Advertisment

Health Tips: କମ୍‌ ବୟସରେ କାହିଁକି ଖରାପ ହୋଇଯାଏ ଆଖି, ଜାଣନ୍ତୁ ଏହି ୬ କାରଣ...

କମଜୋର ଆଖି ଆମ ଜୀବନର ସବୁ ସୁଖ ସାରିଦିଏ। ନିକଟରୁ ଦେଖିବାରେ ସକ୍ଷମ ନହେବା କିମ୍ବା ଦୂରରୁ ସ୍ପଷ୍ଟ ଭାବରେ ଦେଖିବାରେ ଅସୁବିଧା ଅନେକ ସମସ୍ୟା ସୃଷ୍ଟି କରେ। ତେବେ ଏହି ସମସ୍ୟା ଆମର କିଛି ଭୁଲ ଅଭ୍ୟାସ ହେତୁ ହୋଇପାରେ। ଆସନ୍ତୁ ଜାଣିବା...

ଅଦ୍ୟତନ ହୋଇଛି
6 causes of weak eyesight

6 causes of weak eyesight

Advertisment

ବୟସ ବଢିଗଲେ ଦୃଷ୍ଟିଶକ୍ତି ଖରାପ ହେବା ଏକ ସାଧାରଣ କଥା। ଆଜିକାଲି କିନ୍ତୁ ଯୁବକମାନଙ୍କ କ୍ଷେତ୍ରରେ ଖରାପ ଦୃଷ୍ଟି ଶକ୍ତି ଦ୍ରୁତ ଗତିରେ ବଢି ଚାଲିଚି। ଛୋଟ ପିଲାମାନେ ମଧ୍ୟ ଚଷମା ବ୍ୟବହାର କରୁଛନ୍ତି। କମଜୋର ଆଖି ଆମ ଜୀବନର ସବୁ ସୁଖ ସାରିଦିଏ। ନିକଟରୁ ଦେଖିବାରେ ସକ୍ଷମ ନହେବା କିମ୍ବା ଦୂରରୁ ସ୍ପଷ୍ଟ ଭାବରେ ଦେଖିବାରେ ଅସୁବିଧା ଅନେକ ସମସ୍ୟା ସୃଷ୍ଟି କରେ।

Advertisment

ତେବେ ଏହି ସମସ୍ୟା ଆମର କିଛି ଭୁଲ ଅଭ୍ୟାସ ହେତୁ ହୋଇପାରେ। ଏହି କାରଣରୁ କମ ବୟସରେ ଚଷମା ବ୍ୟବହାର କରିବାକୁ ପଡେ। ଯଦି ଆପଣ ମଧ୍ୟ କମ ବୟସରେ ଦୃଷ୍ଟି ଶକ୍ତି ସମସ୍ୟା ଭୋଗୁଛନ୍ତି, ତେବେ ଏହିସବୁ ଅଭ୍ୟାସକୁ ଆଜିଠାରୁ ପରିବର୍ତ୍ତନ କରିବା ଉଚିତ।

ଅତ୍ୟଧିକ ସ୍କ୍ରିନ୍ ଟାଇମ୍:

କମ୍ପ୍ୟୁଟରରେ ଦୀର୍ଘ ସମୟ କାମ କରିବା କିମ୍ବା ସ୍ମାର୍ଟଫୋନ୍ ମାଧ୍ୟମରେ ସ୍କ୍ରୋଲ୍ କରିବା ଯୋଗୁଁ ଆଖି ଶୁଷ୍କ ହୋଇଯାଏ ଯାହା ଦୃଷ୍ଟିଶକ୍ତିକୁ ପ୍ରଭାବିତ କରେ। ଏନେଇ ଆପଣଙ୍କୁ ସ୍କ୍ରିନ୍‌ ଟାଇମ୍ କମେଇବାକୁ ପଡିବ। ଏଥି ପାଇଁ ପ୍ରତି କୋଡ଼ିଏ ମିନିଟରେ ଏକ ବ୍ରେକ୍ ନିଅନ୍ତୁ ଏବଂ ଆଖିକୁ ପ୍ରାୟ ଦଶ ଥର ଧୀରେ ଧୀରେ ମିଟିମିଟି କରନ୍ତୁ।

Advertisment

କମ୍ ପାଣି ପିଇବା:

ଆପଣ ଯଦି ପର୍ଯ୍ୟାପ୍ତ ପରିମାଣର ପାଣି ପିଉ ନାହାଁନ୍ତି, ତେବେ ଆପଣଙ୍କ ଆଖିର ଜଳୀୟ ଅଂଶ କମିଯିବାର ସମ୍ଭାବନା ଅଧିକ। ଏହି କାରଣରୁ ଆଖି ଫୁଲିଯାଏ, ଶୁଷ୍କ ହୋଇଯାଏ ଏବଂ ଲାଲ ପଡିଯାଏ। ତେଣୁ ପ୍ରତିଦିନ ପ୍ରଚୁର ପାଣି ପିଇବା କରୁରୀ।

ଖରାପ ଡାଏଟ୍:

ଖାଦ୍ୟ ବିଷୟରେ ମଧ୍ୟ ସଚେତନ ହେବା ଆବଶ୍ୟକ। ଖରାପ ଖାଦ୍ୟ ଆଖି ପାଇଁ କ୍ଷତିକାରକ। ଦୃଷ୍ଟି ଶକ୍ତି ପାଇଁ ସୁସ୍ଥ ଖାଦ୍ୟରେ ପତ୍ରଯୁକ୍ତ ପନିପରିବା, ଅଣ୍ଡା, ବାଦାମ ଏବଂ ସାମୁଦ୍ରିକ ଖାଦ୍ୟ ରହିବା ଉଚିତ।

Advertisment

ନିଦ୍ରା ଅଭାବ:

ପ୍ରତିଦିନ ଛଅରୁ ଆଠ ଘଣ୍ଟା ଶୋଇବା ଜରୁରୀ। ନିଦ କମ ହେଲେ ଆଖିରେ ଥକ୍କାପଣ ସହିତ ଷ୍ଟ୍ରେନ୍ ଦେଖାଯିବା ଆରମ୍ଭ ହୁଏ। ଅଧିକ ଶୋଇବା ଦ୍ୱାରା ଆଖିର ଜଳୀୟ ଅଂଶ ବଢିଥାଏ।

ବାରମ୍ବାର ଆଖି ଘଷିବା:

ଯଦି ଆପଣ ବାରମ୍ବାର ଆଖିକୁ ଘଷନ୍ତି, ତେବେ ଏହା ମାୟୋପିୟା ଏବଂ ଗ୍ଲୁକୋମାକୁ ଖରାପ କରିପାରେ, ଯାହା ସିଧାସଳଖ ଦୃଷ୍ଟି ଶକ୍ତି ଉପରେ ପ୍ରଭାବ ପକାଇଥାଏ।

ଧୂମପାନ:

ଧୂମପାନ ଦ୍ୱାରା ମାକୁଲାର ଡିଜେରେସନ୍, ଗ୍ଲୁକୋମା, ଶୁଷ୍କ ଆଖି ଏବଂ ମୋତିଆବିନ୍ଦୁ ଭଳି ସମସ୍ୟା ଦେଖାଦିଏ। ଏଥିପାଇଁ ଧୂମପାନ ଛାଡିବା ଜରୁରୀ।

Eye Disease Health Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ