Dhanuyatra
ଡିସେମ୍ବର ୨୭ ତାରିଖରୁ ଆରମ୍ଭ ହେବ ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ଡିସେମ୍ବର ୨୭ରୁ ଜାନୁୟାରୀ ୬ ତାରିଖ ଯାଏଁ ଚାଲିବ ଧନୁଯାତ୍ରା । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏନେଇ ନିଷ୍ପତ୍ତି ହୋଇସାରିଛି ।
ଧନୁଯାତ୍ରା ଓଡ଼ିଶାର ବରଗଡ଼ରେ ଏକ ବାର୍ଷିକ ନାଟକ ଭିତ୍ତିକ ଖୋଲା ରଙ୍ଗମଞ୍ଚ ଯାତ୍ରା ।ବରଗଡ଼ ପୌରାଞ୍ଚଳର ୭ କିମି ପରିଧି ମଧ୍ୟରେ ଆୟୋଜିତ ଏହି ଯାତ୍ରା ପୃଥିବୀର ବିଶାଳତମ ଖୋଲା ରଙ୍ଗମଞ୍ଚ ଭାବେ ପ୍ରସିଦ୍ଧ ।ପୌରାଣିକ କଥାବସ୍ତୁ ହରିବଂଶର ମଥୁରା ବିଜୟକୁ ନାଟ୍ୟ ରୁପାନ୍ତର ଆକାରରେ ମଞ୍ଚସ୍ଥ କରାଯାଇଥାଏ ଧନୁଯାତ୍ରାରେ ।
ଧନୁଯାତ୍ରା ମାତୁଳ କଂସର ଧନୁଯାତ୍ରାରେ ଭାଗନେବା ପାଇଁ ଭଗବାନ କୃଷ୍ଣଙ୍କର ମଥୁରାଯାତ୍ରାର ସ୍ମୃତି ବହନ କରେ ।ଯାତ୍ରା ସମୟରେ ବରଗଡ଼ ସହର କଂସଙ୍କ ମଥୁରା ପାଲଟୁଥିବା ବେଳେ ପୌରାଞ୍ଚଳର ୧୭ନଂ ୱାର୍ଡ଼ ଅମ୍ବାପାଲି ପାଲଟି ଥାଏ ଗୋପପୁର । ବରଗଡ଼ ସହରବାସୀ ଓ ଦର୍ଶକ ପାଲଟିଥାନ୍ତି ପ୍ରଜା । ମହାରାଜା କଂସଙ୍କ ଆଦେଶ ଅବମାନନା କଲେ ଯେତେବଡ଼ ପଦପଦବୀରେ ଥିଲେ ସୁଦ୍ଧା ଦଣ୍ଡଭୋଗିବାକୁ ହୋଇଥାଏ ।ମଞ୍ଚରେ କଂସ, ଦୋଷ ନିମନ୍ତେ ଲୋକଙ୍କୁ ଦଣ୍ଡବିଧାନ ମଧ୍ୟ କରିଥାନ୍ତି । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓ ତାଙ୍କ ମନ୍ତ୍ରୀମଣ୍ଡଳ ମଧ୍ୟ କଂସଙ୍କ ଦ୍ୱାରା ଦଣ୍ଡିତ ହୋଇଥିଲେ ।
ପୌଷ ଶୁକ୍ଳ ପଞ୍ଚମୀ ଠାରୁ ଆରମ୍ଭ ହୋଇ ଏଗାର ଦିନଧରି ଗୋପ ଓ ମଥୁରାଲୀଳାର ବିଭିନ୍ନ ଦୃଶ୍ୟମାନ ପରିବେଷିତ ହୋଇ ପୁଷ୍ ପୁନେଇ ଦିନ କଂସବଧ ସହ ଏହା ଉଦ୍ଯାପିତ ହୋଇଥାଏ । ପ୍ରତ୍ୟେକ ଦିନ ଅପରାହ୍ନ ୨ଟାରୁ ରାତି ୧୦ଟା ଯାଏ ଯାତ୍ରା ଚାଲେ ଓ ତା’ ପରେ ପରେ ସାରାରାତି ବିଭିନ୍ନ ମନୋରଞ୍ଜନ ମୂଳକ କାର୍ଯ୍ୟକ୍ରମ ଚାଲୁରହେ । ଏହି ଯାତ୍ରା ନିମନ୍ତେ ବରଗଡ଼ ସହରକୁ ମଥୁରା ନଗର ଭାବେ, ପଞ୍ଚାୟତ ଧର୍ମଶାଳାକୁ ରାଜପ୍ରସାଦ ଭାବେ, ହାଟପଦାକୁ ରାଜଦରବାର ଭାବେ, ଲୋକମଣ୍ଡପକୁ ରଙ୍ଗମହଲ ଭାବେ, ରାମ ମନ୍ଦିରକୁ ଦେବକୀ ବସୁଦେବଙ୍କ ବିବାହ ମଣ୍ଡପ ଭାବେ, ସମଲେଶ୍ୱରୀ ମନ୍ଦିର ପ୍ରାଙ୍ଗଣକୁ କାରାଗାର ଭାବେ, ମନାବନ୍ଧକୁ ନାବକେଲି ଭାବେ, ଅମ୍ବାପଲୀକୁ ଗୋପପୁର ଭାବେ, ଜୀରା ନଦୀକୁ ଯମୁନା ନଦୀଭାବେ ଓ ଫକୀରାବନ୍ଧକୁ କାଳନ୍ଦୀ ହ୍ରଦ ଭାବେ ନାମିତ କରାଯାଇଥାଏ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Dhanuyatra_1661348578.jpg)