Advertisment

Tips and Tricks: ଘରେ ତାଜା କିସ୍‌ମିସ୍‌ ତିଆରି କରିବାକୁ ଚାହୁଁଛନ୍ତି କି… ଜାଣନ୍ତୁ ସହଜ ଉପାୟ

ଆପଣ ଯଦି କିସ୍‌ମିସ୍ ଖାଇବାକୁ ପସନ୍ଦ କରନ୍ତି, ତେବେ ଆପଣ ତାଜା ଅଙ୍ଗୁର ସାହାଯ୍ୟରେ ନିଜେ ଘରେ ତାଜା କିସ୍‌ମିସ୍ ତିଆରି କରିପାରିବେ। ପ୍ରକୃତରେ ଏହା ତିଆରି କରିବା ବହୁତ ସହଜ ଏବଂ ଏହି ପଦ୍ଧତି ମଧ୍ୟ ବହୁତ କମ ଖର୍ଚ୍ଚରେ ହୋଇଥାଏ।

ଅଦ୍ୟତନ ହୋଇଛି
How to make fresh raisins at home from grapes

How to make fresh raisins at home from grapes

Advertisment

ଡ୍ରାଏ ଫ୍ରୁଟ୍ସ୍ ଭିତରେ କିସ୍‌ମିସ୍‌ ଏକ ଖୁବ ସୁସ୍ୱାଦୁ ଜିନିଷ। ଅନେକ ଏହାକୁ ଖାଇବାକୁ ପସନ୍ଦ କରନ୍ତି ଆଉ ବଜାରରୁ କିଣନ୍ତି। କିନ୍ତୁ ବେଳେ ବେଳେ ବଜାରରରେ ମିଳୁଥିବା ଏହି କିସ୍‌ମିସ୍ ଖରାପ ଅଙ୍ଗୁରରୁ ତିଆରି ହୋଇଥାଏ। ଏହା ଶୁଖିଯିବା ପରେ ଜଣାପଡେ ନାହିଁ।

Advertisment

ଆପଣ ଯଦି କିସ୍‌ମିସ୍ ଖାଇବାକୁ ପସନ୍ଦ କରନ୍ତି, ତେବେ ଆପଣ ତାଜା ଅଙ୍ଗୁର ସାହାଯ୍ୟରେ ନିଜେ ଘରେ ତାଜା କିସ୍‌ମିସ୍ ତିଆରି କରିପାରିବେ। ପ୍ରକୃତରେ ଏହା ତିଆରି କରିବା ବହୁତ ସହଜ ଏବଂ ଏହି ପଦ୍ଧତି ମଧ୍ୟ ବହୁତ କମ ଖର୍ଚ୍ଚରେ ହୋଇଥାଏ। କେବଳ ଏତିକି ନୁହେଁ, ବଜାରରେ ଉପଲବ୍ଧ ଏଭଳି ଦାମୀ କିସ୍‌ମିସ୍ କିଣିବା ଅପେକ୍ଷା ଆପଣ ଘରେ ଉନ୍ନତମାନର କିସ୍‌ମିସ୍ ପ୍ରସ୍ତୁତ କରିପାରିବେ।

ଏହା ବ୍ୟତୀତ ଘରେ ତିଆରି କିସ୍‌ମିସ୍‌ରେ କୌଣସି ପ୍ରିଜର୍ଭେଟିଭ୍ ନ ଥାଏ ଏବଂ ଏହା ତିଆରି କରିବା ମଧ୍ୟ ବହୁତ ଶସ୍ତା ହୋଇଥାଏ। ଆପଣ ଏହାର କ୍ୱାଲିଟିକୁ ମଧ୍ୟ ନିୟନ୍ତ୍ରଣ କରିପାରିବେ। ତେବେ ସ୍ନାକ୍ସ, ମିଠା କିମ୍ବା ଅନ୍ୟକୌଣସି ଖାଦ୍ୟରେ ବ୍ୟବହାର କରିବା ପାଇଁ ଆପଣ କିପରି ଘରେ କିସ୍‌ମିସ୍ ତିଆରି କରିପାରିବେ ଆସନ୍ତୁ ଜାଣିବା।

Advertisment

ସାମଗ୍ରୀ:

  • ସତେଜ ଅଙ୍ଗୁର (ସବୁଜ କିମ୍ବା କଳା)
  • ସୂତା କପଡା

ପ୍ରଣାଳୀ:

  • ସର୍ବପ୍ରଥମେ, ସତେଜ ଏବଂ କୌଣସି ଦାଗ ବିନା ଅଙ୍ଗୁର ସଂଗ୍ରହ କରନ୍ତୁ
  • ବର୍ତ୍ତମାନ ଏହି ଅଙ୍ଗୁରଗୁଡ଼ିକୁ ଭଲ ଭାବରେ ପାଣିରେ ଧୋଇ କାଠିଗୁଡିକ ବାହାର କରିଦିଅନ୍ତୁ
  • ବର୍ତ୍ତମାନ ସେଗୁଡିକୁ ଏକ ଛଣାରେ ରଖି ପବନରେ ରଖନ୍ତୁ ଯାହା ଦ୍ୱାରା ପାଣି ଭଲଭାବେ ଶୁଖିଯିବ
  • ବର୍ତ୍ତମାନ ଏହି ଅଙ୍ଗୁରଗୁଡ଼ିକୁ ଏକ ସୂତା କପଡ଼ାରେ କିମ୍ବା ଏକ ବଡ଼ ଟ୍ରେରେ ବିଚ୍ଛେଇ ରଖନ୍ତୁ ଯାହା ଦ୍ୱାରା ସେସବୁ ପରସ୍ପର ସହିତ ଲାଗିଯିବ ନାହିଁ
  • ଏବେ ଏହାକୁ ଏକ ଖରା ପଡୁଥିବା ସ୍ଥାନରେ ରଖନ୍ତୁ
  • ୪ ରୁ ୫ ଦିନ ମଧ୍ୟରେ ଏହା ଭଲ ଭାବରେ ଶୁଖିଯିବ ଏବଂ କିସ୍‌ମିସ୍ ହୋଇଯିବ

ଯଦି ଆପଣଙ୍କ ଘରେ ଚୁଲି ଅଛି ତେବେ ଆପଣ ଏହାକୁ ଚୁଲି ବ୍ୟବହାର କରି ମଧ୍ୟ ତିଆରି କରିପାରିବେ

Advertisment
  • ଏନେଇ ପ୍ରଥମେ ଚୁଲିକୁ ୬୦-୭୦ ଡିଗ୍ରୀ ସେଲ୍‌ସିୟସ୍‌ରେ ଗରମ କରନ୍ତୁ
  • ଏହା ପରେ ଅଙ୍ଗୁରକୁ ଏକ ବେକିଂ ଟ୍ରେରେ ରଖନ୍ତୁ ଏବଂ ଚୁଲିରେ ପୂରେଇ ୨୦ ମିନିଟ୍ ପାଇଁ ବେକ୍ କରନ୍ତୁ
  • ବର୍ତ୍ତମାନ ଏହାକୁ ବାହାର କରି ଟ୍ରେ’ରେ ଥିବା କିସ୍‌ମିସ୍‌କୁ ଓଲଟାଇ ଦିଅନ୍ତୁ
  • ଯେତେବେଳେ ଏହା କିସ୍‌ମିସ୍‌ର ରୂପ ନେଇଯିବ, ଏହାକୁ ଚୁଲିରୁ ବାହାର କରିଦିଅନ୍ତୁ
Tips And Trick
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ