Advertisment

ଦହି ସହ ଖାଆନ୍ତୁ ନାହିଁ ଏହି ଖାଦ୍ୟ, ଉପୁଜିପାରେ ସ୍ୱାସ୍ଥ୍ୟ ସମସ୍ୟା

ଦହି ସହ ଖାଲି ଘିଅ ପରଟା ଖାଇଲେ ସମସ୍ୟା ଦେଖାଯାଏ ତାହା ନୁହେଁ, ଦହି ସହ ପିଆଜ ଆମ୍ବ ଭଳି ଖାଦ୍ୟ ଖାଇଲେ ମଧ୍ୟ ତାହା ସମସ୍ୟା ସୃଷ୍ଟି କରିଥାଏ ।

ଅଦ୍ୟତନ ହୋଇଛି
Eating Dahi Every Day Stop Pairing It With These Foods Right Now

Eating Dahi Every Day Stop Pairing It With These Foods Right Now

Advertisment

ଗରମ ଗରମ ଘିଅ ମରା ପରଟାକୁ ଥଣ୍ଡା ଥଣ୍ଡା ଦହି । ଓଃ କି ସ୍ୱାଦ । ଅନେକଙ୍କୁ ଏହି ଯୋଡ଼ି ଖାଦ୍ୟ ଖୁବ୍‌ ପସନ୍ଦ । ଭାରତର ଅନେକ ସ୍ଥାନରେ ଏହା ଏକ ପ୍ରକାର ଦୈନନ୍ଦିନ ଖାଦ୍ୟ କହିଲେ ଚଳେ । କିନ୍ତୁ ଏହା ଯେମିତି ପାଟିକୁ ସ୍ୱାଦିଷ୍ଟ ସ୍ୱାସ୍ଥ୍ୟ ପକ୍ଷେ ସେତିକି କ୍ଷତିକାରକ । ଏକଥା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଆପଣ ଭାବୁଥିବେ ଦହି ଖାଇବା ସ୍ୱାସ୍ଥ୍ୟ ପକ୍ଷେ ଖୁବ୍‌ ହିତକର । କାରଣ ଏଥିରେ ରହିଛି ଭିଟାମିନ୍‌ ସି, ପ୍ରୋବାୟୋଟିକ୍‌, ଆଣ୍ଟିଅକ୍ସିଡାଣ୍ଡ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ତତ୍ୱ । ସେହିଭଳି ଘିଅ ମରା ପରଟା ମଧ୍ୟ ସ୍ୱାସ୍ଥ୍ୟ ପକ୍ଷେ ଭଲ ବୋଲି କୁହାଯାଏ । ଏହା କ୍ଷତିକାରକ କିଭଳି ?

Advertisment

ତେବେ ଶୁଣନ୍ତୁ, ଏହି ଦୁଇଟି ଯାକ ଆଇଟମ୍ ଭିନ୍ନ ଭିନ୍ନ ଥିଲେ ଖୁବ୍‌ ହିତକର । କିନ୍ତୁ ଏହାକୁ ଏକାଠି ଖାଇଲେ ଖୁବ୍‌ କ୍ଷତିକାରକ । ଘିଅ ଓ ଦହି ଶରୀରରେ ମିଶିଲେ ଏହା ଏସିଟିଡି କରିଥାଏ । ଆଉ ତାପରେ ଶରୀରରେ ଅନେକ ପ୍ରକାର ନକରାତ୍ମକ ପ୍ରଭାବ ପଡ଼ିଥାଏ । ଖାଲି ଏସିଡିଟି ନୁହେଁ, ବ୍ଲଟିଂ ହେବା ସହ ପାଚନ ପ୍ରକ୍ରିୟାରେ ସମସ୍ୟା ମଧ୍ୟ ଦେଖାଯାଏ । ତେବେ ଦହି ସହ ଖାଲି ଘିଅ ପରଟା ଖାଇଲେ ଏଭଳି ସମସ୍ୟା ଦେଖାଯାଏ ତାହା ନୁହେଁ, ଦହି ସହ ପିଆଜ ଆମ୍ବ ଭଳି ଖାଦ୍ୟ ଖାଇଲେ ମଧ୍ୟ ତାହା ସମସ୍ୟା ସୃଷ୍ଟି କରିଥାଏ ।

ଖାଦ୍ୟର ଏହି ୬ ଯୋଡ଼ିକୁ ତୁରନ୍ତ କରନ୍ତୁ ଆଭଏଡ୍

ଗୁଡ଼ ସହ ଦହି ମନା

ଗୁଡ଼ ସହ ଦହି ଖାଇବାକୁ ବାରଣ କରାଯାଏ । ଆପଣ ଜାଣିଥିବେ ଗୁଡ଼ ଏକ ସ୍ୱାସ୍ଥ୍ୟକର ଖାଦ୍ୟ । ଚିନି ବଦଳରେ ଲୋକ ଏବେ ଗୁଡ଼ ଆଡ଼କୁ ମୁହାଁଉଛନ୍ତି । କାରଣ ଚିନିଠୁ ଖୁବ୍‌ ସ୍ୱାସ୍ଥ୍ୟକର ହେଉଛି ଗୁଡ଼ । ଅନେକ ଲୋକ ଏବେ ଦୈନନ୍ଦିନ ଖାଦ୍ୟରେ ଚିନି ବଦଳରେ ଗୁଡ଼ ବ୍ୟବହାର କରିବା ଆରମ୍ଭ କଲେ । ଏମିତିକି ଏହା ଏବେ ଟ୍ରେଣ୍ଡ ପାଲଟିଗଲାଣି । ତେବେ ଗୁଡ଼ ସହ ଦହି ଖାଇଲେ ଅନେକ ସମସ୍ୟା ଉପୁଜିବାର ସମ୍ଭାବନା ରହିଛି । ଏହା ଶରୀରରେ ମୋଟା ପଣ ଆଣିଥାଏ ବା ଓଜନ ବଢ଼ାଇଥାଏ । କାରଣ ଗୁଡ଼ ହେଉଛି ଗରମ । ଆଉ ଦହି ହେଉଛି ଥଣ୍ଡା । ଏହି ଦୁଇଟିକୁ ଏକାଠି ଖାଇଲେ ଥଣ୍ଡା କାଶ କଫ ଜ୍ୱର ଆଦି ହେବାର ସମ୍ଭାବନା ରହିଛି । 

Advertisment

କ୍ଷୀର ଓ ଦହି ମନା

ଦୀର୍ଘ ଦିନରୁ ତଥା କାହିଁ କେଉଁ ଅମଳରୁ ଆମେ କ୍ଷୀର ଏବଂ ଦହିକୁ ଏକାଠି ମିଶାଇ ଅନେକ ପ୍ରକାର ଖାଦ୍ୟ ପ୍ରସ୍ତୁତ କରିଥାଉ । ସ୍ୱାସ୍ଥ୍ୟ ବିଶେଷଜ୍ଞ ଆଶୁରୋଷ ଗୌତମଙ୍କ କହିବାନୁଯାୟୀ, ଦହି ସହ କ୍ଷୀର ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହାନିକାରକ । କାରଣ ଶରୀରରେ ଦହି ସହ କ୍ଷୀର କେବେ ବି ମିଶିନଥାଏ । ଯାହାକି ଶରୀରକୁ ଭିତରୁ ଖରାପ କରିଥାଏ । ଆଉ ଅସୁସ୍ଥ କରିଥାଏ । ଶରୀରରେ ବ୍ଲକେଜ୍‌ ସୃଷ୍ଟି ହୋଇଥାଏ । ଯାହାଦ୍ୱାରା ଇନ୍‌ଫେକ୍ସନ ଭଳି ଭୟଙ୍କର ରୋଗ ହେବା ସହ ପେଟ ସମସ୍ୟା ମଧ୍ୟ ଦେଖାଯାଇଥାଏ । 

ଚା’ ସହ ଦହି ମନା

ଚା’ ସହ ଦହି ଅତ୍ୟନ୍ତ ମାରାତ୍ମକ । ଗୋଟିଏ ଗରମ ଆଉ ଅନ୍ୟଟି ସମ୍ପୂର୍ଣ୍ଣ ଥଣ୍ଡା ଜାତୀୟ । ତେଣୁ ଏହାକୁ ଅଭଏଡ କରିବା ନିହାତି ଜରୁରୀ । ଏହା ମଧ୍ୟ ଶରୀରରେ ମିଶି ପାରିନଥାଏ । ଶରୀରରେ ରକ୍ତ ପ୍ରବାହକୁ ପ୍ରଭାବ ପକାଇଥାଏ । ଏମିତିକି ମେଟାବୋଲିକ୍‌ ସିଷ୍ଟମ ଉପରେ ମଧ୍ୟ ପ୍ରଭାବ ପଡ଼ିଥାଏ ।

Advertisment

ଆମ୍ବ ସହ ଦହି ଖାଇବା ଠିକ୍ ନୁହେଁ

ଯଦି ଆପଣ ଆମ୍ବ ରସରେ ଦହି ମିଶାଇ ପିଉଛନ୍ତି, ତେବେ ଏହାକୁ ତୁରନ୍ତ ବନ୍ଦ କରନ୍ତୁ । ଏହା କେବେ ବି ଉତ୍ତମ ଯୋଡ଼ି ନୁହେଁ । ବିଶେଷଜ୍ଞଙ୍କ କହିବାନୁଯାୟୀ, ଦହିରେ ପଶୁଙ୍କ ପ୍ରୋଟିନ୍‌ ରହିଥାଏ, ଯାହାକି ଫଳ ସସ୍ପର୍ଶରେ ଆସିଲେ ତାହା ବିଷାକ୍ତ ହୋଇଯାଏ । ଏହା ଅଜୀର୍ଣ୍ଣ କରିବା ସହ ଏସିଡିଡି ଭଳି ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ ।

ପିଆଜ ସହ ଦହି ମନା

ଅନେକ ଲୋକ ପିଆଜକୁ ଚୁନ୍‌ ଚୁନ୍‌ କରି ଦହିରେ ମିଶାଇ ରାଇତା ବନାଇ ଖାଇବାକୁ ଭଲ ପାଆନ୍ତି । ଏହା ମଧ୍ୟ ଏକ ନିୟମିତ ଖାଦ୍ୟ । ଯେତେବେଳେ ଆମେ ପିଆଜକୁ ରାଇତା ଭଳି ଆଇଟମ୍‌ରେ ଅଧିକ କ୍ରଞ୍ଚି ପାଇଁ ମିଶାଇ ଖାଇବାକୁ ଚାହୁଁଛନ୍ତି ବା ଖାଉଛନ୍ତି । ତେବେ ତାହା ଶରୀର ପାଇଁ ଉଚିତ୍‌ ନୁହେଁ । ଏହା ମଧ୍ୟ ଏକ ରୋଗର କାରଣ ପାଲଟିପାରେ । କାରଣ ପିଆଜ ଏକ ଗରମ ଖାଦ୍ୟ ହୋଇଥିବା ବେଳେ ଦହି ସମ୍ପର୍ଣ୍ଣ ଥଣ୍ଡା ଖାଦ୍ୟ । ଏହାକୁ ଏକାଠି ଖାଇବା ଦ୍ୱାରା ଚର୍ମ ରୋଗ ହେବାର ସମ୍ଭାବନା ରହିଛି । 

ମାଛ ସହ ଦହି ମନା

ଉଭୟ ମାଛ ଏବଂ ଦହି ପ୍ରୋଟିନ୍‌ ଯୁକ୍ତ । ଆଉ ସବୁ ବେଳେ ଦୁଇଟି ପ୍ରୋଟିନ୍‌ ଯୁକ୍ତ ଖାଦ୍ୟ ଏକାଠି ଖାଇବାକୁ ବାରଣ କରାଯାଏ । କାରଣ ଏହା ଶରୀରରେ ଜିର୍ଣ୍ଣ ହେବା ପାଇଁ ଅଧିକ ସମୟ ନେଇଥାଏ । ଏମିତିକି ଏହା ପାଚନତନ୍ତ୍ରକୁ ଖରାପ ମଧ୍ୟ କରିପାରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ