Advertisment

World Voice Day 2024: ଗଳା ବସିଯାଉଛି, ଫାଟିଯାଉଛି; ଜାଣନ୍ତୁ ୫ ଘରୋଇ ଉପଚାର

ଆଜିକାଲି ସ୍ୱର ସମ୍ବନ୍ଧୀୟ ଅନେକ ରୋଗ ଏବଂ ସମସ୍ୟା ବୃଦ୍ଧି ପାଉଛି। ଧୂମପାନ, ନିଶା ଏବଂ ଚିତ୍କାର ଯୋଗୁଁ ଲୋକମାନେ ସେମାନଙ୍କର ସ୍ୱରକୁ କ୍ଷତି ପହଞ୍ଚାଉଛନ୍ତି। ତେବେ ଆସନ୍ତୁ ସ୍ୱରକୁ ଠିକ ରଖିବା ନେଇ ୫ଟି ଘରୋଇ ଉପଚାର ଜାଣିନେବା।

ଅଦ୍ୟତନ ହୋଇଛି
World Voice Day 2024 Five natural ways to heal hoarse voice

World Voice Day 2024 Five natural ways to heal hoarse voice

Advertisment

ଆଜି ‘ବିଶ୍ୱ ସ୍ୱର ଦିବସ’। ଲୋକଙ୍କୁ ସେମାନଙ୍କ ସ୍ୱର ବିଷୟରେ ଅବଗତ କରାଇବା ପାଇଁ ଏହି ଦିନ ଆରମ୍ଭ ହୋଇଥିଲା ଏବଂ ପ୍ରତିବର୍ଷ ୧୬ ଏପ୍ରିଲରେ ଏହି ଦିନ ପାଳନ କରାଯାଏ। ଆଜିର ଦିନରେ, ଏହି ଦିବସର ଗୁରୁତ୍ୱ ଆହୁରି ଅଧିକ ବୃଦ୍ଧି ପାଇଛି।

Advertisment

ବାସ୍ତବରେ, ଆଜିକାଲି ସ୍ୱର ସମ୍ବନ୍ଧୀୟ ଅନେକ ରୋଗ ଏବଂ ସମସ୍ୟା ବୃଦ୍ଧି ପାଉଛି। ଧୂମପାନ, ନିଶା ଏବଂ ଚିତ୍କାର ଯୋଗୁଁ ଲୋକମାନେ ସେମାନଙ୍କର ସ୍ୱରକୁ କ୍ଷତି ପହଞ୍ଚାଉଛନ୍ତି। ତେଣୁ ଏହି ଦିନଟିକୁ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସ୍ୱରର ଯତ୍ନ ନେବା ନେଇ ସଚେତନତା ସୃଷ୍ଟି କରିବା

ଏହି ଦିନଟି ବିଶେଷ ଭାବରେ ଅଟୋଲାରିଙ୍ଗୋଲୋଜିଷ୍ଟ୍-ହେଡ୍ ଏବଂ ନେକ୍ ସର୍ଜନ ଏବଂ ବିଶ୍ୱର ଅନ୍ୟ ସ୍ୱର ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଦ୍ୱାରା ପାଳନ କରାଯାଏ ଏବଂ ବ୍ରାଜିଲରେ ୧୯୯୯ରେ ଏହା ପ୍ରଥମେ ଆରମ୍ଭ ହୋଇଥିଲା। ଲୋକଙ୍କୁ ସଚେତନ କରିବା ପାଇଁ ବ୍ରାଜିଲର ଏକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଦ୍ୱାରା ଏହା ଆରମ୍ଭ କରାଯାଇଥିଲା।

Advertisment

ଅନେକ ସମୟରେ ଥଣ୍ଡା-ଜ୍ୱର ଯୋଗୁଁ ଗଳା ବସିଯାଏ। ବଡ ପାଟି କରିବା ଦ୍ୱାରା ତଣ୍ଟି ଫାଟିଯାଏ। ଫଳରେ କଥାବାର୍ତ୍ତା କରିବାରେ ଅନେକ ଅସୁବିଧା ହୁଏ। ଏହି ସମସ୍ୟାର ମୁକାବିଲା ପାଇଁ, ଆପଣ କିଛି ଘରୋଇ ଉପଚାରର ସାହାଯ୍ୟ ନେବା ଉଚିତ। ଯାହାଫଳରେ ସ୍ୱର ଯଥାଶୀଘ୍ର ସୁସ୍ଥ ହୋଇପାରିବ। ତେବେ ଆସନ୍ତୁ ସ୍ୱରକୁ ଠିକ ରଖିବାର ୫ଟି ଘରୋଇ ଉପଚାର ଜାଣିନେବା।

ଅଦାର ବ୍ୟବହାର:

ଯେତେବେଳେ ଗଳା ବସିଯାଏ ବା ଫାଟିଯାଏ ସେତେବେଳେ ଅଦାକୁ ଭଲ ଭାବରେ ଗ୍ରାଇଣ୍ଡ୍ କରିଦିଅନ୍ତୁ। ଏହାପରେ ଏଥିରେ ୨ଟି ଲବଙ୍ଗ ଏବଂ ଟିକେ ହେଙ୍ଗୁ ପକେଇ ଗ୍ରାଇଣ୍ଡ୍ କରନ୍ତୁ ଏବଂ ଏହାକୁ ମିଶାନ୍ତୁ। ଏହା ପରେ, ଏଥିରେ ମହୁ ମିଶେଇ ଚାଟି ଦିଅନ୍ତୁ। ଏହାକୁ ଦିନକୁ ଦୁଇଥର ଖାଇବା ଦ୍ୱାରା ସ୍ୱର ଯନ୍ତ୍ର ଠିକ୍ ହୋଇଯାଏ।

Advertisment

ଗରମ ପାଣି ବ୍ୟବହାର:

ସ୍ୱରରେ ଉନ୍ନତି ପାଇଁ, ଗରମ ପାଣିର ବାମ୍ଫ ନେଇପାରିବେ। ବାମ୍ଫ ନେବା ଦ୍ୱାରା ଛାତି ଏବଂ ଗଳାରେ ଜମା ହୋଇଥିବା କଫ ବାହାରିଯାଏ। ଏହା ବ୍ୟତୀତ ଗଳା ସଂକ୍ରମଣକୁ ମଧ୍ୟ ରୋକାଯାଇପାରିବ।

ଯଦି ଗଳା ବସିଯାଇଥାଏ ତେବେ ଉଷୁମ ଲୁଣ ପାଣିରେ ଗାର୍ଗଲ କରିପାରିବେ।

ଗଳାକୁ ଠିକ କରିବା ପାଇଁ କିଛି ଦିନ ଉଷୁମ ପାଣି ପିଇ ପାରିବେ। କିଛି ଦିନ ଏହି ଅଭ୍ୟାସ କରିବା ଦ୍ୱାରେ ସ୍ୱରଯନ୍ତ୍ର ଠିକ ହୋଇଯାଏ।

ଗଳାକୁ ବିଶ୍ରାମ:

ଗଳା ବସିଗଲେ କି ଫାଟିଗଲେ କଥା କହିବାରେ ଅସୁବିଧା ହୁଏ। ତେଣୁ ଏହି ସମୟରେ ଅଧିକ କଥାବାର୍ତ୍ତା ନ କରି ଯେତେ ସମ୍ଭବ ସେତେ ଗଳାକୁ ବିଶ୍ରାମ ଦେବା ଉଚିତ। ଗଳାକୁ ଠିକ କରିବା କିଛି ସମୟ ପାଇଁ ମୌନ ବ୍ରତ ପାଳନ କରନ୍ତୁ। ଏହା ଆପଣଙ୍କ ଉପରେ ବହୁତ ସକାରାତ୍ମକ ପ୍ରଭାବ ପକାଇଥାଏ।

ମହୁ ବ୍ୟବହାର:

ମହୁର ବ୍ୟବହାର ମଧ୍ୟ ଅତ୍ୟନ୍ତ ଲାଭଦାୟକ ହୋଇପାରେ। ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ମହୁରେ ଥାଏ, ଗଳାର ସ୍ୱରକୁ ଭଲ କରିବାରେ ସାହାଯ୍ୟ କରିଥାଏ। ଏହାକୁ ବ୍ୟବହାର କରିବା ପାଇଁ ପ୍ରଥମେ ୨ ଚାମଚ ମହୁ ଏବଂ ୨ ଚାମଚ ଲେମ୍ବୁ ରସ ନିଅନ୍ତୁ। ଏହାକୁ ମିଶେଇକି ପିଅନ୍ତୁ। ଏହି ମିଶ୍ରଣକୁ ଦିନକୁ ୨ରୁ ୩ ଥର ଖାଇବା ଦ୍ୱାରା ଆପଣଙ୍କ ସ୍ୱର ଭଲ ହୋଇପାରେ।

ରସୁଣ ବ୍ୟବହାର:

ଗଳାର ସ୍ୱରକୁ ଭଲ କରିବା ପାଇଁ ରସୁଣ ମହୌଷଦି ଭାବେ କାମ କରେ। ରସୁଣରେ ଆଣ୍ଟି-ବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟି-ଫଙ୍ଗଲ୍ ଗୁଣ ରହିଛି, ଯାହା ଗଳାରେ ଥିବା ଜୀବାଣୁ ଏବଂ ସଂକ୍ରମଣକୁ ଦୂର କରିବାରେ ସାହାଯ୍ୟ କରିଥାଏ। ଏହାକୁ ବ୍ୟବହାର କରିବା ପାଇଁ ପ୍ରଥମେ ୨ ଫୁଟ ରସୁଣକୁ ଗ୍ରାଇଣ୍ଡ୍ କରନ୍ତୁ। ଏବେ ଏଥିରେ ମହୁ ମିଶାଇ ଚାଟିଦିଅନ୍ତୁ। ଏହା ପରେ କିଛି ଉଷୁମ ପାଣି ପିଅନ୍ତୁ। ଏହି ମିଶ୍ରଣକୁ ଦିନକୁ ୩ ରୁ ୪ ଥର ଖାଆନ୍ତୁ। ଏହା ଆପଣଙ୍କ ଗଳାକୁ ବହୁତ ଆରାମ ଦେବ। ଫଳରେ ସ୍ୱରଯନ୍ତ୍ର ଯଥାଶୀଘ୍ର ସୁସ୍ଥ ହୋଇପାରିବ।

Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ