Yogasana: ସବୁବେଳେ ଥଣ୍ଡା କାଶ ଲାଗି ରହୁଛି କି; କରନ୍ତୁ ଏହି ୪ଟି ଯୋଗାସନ

ଆଜିକାଲି ଲୋକମାନେ ଥଣ୍ଡା ସମସ୍ୟାରେ ପୀଡିତ ହେଉଛନ୍ତି। ଏହାକୁ ଠିକ୍ ସମୟରେ ଦୂର କରା ନ ଗଲେ ଏହା ଫ୍ଲୁ ଏବଂ ବ୍ରୋଙ୍କୋନିମୋନିଆର ରୂପ ନେଇଥାଏ। ଥଣ୍ଡାରୁ ମୁକ୍ତି ପାଇଁ ଏମିତି କିଛି ପ୍ରଭାବଶାଳୀ ଯୋଗ ଅଛି, ଯାହା କରି ଆପଣ ଯଥାଶୀଘ୍ର ଭଲ ହୋଇପାରିବେ। ଆସନ୍ତୁ ଜାଣିବା…

ସବୁବେଳେ ଥଣ୍ଡା କାଶ ଲାଗି ରହୁଛି କି; କରନ୍ତୁ ଏହି ୪ଟି ଯୋଗାସନ

ପାଣିପାଗ ବଦଳିବା ଆରମ୍ଭ କରିଛି। ଶୀତ ଯାଇଛି ଏବଂ ଗ୍ରୀଷ୍ମ ଋତୁ ଆସୁଛି। ଏପରି ସ୍ଥିତିରେ ଶରୀର ବଦଳୁଥିବା ପାଣିପାଗ ସହିତ ନିୟନ୍ତ୍ରଣ କରିବାକୁ କିଛି ସମୟ ନେଇଥାଏ। ସାଧାରଣତଃ ଆଜିକାଲି ଲୋକମାନେ ଥଣ୍ଡା ଏବଂ ଫ୍ଲୁ ଜନିତ ସମସ୍ୟାରେ ପୀଡିତ ହେଉଛନ୍ତି। ଦେଖିବାକୁ ଗଲେ ଥଣ୍ଡା ଏବଂ କାଶ କିଛି ଦିନ ମଧ୍ୟରେ ଆପେ ଆପେ ଭଲ ହୋଇଯାଏ, କିନ୍ତୁ ବେଳେବେଳେ ଏହି ଥଣ୍ଡା ଏବଂ କାଶ ଅନେକ ଦିନ ପାଇଁ ବ୍ୟଥିତ ମଧ୍ୟ କରେ।

ପାଗ ବଦଳିବା ବ୍ୟତୀତ ଭାଇରାଲ୍ ସଂକ୍ରମଣ, ଥଣ୍ଡା ପବନର ସଂସ୍ପର୍ଶରେ ଆସିବା, ବ୍ୟାୟାମ ଅଭାବ, ଖରାପ ଖାଦ୍ୟ, କୋଷ୍ଠକାଠିନ୍ୟ ଇତ୍ୟାଦି କାରଣରୁ ଲୋକମାନେ ଥଣ୍ଡାରେ ପୀଡିତ ହୁଅନ୍ତି। ଯଦି ଏହାକୁ ଠିକ୍ ସମୟରେ ଦୂର କରା ନ ଯାଏ ଏବଂ ଆବଶ୍ୟକ ସତର୍କତା ଅବଲମ୍ବନ କରା ନ ଯାଏ, ତେବେ ଏହା ଫ୍ଲୁ ଏବଂ ବ୍ରୋଙ୍କୋନିମୋନିଆର ରୂପ ନେଇଥାଏ।

ଥଣ୍ଡା ହେଲେ ଲୋକମାନେ ସାଧାରଣତଃ ଘରୋଇ ଉପଚାର ଗ୍ରହଣ କରନ୍ତି। ଏପରି ପରିସ୍ଥିତିରେ ଯୋଗର ନିୟମିତ ଅଭ୍ୟାସ ଆପଣଙ୍କୁ ଥଣ୍ଡା ଏବଂ ଫ୍ଲୁରୁ ମୁକ୍ତି ଦେଇଥାଏ। ଥଣ୍ଡାରୁ ମୁକ୍ତି ପାଇଁ ଏମିତି କିଛି ପ୍ରଭାବଶାଳୀ ଯୋଗ ଅଛି, ଯାହା କରି ଆପଣ ଯଥାଶୀଘ୍ର ଭଲ ହୋଇପାରିବେ। ଆସନ୍ତୁ ଜାଣିବା…

ବାମ ଭସ୍ତ୍ରିକା:

ବାମ ଭସ୍ତ୍ରିକା

ଥଣ୍ଡା ଜ୍ୱର ପାଇଁ ବାମ ଭସ୍ତ୍ରିକା ରାମବାଣ ଭଳି କାମ କରେ। ଏହା କରିବା ପାଇଁ, ଡାହାଣ ହାତର ବୁଡା ଆଙ୍ଗୁଠିରେ ଡାହାଣ ନାକକୁ ବନ୍ଦ କରନ୍ତୁ ଏବଂ ବାମ ନାକ ଦେଇ ଜୋର୍‌ରେ ଶ୍ୱାସ ନିଅନ୍ତୁ ଓ ଛାଡନ୍ତୁ। ଏହି ପ୍ରକ୍ରିୟା ଦଶଥର କରନ୍ତୁ। ଶ୍ୱାସ ନେବାବେଳେ ପେଟ ଭିତରକୁ ପଶିବ ଏବଂ ଶ୍ୱାସ ଛାଡିଲେ ପେଟ ବାହାରକୁ ଆସିବା ଉଚିତ।

ଭୁଜଙ୍ଗାସନ:ଭୁଜଙ୍ଗାସନ

ଏହି ଯୋଗାସନ କରିବା ପାଇଁ ସର୍ବପ୍ରଥମେ ପେଟମାଡି ଶୋଇପଡନ୍ତୁ ଏବଂ ହାତକୁ କାନ୍ଧ ତଳେ ରଖନ୍ତୁ। ଶ୍ୱାସ ନିଅନ୍ତୁ ଏବଂ ଶରୀରର ସମ୍ମୁଖ ଅଂଶକୁ ଉପରକୁ ଉଠାନ୍ତୁ। ୧୦-୨୦ ସେକେଣ୍ଡ ପାଇଁ ଏହି ଅବସ୍ଥାରେ ରୁହନ୍ତୁ ଏବଂ ତା’ପରେ ସ୍ୱାଭାବିକ ଅବସ୍ଥାକୁ ଆସନ୍ତୁ।

ପବନମୁକ୍ତାସନ:

ପବନମୁକ୍ତାସନ

ଏହି ଯୋଗ ପାଇଁ ପିଠି ପଟେ ଶୋଇ ଯାଆନ୍ତୁ। ବର୍ତ୍ତମାନ ଉଭୟ ଗୋଡକୁ ଯୋଡିଦିଅନ୍ତୁ ଓ ହାତକୁ ଭୂମିରେ ରଖନ୍ତୁ। ଏହା ପରେ ଦୁଇ ଆଣ୍ଠୁରୁ ଗୋଡକୁ ଭାଙ୍ଗି ଛାତି ଆଡକୁ ଆଣନ୍ତୁ। ତା’ପରେ ଦୁଉ ହାତ ପାପୁଲିକୁ ଛନ୍ଦି ଆଣ୍ଠୁ ଉପରେ ରଖନ୍ତୁ। ଏବେ ମୁଣ୍ଡ ଉଠାନ୍ତୁ ଓ ଆଣ୍ଠୁକୁ ହାତରେ ଭିଡି ନାକ ଆଡକୁ ଆଣନ୍ତୁ। କିଛି ସମୟ ରଖନ୍ତୁ। ଏହାକୁ ୮ରୁ ୧୦ ଥର ଅଭ୍ୟାସ କରନ୍ତୁ।

ବଜ୍ରାସନ:ବଜ୍ରାସନ

ଏହି ଯୋଗ କରିବା ପାଇଁ, ସର୍ବପ୍ରଥମେ ଆଣ୍ଠୁରେ ବସନ୍ତୁ। ବର୍ତ୍ତମାନ ଗୋଇଠି ଉପରେ ପିଚା ରଖି ବସନ୍ତୁ। ଦୁଇ ହାତକୁ ମୁଠା କରି ଜଙ୍ଘ ଉପରେ ରଖନ୍ତୁ। ପିଠି ସିଧା ରଖନ୍ତୁ। ଧୀରେ ଓ ଦୀର୍ଘ ଶ୍ୱାସ ନିଅନ୍ତୁ। ପାଖାପାଖି ୧୦ ସେକେଣ୍ଡ୍ ଏହି ଆସନରେ ରୁହନ୍ତୁ। ଏହା ପରେ ମୂଳ ଅବସ୍ଥାକୁ ଆସନ୍ତୁ।