Advertisment

ବିଶ୍ୱ ତମାଖୁ ବର୍ଜନ ଦିବସ ୨୦୨୩: ‘ଆମକୁ ଖାଦ୍ୟ ଲୋଡ଼ା, ତମାଖୁ ନୁହେଁ’

ପ୍ରତିବର୍ଷ ଏହି ଦିବସ ପାଇଁ ସ୍ୱତନ୍ତ୍ର ଥିମ୍‌ ରହିଥାଏ। ଏହି ବର୍ଷର ଥିମ୍‌ ରହିଛି We Need Food, Not Tobacco

ଅଦ୍ୟତନ ହୋଇଛି
World No Tobacco Day 2023

World No Tobacco Day,

Advertisment

ତମାଖୁ ସ୍ୱାସ୍ଥ୍ୟ ପାଇଁ ହାନିକରକ। ଫିଲ୍ମ, ଟେଲିଭିଜନରେ ଆସୁଥିବା ଏ ବାର୍ତ୍ତା ଆଜି ଆମ ପାଇଁ ଅର୍ଥହୀନ ହୋଇପଡ଼ିଛି। ଆମେ ଜାଣୁ, ତମାଖୁ ସେବନ ପରିଣାମ କେତେ ଭୟଙ୍କର ହୋଇପାରେ। ତଥାପି ଆମେ ନିର୍ବୋଧଙ୍କ ପରି ସେସବୁ ଶୁଣୁନାହୁଁ। ବେଳେବେଳେ ଲାଗେ ବୋଧହୁଏ ତମାଖୁ ସେବନ କରି ଆମ ଆୟୁକାଳକୁ ଯମ ପାଖରେ ସମର୍ପି ଦେଉ। ତମାଖୁ ମଣିଷକୁ ଏଭଳି ରୋଗ ଦେଇଥାଏ, ଯେଉଁ ଜୀବନର ଅର୍ଥ ମୃତ୍ୟୁ ସହ ସମାନ ହୋଇଥାଏ।

Advertisment

ଜନସାଧାରଣଙ୍କୁ ସଚେତନ କରିବାକୁ ଯାଇ ପ୍ରତିବର୍ଷ ମେ ୩୧କୁ ‘ବିଶ୍ୱ ତମାଖୁ ବର୍ଜନ ଦିବସ’ ପାଳନ ପାଳନ କରାଯାଏ। ଏହି ରୋଗର କାରଣ ଓ ପରିଣାମ ବିଷୟରେ ବୁଝାଯାଏ। ପ୍ରତିବର୍ଷ ଏହି ଦିବସ ପାଇଁ ସ୍ୱତନ୍ତ୍ର ଥିମ୍‌ ରହିଥାଏ। ଚଳିତ ବର୍ଷର ଥିମ୍‌ ରହିଛି- ‘We Need Food, Not Tobacco’। ଏହାର ଅର୍ଥ ହେଲା ‘ଆମକୁ ଖାଦ୍ୟ ଲୋଡ଼ା, ତମାଖୁ ନୁହେଁ’। ଗତ ବର୍ଷର ଥିମ୍ ଥିଲା- ‘ତମାଖୁ ଆମ ପରିବେଶ ପ୍ରତି ବିପଦ’

ତମାଖୁ ସେବନ ଦ୍ୱାରା ମୃତ୍ୟୁହାର ଅଧିକ ହେବା ହେତୁ ୧୯୮୭ରୁ ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ କରିଆସୁଛି। ଏକ ରିପୋର୍ଟ ଅନୁସାରେ ପ୍ରତିବର୍ଷ ୭.୫ ନିୟୁତରୁ ଅଧିକ ବ୍ୟକ୍ତି ତମାଖୁ ସେବନ କାରଣରୁ ମୃତ୍ୟୁ ମୁଖରେ ପଡ଼ନ୍ତି।

Advertisment

ଏବେ ଆସନ୍ତୁ ଜାଣିବା ତମାଖୁ ସେବନର ପରିଣାମ:

  • କର୍କଟ ରୋଗ: ଏହି ରୋଗର ନାଁ ଶୁଣିଲେ ଭୟରେ ଛନକା ପଶିଯାଏ। ତେବେ ଧୂମ୍ରପାନ ପୁସ୍‌ଫୁସ୍‌ କର୍କଟର କାରଣ ହୋଇଥିବା ବେଳେ ତମାଖୁ ସେବନ ଦ୍ୱାରା ପାଟି, ଗଳା, ଯକୃତ, ପାନକ୍ରିୟାଜରେ କର୍କଟ ରୋଗ ହୋଇଥାଏ।
  • ପୁସ୍‌ଫୁସ୍‌ ରୋଗ: ଧୂମ୍ରପାନ କରିବା ଫୁସ୍‌ଫୁସ୍‌ରେ କର୍କଟ ରୋଗର କାରଣ ହୋଇପାରେ। ଏହି ରୋଗର କୌଣସି ଉପଚାର ନାହିଁ। ଏପରିକି ନିମୋନିଆ ଓ ଶ୍ୱାସ ରୋଗ ଥିଲେ ସମସ୍ୟା ବଢାଇଦିଏ।
  • ଯକ୍ଷ୍ମା: ତମାଖୁ ସେବନର ଅନ୍ୟ ଏକ ପରିଣାମ ଯକ୍ଷ୍ମା। ତମାଖୁ ଜାତୀୟ ଉତ୍ପାଦ ବ୍ୟବହାର କରିବା ଦ୍ୱାରା ଫୁସ୍‌ଫୁସ୍‌ କ୍ଷତିଗ୍ରସ୍ତ ହୋଇଥାଏ।
  • ମଧୁମେହ: ଧୂମ୍ରପାନ କରୁଥିବା ଲୋକଙ୍କୁ ଅନ୍ୟମାନଙ୍କ ଅପେକ୍ଷା ଟାଇପ୍‌-୨ ମଧୁମେହ ହେବାର ଆଶଙ୍କା ଥାଏ। ଶରୀର ରକ୍ତ ଶର୍କରା ବଢିଯିବା ସହ ରୋଗ ପ୍ରତିରୋଧକ ଶକ୍ତି କମାଇଦିଏ।
  • ହୃଦରୋଗ: ସିଗାରେଟ୍‌ରେ ଥିବା ନିକୋଟିନ୍‌ ଆମ ଶରୀରରେ ଥିବା ଧମନୀକୁ ଜାବୁଡି ଧରେ. ଏହାଦ୍ୱାରା ହାର୍ଟ ବିଟ୍‌ ବଢିବା ସହ ରକ୍ତଚାପ ବଢିଯାଏ। ଫଳରେ ହାର୍ଟ ଆଟାକ୍‌ର ଆଶଙ୍କା ରହିଥାଏ।
World No Tobacco Day
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ