Advertisment

Zero Shadow Day; ଆଜି ଛାଇ ହୋଇଯିବ ଛୁ ମନ୍ତର..

ବର୍ଷରେ ଏପରି ୨ ଦିନ ଅଛି, ଯେବେ ଦିନ ଦ୍ୱିପ୍ରହରରେ ମଧ୍ୟ କିଛି କ୍ଷଣ ପାଇଁ ଛାଇ ଦେଖାଯାଏ ନାହିଁ। ବର୍ଷର ଏହି ୨ ଦିନ ମଧ୍ୟାହ୍ନରେ ସୂର୍ଯ୍ୟ ଆମର ଠିକ୍ ମୁଣ୍ଡ ଉପରେ ରୁହନ୍ତି। ସେ ସମୟରେ ଛାଇ ଦେଖାଯାଏ ନାହିଁ।

ଅଦ୍ୟତନ ହୋଇଛି
Zero Shadow Day in Bhubaneswar today

Zero Shadow Day

Advertisment

ଆଜି ଶୂନ୍ୟ ଛାୟା ଦିବସ। ଭୁବନେଶ୍ୱରରେ ଆଜି ଓ ଆସନ୍ତାକାଲି କଟକରେ ହେବ ଶୂନ୍ୟ ଛାୟା ଦିବସ। ଦିନ ୧୧ଟା ୪୩ରେ ଶୁନ୍ୟ ଛାୟା ସମୟ ରହିଛି। ବର୍ଷରେ ଏପରି ୨ ଦିନ ଅଛି, ଯେବେ ଦିନ ଦ୍ୱିପ୍ରହରରେ ମଧ୍ୟ କିଛି କ୍ଷଣ ପାଇଁ ଛାଇ ଦେଖାଯାଏ ନାହିଁ। ବର୍ଷର ଏହି ୨ ଦିନ ମଧ୍ୟାହ୍ନରେ ସୂର୍ଯ୍ୟ ଆମର ଠିକ୍ ମୁଣ୍ଡ ଉପରେ ରୁହନ୍ତି। ସେ ସମୟରେ ଛାଇ ଦେଖାଯାଏ ନାହିଁ।

Advertisment

ଏହି ଘଟଣାକୁ ଜ୍ୟୋର୍ତିବଜ୍ଞାନୀମାନେ ଶୂନ୍ୟ ଛାୟା ଦିବସ ବା ଜିରୋ ସ୍ୟାଡୋ ଡେ’ ଭାବେ ନାମିତ କରିଛନ୍ତି। ଏପ୍ରିଲରୁ ଜୁନ୍ ଏବଂ ଜୁନରୁ ଅଗଷ୍ଟ ମାସ ମଧ୍ୟରେ ବର୍ଷକୁ ୨ଥର ଶୂନ୍ୟ ଛାୟା ଘଟିଥାଏ। ପୃଥିବୀ ନିଜ କକ୍ଷ ପଥ ସହ ୨୩.୫ ଡିଗ୍ରୀ ଢଳି ରହିଛି। ଫଳରେ ସୂର୍ଯ୍ୟ ସବୁ ଦିନ ସମାନ ସ୍ଥାନରୁ ଉଦୟ ହୁଏ ନାହିଁ ବା ଏକା ଜାଗାରେ ଅସ୍ତ ହୁଏ ନାହିଁ।

ଅଧିକ ପଢ଼ନ୍ତୁ: ଛାଇ-ଆଲୁଅର ଲୁଚକାଳି ଖେଳ...୬ମିନିଟ୍ ପାଇଁ ହଜିଯିବ ଛାଇ

୨୧ ମାର୍ଚ୍ଚ ଠାରୁ ସୂର୍ଯ୍ୟ ଉଦୟର ସ୍ଥାନ ଧୀରେ ଧୀରେ ଉତ୍ତର ଦିଗରେ ଗତିକରି ୨୧ ଜୁନ ଦିନ ଉତ୍ତର ଦିଗର ସବୁଠାରୁ ଦୂରକୁ ଚାଲିଯାଏ। ସେଠାରେ ପୁଣି ଦକ୍ଷିଣକୁ ଫେରିବାକୁ ଲାଗେ। ୨୧ସେପ୍ଟେମ୍ବର ଦିନ ବିଷୁବ ରେଖା ଉପର ଦେଇ ୨୧ ଡିସେମ୍ବର ଦିନ ଦକ୍ଷିଣର ଶେଷ ବିନ୍ଦୁ ମକରକ୍ରାନ୍ତିରେ ଆସି ପହଞ୍ଚି ଥାଏ। ପୁଣି ତାପର ଦିନ ଠାରୁ ସୂର୍ଯ୍ୟର ଉତ୍ତର ଦିଗକୁ ଗତି ଆରମ୍ଭ ହୁଏ। ଏହି ପ୍ରକ୍ରିୟା ଅନବରତ ଚାଲି ରହିଛି।

Advertisment

Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ