୧୮୬୩ ମସିହା ଜାନୁଆରୀ ୧୨ ତାରିଖରେ ପଶ୍ଚିମବଂଗର କୋଲକତାରେ ଜନ୍ମ ଗ୍ରହଣ କରିଥିଲେ । ପିଲାଦିନେ ତାଙ୍କର ନାଁ ଥିଲା ନରେନ୍ଦ୍ରନାଥ ଦତ୍ତ । ଆଧ୍ୟାତ୍ମିକତା ପ୍ରତି ଆଗ୍ରହୀ ଥିବା ନରେନ୍ଦ୍ର ପିଲାଦିନରୁ ଧ୍ୟାନ ଅଭ୍ୟାସ କରୁଥିଲେ। ଭାରତୀୟ ଦର୍ଶନ ଓ ବେଦାନ୍ତଙ୍କୁ ବିଶ୍ୱରେ ଲୋକପ୍ରିୟ କରାଇବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା ।୧୮୯୩ ଚିକାଗୋ ଧର୍ମ ସମ୍ମିଳନୀରେ ତାଙ୍କର ଉଦବୋଧନ ଏବେ ବି ସମସ୍ତଙ୍କୁ ପ୍ରେରଣା ଯୋଗାଇଥାଏ ।
Also Read
ଯୁବକମାନଙ୍କ ଉପରେ ତାଙ୍କର ଅଗାଧ ବିଶ୍ୱାସ ରହିଥିଲା । ଯୁବକମାନେ ତାଙ୍କର କର୍ମନିଷ୍ଠା, ତ୍ୟାଗ ଓ ଆଧ୍ୟାତ୍ମିକତା ଦ୍ୱାରା ଦେଶରେ ବିରାଟ ପରିବର୍ତ୍ତନ ଆଣିପାରିବେ ବୋଲି ତାଙ୍କର ଦୃଢ ବିଶ୍ୱାସ ରହୁଥିଲା । ଯୋଗ ଓ ଧ୍ୟାନ ଦ୍ୱାରା ଦୁର୍ବଳ ମାନସିକତାକୁ ପରିବର୍ତ୍ତନ କରାଯାଇପାରିବ ବୋଲି ସ୍ୱାମୀ ବିବେକାନନ୍ଦ କହିଥିଲେ। ବିବେକାନନ୍ଦଙ୍କ ଜନ୍ମ ଜୟନ୍ତ୍ରୀ ଅବସରରେ ସାରା ଦେଶ ତାଙ୍କ ଜୟନ୍ତୀ ଉତ୍ସବ ପାଳନ କରୁଛି ।
ଦେଶ ସେବାରେ ନିଜକୁ ଉତ୍ସଗୀକୃତ କରିଥିଲେ ସ୍ୱାମୀ ବିବେକାନନ୍ଦ:
ସ୍ୱାମୀ ବିବେକାନନ୍ଦ ଗଣ ଜାଗରଣକୁ ସେ ଯେପରି ଜୀବନରେ ବ୍ରତ କରିଥିଲେ, ଏପରି ବ୍ରତଧାରୀ ସାଧକ ସମଗ୍ର ବିଶ୍ୱରେ କ୍ୱଚିତ ଜନ୍ମିଛନ୍ତି । ସେ ଦେଖିଥିଲେ, ନୂଆ ଭାରତର ସ୍ୱପ୍ନ । ଶୁଷ୍କ ଉଦ୍ବୋଧନରେ ସେ ବିଶ୍ୱାସୀ ନଥିଲେ । ଯେଉଁ ଉଦବୋଧନ ଜାତିର କଲ୍ୟାଣ ପାଇଁ ଉଦ୍ଦିଷ୍ଟ, ସେପରି ବକ୍ତବ୍ୟ ଜନତା ସମ୍ମୁଖରେ ଉପସ୍ଥାପନ କରାଯାଉ, ଏହା ଥିଲା ତାଙ୍କର ଆଦର୍ଶ ।
ସ୍ୱାମୀ ବିବେକାନନ୍ଦ ସର୍ବଦା ଓ ଦେଶ ଓ ବିଶ୍ୱ କଲ୍ୟାଣ ପାଇଁ ଉତ୍ସଗୀକୃତ ଥିଲେ । ବିଶ୍ୱ ମାନବିକତା ପାଇଁ ସେ ବ୍ୟାକୁଳ ହୋଇ ଉଠୁଥିବାରୁ ବିଶ୍ୱର ପ୍ରିୟ ହୋଇପାରିଥିଲେ । ଜାତି ଧର୍ମ, ଦଳ, ମତ, ଧର୍ମ ନିର୍ବିଶେଷରେ ସମସ୍ତେ ତାଙ୍କୁ ବହୁତ ଭଲ ପାଉଥିଲେ,ଶ୍ରଦ୍ଧା କରୁଥିଲେ ଓ ଭକ୍ତି ଅଜାଡି ଦେଉଥିଲେ । ଜନ୍ମଭୂମି ଭାରତ ପ୍ରତି ତାଙ୍କର ଥିଲା ସ୍ୱତନ୍ତ୍ର ଦୃଷ୍ଟିଭଙ୍ଗୀ ଓ ଅଗାଢ ପ୍ରେମ ।
ସ୍ୱାମୀ ବିବେକାନନ୍ଦଙ୍କ କିଛି ପ୍ରେରଣାଦାୟୀ ବାଣୀ:
- ସ୍ୱାମୀ ବିବେକାନନ୍ଦ ସବୁବେଳେ କହିଥିଲେ ନିଜ ଦେଶକୁ ଭଲ ପାଅ, ତେବେ ଯାଇ ଜଣେ ମଣିଷ ଦେଶମାତୃକାର ସେବକ ହୋଇପାରିବ । ଏହି ବାଣୀ ତାଙ୍କ କଣ୍ଠରୁ ଉଚ୍ଚାରିତ ହୁଏ ।
- ସେ ସବୁବେଳେ କହୁଥିଲେ ଭାରତରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତି “ମୁଁ ଭାରତବାସୀ” ଗର୍ବର ସହିତ କହିବା ଉଚିତ୍ ।
- ସେ କହନ୍ତି ସବୁବେଳେ ‘ନିଜକୁ ବୀର ବୋଲି ଭାବ, ସାହସ ହରାଅ ନାହିଁ ଓ ନିର୍ଭୀକ ଭାବରେ ନିଜକୁ ଭାରତବାସୀ ବୋଲି ପରିଚୟ ଦିଅ’ ।
-
ସେ ସବୁବେଳେ କହୁଥିଲେ ସବୁଠାରୁ ବଡ ଧର୍ମ ହେଉଛି ନିଜ ସ୍ୱଭାବ ପ୍ରତି ସଚ୍ଚୋଟ ହେବା ।
-
ସ୍ୱାମୀ ବିବେକାନନ୍ଦ କହୁଥିଲେ 'ଯେଉଁ ଅଗ୍ନି ଆମକୁ ଉତ୍ତାପ ଦେଉଛି ସେହି ଅଗ୍ନି ଆମକୁ ନଷ୍ଟ ମଧ୍ୟ କରିପାରେ'
-
ସବୁବେଳେ ମନେରଖ, ତୁମ ପାଇଁ କିମ୍ବା ତୁମ ଆତ୍ମା ପାଇଁ କିଛି ବି ଅସମ୍ଭବ ନୁହେଁ ।
ସ୍ୱାମୀ ବିବେକାନନ୍ଦ ବିଶ୍ୱର ଅନେକ ଦେଶ ଭ୍ରମଣ କରି ସନାତନ ଧର୍ମର ପ୍ରଚାର ପ୍ରସାର କରିଥିଲେ । ବିଶ୍ୱର ସମସ୍ତ ଅଧିବାସୀଙ୍କୁ ସେ ଏକ ପରିବାର ମନେ କରି ବିଶ୍ୱ ଭାତୃତ୍ୱର ବାର୍ତ୍ତା ପ୍ରଦାନ କରୁଥିଲେ । ୧୯୦୨ ମସିହା ଜୁଲାଇ ୪ ତାରିଖରେ ମାତ୍ର ୩୯ ବର୍ଷ ବୟସରେ ସ୍ୱାମୀଜୀ ଇହଧ୍ୟାମ ତ୍ୟାଗ କରିଥିଲେ । ଜୀବନ କାଳ ମଧ୍ୟରେ ସେ ମାନବ ସମାଜର କଲ୍ୟାଣ ପାଇଁ ଯେଉଁ କାର୍ଯ୍ୟ କରିଯାଇଛନ୍ତି ତାହା ତାଙ୍କୁ ଜଣେ ମହାପୁରଷ ଭାବରେ ପରିଚିତ କରାଇଛି ।