Advertisment

ଡ୍ୟାନ୍ସ କରି କରି ପ୍ରସ୍ତୁତ କରୁଛନ୍ତି ‘ଭେଲ୍‌ ପୁରୀ’, ଭାଇରାଲ୍‌ ହେଉଛି ଭିଡିଓ...

ନିକଟରେ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ୍‌ ହେଉଛି। ଯାହାକି ଖାଦ୍ୟପ୍ରେମୀଙ୍କ ଦୃଷ୍ଟି ଆକର୍ଷଣ କରିଛି। ଭିଡିଓଟି ଇନ୍‌ଷ୍ଟାଗ୍ରାମରେ ଶେୟାର ହୋଇଛି ଓ ଏହାକୁ ‘ଡ୍ୟାନ୍ସିଂ ଭେଲ୍‌ ପୁରୀ’ ବୋଲି କୁହାଯାଉଛି।

ଅଦ୍ୟତନ ହୋଇଛି
Dancing Bhel Puri

Dancing Bhel Puri

Advertisment

ଭେଲ୍‌ ପୁରୀ କାହାର ବା ପସନ୍ଦ ନୁହେଁ ! ସେଥିପାଇଁ ତ ଏହି ସ୍ନାକ୍ସ ଭାରତୀୟଙ୍କ ପ୍ରିୟ ଷ୍ଟ୍ରିଟ୍‌ ଫୁଡ୍‌ ମଧ୍ୟରୁ ଅନ୍ୟତମ। ଦେଶର କୋଣ ଅନୁକୋଣରେ କେଉଁଠି ବି ଆପଣ ଏହି ଖାଦ୍ୟକୁ ପାଇ ପାରିବେ। ଖାଲି ଫରକ୍‌ ଏତିକି ଏହି ଖାଦ୍ୟକୁ ଆହୁରି ସୁଆଦିଆ କରିବା ଲାଗି ପ୍ରତ୍ୟେକ ଅଞ୍ଚଳରେ କିଛି ନା କିଛି ଅଭିନବ ତରିକା ଆପଣାଇଥାନ୍ତି। ନିକଟରେ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ୍‌ ହେଉଛି। ଯାହାକି ଖାଦ୍ୟପ୍ରେମୀଙ୍କ ଦୃଷ୍ଟି ଆକର୍ଷଣ କରିଛି। ଭିଡିଓଟି ଇନ୍‌ଷ୍ଟାଗ୍ରାମରେ 'Apka Bhai Foody' ପକ୍ଷରୁ ଶେୟାର କରାଯାଇଛି ଓ ଏହାକୁ ‘ଡ୍ୟାନ୍ସିଂ ଭେଲ୍‌ ପୁରୀ’ ବୋଲି କୁହାଯାଉଛି। 

Advertisment

ଏହାର ନାଁ ଯେତିକି କୌତୁହଳପୂର୍ଣ୍ଣ, ଏହାକୁ ପ୍ରସ୍ତୁତ କରିବା ଶୈଳୀ ମଧ୍ୟ ଭିନ୍ନ। ‘ଡ୍ୟାନ୍ସିଂ ଭେଲ୍‌ ପୁରୀ(Dancing Bhel Puri)’କୁ ପ୍ରସ୍ତୁତ କରିବା ଲାଗି ୬୦ ପ୍ରକାରର ଆଇଟମ୍‌ ବ୍ୟବହୃତ ହୋଇଥାଏ। ଖାଲି ଏତିକି ନୁହେଁ ଏହାକୁ ପ୍ରସ୍ତୁତ କରୁଥିବା ବ୍ୟକ୍ତି ଜଣକ ମଧ୍ୟ ‘ଭେଲ୍‌ ପୁରୀ’ ପ୍ରସ୍ତୁତ ବେଳେ ଡ୍ୟାନ୍ସ କରୁଛନ୍ତି। ଗ୍ରାହକଙ୍କୁ ଏହା ଅଧିକ ଆକର୍ଷଣ କରୁଛି। ଯେଭଳି ଭାବେ ଦୋକାନୀ ଜଣକ ଡ୍ୟାନ୍ସ କରି କରି ‘ଭେଲ୍‌ ପୁରୀ’ ପ୍ରସ୍ତୁତ କରୁଛନ୍ତି ଏହା ଗ୍ରାହକଙ୍କୁ ଆଶ୍ଚର୍ଯ୍ୟ କରିଛି। ସେଥିପାଇଁ ତ ଏହାର ନାଁ ‘ଡ୍ୟାନ୍ସିଂ ଭେଲ୍‌ ପୁରୀ’ ରଖାଯାଇଛି ବୋଲି ଲୋକେ କହିଛନ୍ତି।

ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ପରେ ୟୁଜର୍ସମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି। ଦେଖନ୍ତୁ ଭିଡିଓ...

Advertisment

Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ