The month of Ramadan begins
ଆଜିଠାରୁ ଆରମ୍ଭ ହେଉଛି ମୁସଲମାନଙ୍କ ପବିତ୍ର ରମଜାନ୍ ମାସ । ଗତକାଲି ଚାନ୍ଦ ଦେଖାଯିବା ପରେ କଟକ ଦିୱାନ ବଜାରସ୍ଥିତ ଅଞ୍ଜୁମାନ ଇସ୍ଲାମିଆ ଚାନ୍ଦ କମିଟି ଏହି ଘୋଷଣା କରିଥିଲା । ଆଜିଠୁ ରୋଜା ରଖିବେ ମୁସଲମାନମାନେ ଭାଇ ଭଉଣୀ । ମସଜିଦଗୁଡ଼ିକରେ ସାମୁହିକ ନମାଜ ପାଠ କରାଯାଉଛି । ଏଥିପାଇଁ ମସଜିଦଗୁଡ଼ିକୁ ସୁସଜ୍ଜିତ ମଧ୍ୟ କରଯାଇଛି।
ଆଜିଠୁ ସକାଳୁ ସଂଧ୍ୟା ପର୍ଯ୍ୟନ୍ତ କିଛି ନ ଖାଇ ରୋଜା ରଖିବେ ମୁସଲମାନ ଭାଇ ଭଉଣୀ। ସଂଧ୍ୟା ହେବା ପରେ ହିଁ ସେମାନେ କିଛି ଖାଇବେ । ସଂଧ୍ୟାରେ ସେଥିପାଇଁ ଇଫ୍ତାର ପାର୍ଟି ରଖାଯାଇଥାଏ । ପୁରା ମାସେ ପଯର୍ୟନ୍ତ ଏହା ପାଳନ କରାଯାଇଥାଏ ।
ଇସଲାମିକ ବିଶ୍ୱାସ ଅନୁଯାୟୀ, କୁହାଯାଏ ଯେ ରମଜାନ ମାସରେ ଉପବାସ କରିବା କେବଳ ଭୋକିଲା ଏବଂ ଶୋଷିଲା ରହିବା ନୁହେଁ ବରଂ ଏହାର ଅର୍ଥ ହେଉଛି ତୁମର ବିଶ୍ୱାସ ବଜାୟ ରଖିବା। ମନକୁ ଆସୁଥିବା ଖରାପ ଚିନ୍ତାଧାରାକୁ ତ୍ୟାଗ କରିବା ଏହି ଉପବାସର ଅର୍ଥ ହେଉଛି ପାପ କାମଠାରୁ ଦୂରେଇ ରହିବା।
ତେଣୁ ରମଜାନରେ ଉପବାସ କରୁଥିବା ବ୍ୟକ୍ତିଙ୍କୁ ନିଜର ବିଶ୍ୱାସକୁ ପ୍ରାଧାନ୍ୟ ଦେବାକୁ ପଡ଼ିବ। ଏହି ସମୟରେ, ଉପବାସ କରୁଥିବା ବ୍ୟକ୍ତି କାହା ବିଷୟରେ ଖରାପ କଥା କହିବା ଉଚିତ୍ ନୁହେଁ। ଏହି ସମୟ ମଧ୍ୟରେ ଉପବାସ କରୁଥିବା ବ୍ୟକ୍ତି ମିଛ କହିବା ଉଚିତ୍ ନୁହେଁ କିମ୍ବା ମିଥ୍ୟା ପ୍ରତିଶୃତି ମଧ୍ୟ ଦେବା ଉଚିତ୍ ନୁହେଁ ବୋଲି ବିଶ୍ଵାସ କରାଯାଏ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1648959387.jpg)