Advertisment

Polyandry: ଦୁଇ ଭାଇଙ୍କର ଗୋଟିଏ କନ୍ୟା, ଧୁମଧାମରେ ହେଲା ବାହାଘର

ହିମାଚଳ ପ୍ରଦେଶର ସିରମୌର ଜିଲ୍ଲାର ଶିଲାଇ ଗାଁର ହଟ୍ଟି ଜନଜାତିର ଦୁଇ ଭାଇ ଗୋଟିଏ ଝିଅକୁ ବିବାହ କରିଛନ୍ତି । ବହୁ ପତି ଭଳି ଏକ ପୁରୁଣା ପରମ୍ପରା ଅନୁଯାୟୀ, ପରିବାର ଲୋକଙ୍କ ସହମ୍ମତିରେ ଜାକଜମକରେ ବିବାହ ଉତ୍ସବ ସମ୍ପନ୍ନ ହୋଇଛି ।

ଅଦ୍ୟତନ ହୋଇଛି
polyandry

polyandry

Advertisment

ହିମାଚଳ ପ୍ରଦେଶରେ ଏକ ଅଜବ ଘଟଣା ସାମନାକୁ ଆସିଛି । ପାଠ ପଢି ଉଚ୍ଚଶିକ୍ଷିତ ହୋଇ ବି ନିଜ ସମ୍ପ୍ରଦାୟର ବହୁ ପୁରୁଣା ପରମ୍ପରାକୁ ମାନି ନେଇଛନ୍ତି ଦୁଇ ଭାଇ । ହିମାଚଳ ପ୍ରଦେଶର ସିରମୌର ଜିଲ୍ଲାର ଏକ ଗାଁରେ ବହୁ ପତି ନିୟମ ଅନୁଯାୟୀ, ଦୁଇ ଭାଇ ଗୋଟିଏ ଝିଅକୁ ବିବାହ କରିଛନ୍ତି । ଯଦିଓ ଏହା ଆଇନ ସମ୍ମତ ନୁହେଁ । 

Advertisment

ସିରମୌର ଜିଲ୍ଲାର ଶିଲାଇ ଗାଁର ହଟ୍ଟି ଜନଜାତିର ଦୁଇ ଭାଇ ପ୍ରଦୀପ ନେଗି ଓ କପିଲ ନେଗି ନିକଟସ୍ଥ କୁନହାଟ ଗାଁର ସୁନୀତା ଚୌହାନଙ୍କୁ ବିବାହ କରିଛନ୍ତି । ଗତ ଜୁଲାଇ ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ମହା ଆଡମ୍ବରରେ ପରମ୍ପରା ଅନୁଯାୟୀ ଏହି ବିବାହ ସମ୍ପନ୍ନ ହୋଇଛି । ଏହି ବିବାହ ଉତ୍ସବରେ ଶହ ଶହ ଲୋକେ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଦୀପ ଏକ ସରକାରୀ ଚାକିରି କରୁଥିବା ବେଳେ ଚାନ ଭାଇ କପିଲ ବିଦେଶରେ ଚାକିରି କରିଛନ୍ତି । 

ତିନି ଜଣ ବିବାହ ସମ୍ପର୍କରେ କହିଛନ୍ତି ଯେ, ସେମାନେ ବିନା ଚାପରେ ଏହି ବିବାହ ପାଇଁ ନିଷ୍ପତ୍ତି ନେଇଛନ୍ତି ଏବଂ ସେମାନଙ୍କ ପରିବାରର ମଧ୍ୟ ସମ୍ମତି ରହିଛି । ଏହି ବିବାହ ବେଳର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । 
ଉଲ୍ଲେଖଯୋଗ୍ୟ, ବହୁ ପତି ନିୟମ ଭାରତରେ ବେଆଇନ୍ ହୋଇଥିଲେ ମଧ୍ୟ ସିରମୌର ଜିଲ୍ଲାର ଅନେକ ଗାଁରେ ଏବେ ବି ଏହି ପ୍ରଥା ପ୍ରଚଳିତ ରହିଛି । ହିମାଚଳ ପ୍ରଦେଶର ଅନ୍ୟ ଜିଲ୍ଲା ଯେପରିକି କିନୌର ଏବଂ ଲାହୌଲ-ସ୍ପିତି ଜିଲ୍ଲା ଓ ପଡୋଶୀ ରାଜ୍ୟ ଉତ୍ତରାଖଣ୍ଡରେ ମଧ୍ୟ ଏହି ପରମ୍ପରା ପ୍ରଚଳିତ ରହିଛି । 

Advertisment

ହଟ୍ଟି ସମ୍ପ୍ରଦାୟର ବହୁ ପତି ପରମ୍ପରାକୁ ଯୋଡିଦାରନ୍ ବା ଦ୍ରୌପଦୀ ପ୍ରଥା ବୋଲି କୁହାଯାଏ । ଏହି ନାମ ମହାଭାରତରୁ ଆସିଛି, ଯେଉଁଥିରେ ଦ୍ରୌପଦୀ ପାଞ୍ଚ ପାଣ୍ଡବଙ୍କୁ ବିବାହ କରିଥିଲେ । ପୈତୃକ ଜମି ବିଭାଜନକୁ ରୋକିବା ପାଇଁ ଏହି ପରମ୍ପରା ଚାଲି ଆସୁଛି । ଏହା ମଧ୍ୟ ପରିବାରକୁ ଏକଜୁଟ କରି ରଖିଥାଏ ବୋଲି ହଟ୍ଟି ମାନେ ବିଶ୍ୱାସ କରନ୍ତି ।

ଅଧିକ ପଢନ୍ତୁ: ଆଶ୍ଚର୍ଯ୍ୟ ଚକିତ କଲା ଭଳି ଘଟଣା: ଏକ ସ୍ଥାନରେ ବନ୍ୟଜନ୍ତୁଙ୍କ ସହ ମନୁଷ୍ୟର ସହବସ୍ଥାନ !

Advertisment
Marriage Himachal Pradesh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles: