏ। ସାଧାରଣତଃ ପ୍ରୋଷ୍ଟେଟ୍ ଗ୍ଲାଣ୍ଡର ଆକାର ଛୋଟ କରିବା ପାଇଁ ଔଷଧ ଦିଆଯାଏ। କିଛି କିଛି କ୍ଷେତ୍ରରେ ଅସ୍ତ୍ରୋପଚାର ମଧ୍ୟ କରାଯାଏ।

ଉପଚାର: ଦୈନନ୍ଦିନ ଜୀବନରେ ଆପଣଙ୍କର କିଛି ଅତି ଛୋଟ ଏବଂ ସାଧାରଣ ଅଭ୍ୟାସଗତ ପରିବର୍ତ୍ତନ BPH ସହ ବଞ୍ଚିବାକୁ ସହଜ କରିଦିଏ:

Advertisment

- ଲକ୍ଷଣକୁ ଅଣଦେଖା ନକରି ଯାଞ୍ଚ କରାଇ ନିଅନ୍ତୁ।

- ନିୟମିତ ଶାରୀରିକ ବ୍ୟାୟାମ କରିବା ସହ ଶରୀର ଫୁର୍ତ୍ତି ରଖନ୍ତୁ।

- ଚା’ ଏବଂ କଫିର ମାତ୍ରା ନିୟନ୍ତ୍ରଣ କରନ୍ତୁ। ସନ୍ଧ୍ୟା ପରେ କମ୍ ପାଣି ପିଅନ୍ତୁ।

- ମଦ୍ୟପାନ ଏବଂ ଧୂମପାନ ଠାରୁ ଦୂରେଇ ରୁହନ୍ତୁ।

- ଖାଦ୍ୟରେ ଅଧିକ ପନିପରିବା, ଫଳ ଏବଂ ଓମେଗା-3 ଫ୍ୟାଟି ଏସିଡ୍ ଯୁକ୍ତ ଖାଦ୍ୟ ଗ୍ରହଣ କରନ୍ତୁ। ରେଡ୍ ମିଟ୍ ଏବଂ ପ୍ରୋସେସ୍ଡ ଫୁଡ୍ ଖାଆନ୍ତୁ ନାହିଁ।

Health Awareness Prostate Cancer Health Tips Health Tips In Odia
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ