Advertisment

Chadakhai Special: ଶୁକ୍ରବାର ରାନ୍ଧଣାରେ ଘରେ ବନାନ୍ତୁ ‘କଞ୍ଚା ଇଲିସି ମାଛ ବେସର’

ଅଧିକାଂଶ ଲୋକଙ୍କୁ ମାଛ ଖାଇବା ବେଶ୍‌ ଭଲ ଲାଗେ। ମାଛକୁ ବିଭିନ୍ନ ପ୍ରକାରର ରୋଷେଇ କରି ସମସ୍ତେ ଖାଆନ୍ତି। । କିନ୍ତୁ ମାଛର ଦେଶୀ ରେସିପି ବେଶୀ ସୁଆଦିଆ ହୋଇଥାଏ । ଆଜି ଆମେ ଇଲିସି ମାଛର ଏକ ଦେଶୀ ରେସିପି ବନେଇବୁ ।

ଅଦ୍ୟତନ ହୋଇଛି
ilish fish recipe

ilish fish recipe

Advertisment

ଅଧିକାଂଶ ଲୋକଙ୍କୁ ମାଛ ଖାଇବା ବେଶ୍‌ ଭଲ ଲାଗେ। ମାଛକୁ ବିଭିନ୍ନ ପ୍ରକାରର ରୋଷେଇ କରି ସମସ୍ତେ ଖାଆନ୍ତି। । କିନ୍ତୁ ମାଛର ଦେଶୀ ରେସିପି ବେଶୀ ସୁଆଦିଆ ହୋଇଥାଏ । ଆଜି ଆମେ ଇଲିସି ମାଛର ଏକ ଦେଶୀ ରେସିପି ବନେଇବୁ । ଏହି ରେସିପିର ନାଁ ହେଉଛି ‘କଞ୍ଚା ଇଲିସି ମାଛ ବେସର। ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।..

Advertisment

ଆବଶ୍ୟକ ସାମଗ୍ରୀ:

ଇଲିସି ମାଛ, କଟା ପିଆଜ, କଟା ଟମାଟୋ, କଞ୍ଚା ଲଙ୍କ।, କଟା ରସୁଣ, ଅଦା ଓ ରସୁଣ ପେଷ୍ଟ, ବଟା ସୋରିଷ, ସୋରିଷ ତେଲ, ଲୁଣ, ହଳଦୀ, ଲଙ୍କା ଗୁଣ୍ଡ ଓ କରି ପାଉଡର।

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଇଲିସି ମାଛକୁ ଭଲ ଭାବେ ଧୋଇ ଦିଅନ୍ତୁ। ତା’ପରେ ସେଥିରେ ଲୁଣ ଓ ହଳଦୀ ପକାଇ ଭଲ ଭାବେ ଗୋଳାଇ ରଖି ଦିଅନ୍ତୁ।

Advertisment

କଡ଼େଇରେ ସୋରିଷ ତେଲ ଗରମ କରନ୍ତୁ। ସେଥିରେ କଞ୍ଚା ପିଆଜ ପକାଇ ଭାଜନ୍ତୁ।

ପିଆଜ ଲାଲ ହେବା ପରେ ଅଦା ଓ ରସୁଣ ପେଷ୍ଟ ଦିଅନ୍ତୁ।

ତା’ସହିତ ଛୋଟ ଛୋଟ ଖଣ୍ଡରେ କଟା ହୋଇଥିବା ରସୁଣ ପକାନ୍ତୁ । ଏହା ତରକାରୀର ସ୍ୱାଦକୁ ବଢ଼ାଇଥାଏ।

ଏହାପରେ ଟମାଟୋ ଓ କରି ପାଉଡର ପକାଇ ମସଲାକୁ କଷନ୍ତୁ।

ମସଲା କଷି ହେବା ପରେ ବଟା ସୋରିଷ ପକାଇ ଆବଶ୍ୟକ ଅନୁଯାୟୀ ପାଣି ଦିଅନ୍ତୁ।

ଏହା ଫୁଟିବା ପରେ କଞ୍ଚା ଇଲିସି ମାଛକୁ ସେଥିରେ ପକାନ୍ତୁ ଓ କଡ଼େଇକୁ ଘୋଡ଼ାଇ ଦିଅନ୍ତୁ।

Advertisment

ସ୍ୱାଦ ଅନୁସାରେ ଆପଣ ଏଥିରେ ଲୁଣ ପକାଇ ପାରିବେ।

ମାଛ ସିଝିଯିବା ପରେ ସେଥିରେ ଡାଲଚିନ ଗୁଣ୍ଡ, ଧନିଆ ପତ୍ର ପକାନ୍ତୁ ଏବଂ କଡ଼େଇକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ।

ଏବେ ପ୍ରସ୍ତୁତ ହୋଇଗଲା କଞ୍ଚା ଇଲିସି ମାଛ ବେସର। ଏହି ରେସିପିଟିକୁ ଗରମ ଗରମ ଭାତ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଘରକୁ ଅତିଥି ଆସିଲେ ଭାକୁର ମାଛ ପୋସ୍ତର ରେସିପି ବନେଇ ପରଷନ୍ତୁ ।

Odia Food And Recipes
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ