Advertisment

Health Tips: ପ୍ରତିଦିନ ୧୦-୨୦ ମିନିଟ୍ ପଛୁଆ ଚାଲନ୍ତୁ; ମିଳିବ ୫ଟି ଚମତ୍କାର ଫାଇଦା

ଚାଲିବାର ଲାଭ ଆପଣ ନିଶ୍ଚୟ ଜାଣିଥିବେ। ଆପଣ କେବଳ ଆଗୁଆ ଚାଲିବା ବିଷୟରେ ଜାଣିଥିବେ । କିନ୍ତୁ, ଆପଣ ପଛୁଆ ଚାଲିବାର ଲାଭ ଜାଣିଛନ୍ତି କି? ପଛୁଆ ଚାଲିବା ହେଉଛି ସର୍ବୋତ୍ତମ କାର୍ଡିଓ ୱାର୍କଆଉଟ୍। ୧୦-୨୦ ମିନିଟ୍ ପାଇଁ ପଛୁଆ ଚାଲି ମାନସିକ ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ଆଣିଥାଏ।

ଅଦ୍ୟତନ ହୋଇଛି
Health Benefits of Walking Backward

5 amazing benefits of reverse walk daily 10-20 minutes

Advertisment

ନିୟମିତ ବ୍ୟାୟାମ ହେଉଛି ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମାଧାନ। ଏହି ବ୍ୟାୟାମଗୁଡିକ ମଧ୍ୟରୁ ଗୋଟିଏ ହେଉଛି ଚାଲିବା। ଆଜିକାଲି ଏହା ଏକ ଟ୍ରେଣ୍ଡ୍‌ରେ ପରିଣତ ମଧ୍ୟ ହୋଇଛି। ଏହି ବ୍ୟାୟାମ କରିବା ପାଇଁ ସେମିତି କୌଣସି ବିଶେଷ ସ୍ଥାନ କି କୌଣସି ପ୍ରକାର ଟଙ୍କା ଖର୍ଚ୍ଚର ଆବଶ୍ୟକତା ନାହିଁ। ଚାଲିବାର ଲାଭ ମଧ୍ୟ ଆପଣ ନିଶ୍ଚୟ ଜାଣିଥିବେ।

Advertisment

ଆପଣ କେବଳ ଆଗୁଆ ଚାଲିବା ବିଷୟରେ ଜାଣିଥିବେ ଆଉ ଚାଲୁଥିବେ ମଧ୍ୟ। କିନ୍ତୁ, ଆପଣ ପଛୁଆ ଚାଲିବାର ଲାଭ ଜାଣିଛନ୍ତି କି? ପଛୁଆ ଚାଲିବା ହେଉଛି ସର୍ବୋତ୍ତମ କାର୍ଡିଓ ୱାର୍କଆଉଟ୍। ୧୦-୨୦ ମିନିଟ୍ ପାଇଁ ପଛୁଆ ଚାଲି ମାନସିକ ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ଆଣିଥାଏ। ପଛୁଆ ଚାଲିବାର ଆହୁରି ଅନେକ ଚମତ୍କାର ଲାଭ ମଧ୍ୟ ଅଛି। ଆସନ୍ତୁ ସେ ବିଷୟରେ ଜାଣିବା…

ଅଧିକ ପଢ଼ନ୍ତୁ: ନାକରୁ ପାଣି ବାହାରୁଥିଲେ ଆପଣାନ୍ତୁ ଏହି ଉପାୟ, ସାଙ୍ଗେ ସାଙ୍ଗେ ହୋଇଯିବ ବନ୍ଦ

Advertisment

ଗୋଡ ମଜଭୁତ:

ପଛୁଆ ଚାଲିବା ଦ୍ୱାରା ଶରୀର ଏବଂ ମନରେ ଉନ୍ନତି ଆସିବା ସହିତ ଏହା ମାଂସପେଶୀକୁ ମଜବୁତ କରେ ଏବଂ ମନକୁ ବିଭିନ୍ନ ଉପାୟରେ ସ୍ଥିର କରେ। ପଛୁଆ ଚାଲିବା ଦ୍ୱାରା ଗୋଡର ସହନଶକ୍ତି ଏବଂ ଏରୋବିକ୍ କ୍ଷମତା ମଧ୍ୟ ବଢିଯାଏ।

ହାଡ ମଜବୁତ:

ପଛୁଆ ଚାଲିବା ଦ୍ୱାରା ଗୋଡ ମାଂସପେଶୀର ଶକ୍ତି ବୃଦ୍ଧିପାଏ। ଏହା ଆଣ୍ଠୁଜନିତ ଯନ୍ତ୍ରଣାରୁ ମୁକ୍ତି ପାଇବାରେ ସାହାଯ୍ୟ କରିଥାଏ। ଏହା ଶରୀରର ସନ୍ତୁଳନରେ ଉନ୍ନତି ଆଣେ ଏବଂ କ୍ୟାଲୋରୀକୁ ମଧ୍ୟ ହ୍ରାସ କରେ। ଶରୀରର ଓଜନ ନିୟନ୍ତ୍ରଣ କରିବାରେ ପଛୁଆ ଚାଲି ଅତ୍ୟନ୍ତ ପ୍ରଭାବଶାଳୀ। ଏହା ମଧ୍ୟ ହାଡକୁ ମଜବୁତ କରେ ଏବଂ ମାଂସପେଶୀକୁ ଶକ୍ତିଶାଳୀ କରେ।

Advertisment

ଉର୍ଜା ବୃଦ୍ଧି:

ପଛୁଆ ଚାଲି ଆମ ଶରୀରର ଉର୍ଜା ସ୍ତରକୁ ବଢାଇଥାଏ। ଏହା କରିବା ଦ୍ୱାରା ଶରୀରର ମେଟାବୋଲିଜିମ୍ ମଧ୍ୟ ଉନ୍ନତ ହୁଏ। ଯେଉଁମାନଙ୍କର ଶୋଇବାରେ ସମସ୍ୟା ହୁଏ, ସେମାନେ ପଛୁଆ ଚାଲିବା ଦ୍ୱାରା ଅନେକ ଲାଭ ପାଇପାରିବେ।

ଶରୀର-ମନର ସମନ୍ୱୟ:

ପଛୁଆ ଚାଲି ସାମଗ୍ରିକ ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣିଥାଏ। ଏହି ଅଭ୍ୟାସ ଚିନ୍ତା କରିବାର କ୍ଷମତାଙ୍କୁ ତୀକ୍ଷ୍ଣ କରିଥାଏ ଏବଂ ଜ୍ଞାନର ଶକ୍ତିକୁ ବୃଦ୍ଧି କରେ। ଏହା ଆଖି ପାଇଁ ମଧ୍ୟ ବହୁତ ଲାଭଦାୟକ ବୋଲି ବିବେଚନା କରାଯାଏ। ଏହା ଆମର ଇନ୍ଦ୍ରିୟଗୁଡ଼ିକୁ ସକ୍ରିୟ କରିଥାଏ ଏବଂ ଶରୀର ଏବଂ ମନର ସମନ୍ୱୟରେ ଉନ୍ନତି ଆଣେ।

ହୃଦ୍‌ରୋଗର ସମସ୍ୟାକୁ ଦୂର କରେ:

ଆଗୁଆ ଦୌଡ଼ିବା ଅପେକ୍ଷା ପଛୁଆ ଦୌଡିଲେ ଆଣ୍ଠୁଗଣ୍ଠି ଯନ୍ତ୍ରଣା କମିଥାଏ। ଅନ୍ୟ ଏକ ଅଧ୍ୟୟନରୁ ଜଣାପଡିଛି ଯେ ପଛୁଆ ଚାଲିବା ଏବଂ ଦୌଡିବା ଦ୍ୱାରା ହୃଦ୍‌ରୋଗର ସମସ୍ୟାକୁ ଦୂର କରେ। ଏହା ମଧ୍ୟ ଶରୀରର ଗଠନକୁ ପରିବର୍ତ୍ତନ କରେ।

Health Tips Walking
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ