Advertisment

Health Tips: ଆପଣ ଡିପ୍ରେସନରେ ପୀଡିତ କି; ଆପଣଙ୍କ ପାଇଁ ୬ଟି ଟିପ୍ସ

ମାନସିକ ଅବସାଦ ଏମିତି ଏକ ବ୍ୟାଧି ଯାହା ନିଜର ଅନୁଭବ, ଚିନ୍ତାଧାରା ଏବଂ କାର୍ଯ୍ୟକଳାପ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ଏହାର ଶିକାର ହୋଇଥିବା ଲୋକେ କ୍ରମାଗତ ଭାବେ ଦୁଃଖ, କାମ ପ୍ରତି ଅନାଗ୍ରହର ସମ୍ମୁଖୀନ ହୁଅନ୍ତି। ତେବେ ଆସନ୍ତୁ ପ୍ରତି ସକାଳେ ଏହି ୬ଟି ଅଭ୍ୟାସକୁ ଜାରି ରଖିବା ଆଉ ଅବସାଦରୁ ମୁକ୍ତି ପାଇବା।

ଅଦ୍ୟତନ ହୋଇଛି
6 morning habits that can help deal with depression

6 morning habits that can help deal with depression

Advertisment

ସକାଳ ହେଉଛି ଦିନର ସବୁଠାରୁ ସକରାତ୍ମକ ସମୟ ଏବଂ ଏକ ସୁସ୍ଥ ଜୀବନଶୈଳୀ ପାଇଁ ସର୍ବୋତ୍ତମ। ଏହା ଜଣକୁ ଦିନ ସାରାର ଖୁବ ଶାନ୍ତି ଦେଇଥାଏ। ସକାଳ ପାଇଁ ଏମିତି ଅନେକ ଅଭ୍ୟାସ ଅଛି ଯାହାକୁ ପାଳନ କରିବା ଦ୍ୱାରା ଡିପ୍ରେସନ ବା ମାନସିକ ଅବସାଦକୁ ବି ମୁକାବିଲା କରାଯାଇପାରେ।

Advertisment

ମାନସିକ ଅବସାଦ ଏମିତି ଏକ ବ୍ୟାଧି ଯାହା ନିଜର ଅନୁଭବ, ଚିନ୍ତାଧାରା ଏବଂ କାର୍ଯ୍ୟକଳାପ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ଏହାର ଶିକାର ହୋଇଥିବା ଲୋକେ କ୍ରମାଗତଭାବେ ଦୁଃଖ, କାମ ପ୍ରତି ଅନାଗ୍ରହର ସମ୍ମୁଖୀନ ହୁଅନ୍ତି। ନା ଶୋଇହୁଏ ନା ଠିକ୍‌ରେ ଖାଇହୁଏ। ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଥକାପଣ ସହିତ ଏକାଗ୍ରତାରେ ପ୍ରଭାବ ମଧ୍ୟ ପଡିଥାଏ।

ତେବେ ଆସନ୍ତୁ ପ୍ରତି ସକାଳେ ଏହି ୬ଟି ଅଭ୍ୟାସକୁ ଜାରି ରଖିବା ଆଉ ଉଦାସୀନତାରୁ ମୁକ୍ତି ପାଇବା।

Advertisment

ଦାନ୍ତ ଘଷିବା:
ଯେଉଁମାନେ ମାନସିକଭାବେ ସୁସ୍ଥ ଥାନ୍ତି ସେମାନେ ପ୍ରତି ସକାଳେ ଦାନ୍ତ ଘଷିବାକୁ କେବେ ବି ଭୁଲନ୍ତି ନାହିଁ। ଏହା କରିବା ପରେ ସେମାନେ ଅନ୍ୟ କାମ କରନ୍ତି। କିନ୍ତୁ ଉଦାସୀନତା ଏବଂ ଅନ୍ୟାନ୍ୟ ମାନସିକ ସ୍ୱାସ୍ଥ୍ୟ ସମସ୍ୟାରେ ପିଡୀତ ଲୋକେ ଏହି କାମ କରିବାକୁ କୁଣ୍ଠାବୋଧ କରନ୍ତି। ଅନ୍ୟପକ୍ଷରେ ପ୍ରତି ସକାଳୁ ପ୍ରଥମେ ଦାନ୍ତ ଘଷିବା ଦ୍ୱାରା ଆମ ଶରୀରକୁ ସକରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ।

ସୂର୍ଯ୍ୟକିରଣ ଗ୍ରହଣ କରିବା:

ସୂର୍ଯ୍ୟକିରଣ ଆମ ଭିତରେ ଖୁସିର ହରମୋନକୁ ବଢାଇପାରେ ଏବଂ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଥିବା ଲୋକଙ୍କ ପାଇଁ ଏହା ଏକ ଚମତ୍କାର ଭାବେ କାମ କରେ। ଶରୀରରୁ ମେଲାଟୋନିନ୍‌ର ସ୍ତରକୁ ହ୍ରାସ କରିବା ପାଇଁ ପ୍ରତିଦିନ ସକାଳେ ବାହାରକୁ ଯାଇ ସୂର୍ଯ୍ୟ କିରଣରେ ବୁଲିବା ଆବଶ୍ୟକ। ଏହା ଜଣଙ୍କର ସେଦିନର ମନୋବଳକୁ ବଢାଇବାରେ ସାହାଯ୍ୟ କରେ।

Advertisment

ନିୟମିତ ଉଠିବାର ସମୟ:

ପ୍ରତି ସକାଳେ ଉଠିବା ନେଇ ଏକ ନିର୍ଦ୍ଦିଷ୍ଟ ସମୟ ସ୍ଥିର କରନ୍ତୁ ଆଉ ଏହାକୁ ପାଳନ କରନ୍ତୁ। ଏହା ଶରୀରର ଜୈବିକ ଚକ୍ର ସୁରୁଖୁରୁରେ ନିୟନ୍ତ୍ରଣ କରେ ଏବଂ ଶୟନ ଗୁଣକୁ ବୃଦ୍ଧି କରେ। ଏହା ଅବସାଦର ଲକ୍ଷଣକୁ ଉନ୍ନତ କରିପାରିବ।

ପ୍ରାଣାୟମ:

ପ୍ରତି ସକାଳେ କିଛି ସମୟ ସାଧାରଣ ପ୍ରାଣାୟମ କରିବା ଦ୍ୱାରା ଅନେକ ଲାଭ ମିଳିଥାଏ। ଶରୀରରେ ବାୟୁ ବୃଦ୍ଧି ଯୋଗୁଁ ଉର୍ଜା ଶକ୍ତିରେ ଉନ୍ନତି ଆସେ। ଫଳରେ ମନ ଶାନ୍ତ ହୁଏ ଏବଂ ଏହା ଚିନ୍ତା ଏବଂ ଚାପକୁ ହ୍ରାସ କରିଥାଏ।

ବ୍ୟାୟାମ:

ମନୋବିଜ୍ଞାନୀଙ୍କ ମତରେ ନିୟମିତ ବ୍ୟାୟାମ ମଧ୍ୟ ଉଦାସୀନତା ପାଇଁ ଏକ ପ୍ରଭାବଶାଳୀ ଚିକିତ୍ସା। ଏହା କରିବା ଦ୍ୱାରା ଶରୀରରେ ଏଣ୍ଡୋରଫିନ୍ ହରମୋନ୍ କ୍ଷରଣ ହୋଇହୋଇଥାଏ। ଏହା ମନୋବଳକୁ ସୁଦୃଢ଼ କରିବାରେ ସାହାଯ୍ୟ କରିଥାଏ।

ସକାଳ ଖାଦ୍ୟ:

ପ୍ରତିଦିନ ସକାଳେ ଏକ ସନ୍ତୁଳିତ ଖାଦ୍ୟ ନେବା ଜରୁରି। ଏହା ରକ୍ତରେ ଶର୍କରାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ଏବଂ ଦିନ ସାରା ଶରୀରକୁ ଶକ୍ତି ଯୋଗାଇଥାଏ। ଏହା ଧ୍ୟାନକୁ ନକାରାତ୍ମକ ଚିନ୍ତାଧାରାରୁ ଦୂରେଇ ରଖିବାରେ ସାହାଯ୍ୟ କରେ।

Depression Health Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ