ଆସୁଛନ୍ତି ବିଘ୍ନବିନାଶକ ,ଶିଳ୍ପୀର ଶେଷ ସ୍ପର୍ଶରେ ଗଜାନନ

ଆସୁଛନ୍ତି ବିଘ୍ନବିନାଶକ ଗଜାନନ... ହାତରେ ଆଉ ଗୋଟିଏ ଦିନ... ମୂର୍ତ୍ତି କାରିଗରରେ ଲାଗିପଡ଼ିଛନ୍ତି ଶିଳ୍ପୀ । ମାଟିର ମୂର୍ତ୍ତିକୁ ଜୀବନ୍ତ କରି ସେଥିରେ ଦେଉଛନ୍ତି ଶେଷ ସ୍ପର୍ଶ...

Lord Ganesh

ଆସୁଛନ୍ତି ବିଘ୍ନବିନାଶକ ଗଜାନନ । ହାତରେ ଆଉ ଗୋଟିଏ ଦିନ । ମୂର୍ତ୍ତି ନିର୍ମାଣରେ ଲାଗିପଡ଼ିଛନ୍ତି ଶିଳ୍ପୀ । ମାଟିର ମୂର୍ତ୍ତିକୁ ଜୀବନ୍ତ କରି ସେଥିରେ ଦେଉଛନ୍ତି ଶେଷ ସ୍ପର୍ଷ । ସେଇଥିପାଇଁ ଶିଳ୍ପୀର ଆଖିରେ ନିଦ ନାହିଁ । ରାତି ଦିନ ଏକ କରି ଲାଗି ପଡିଛନ୍ତି ମୂର୍ତ୍ତି କାମରେ ।

ଶିଳ୍ପୀର ହାତର ସ୍ପର୍ଶରେ ଜୀବନ୍ତ ହେଉଛି ମାଟିର ମୂର୍ତ୍ତୀ । ଏ ହେଉଛି ଜଗତସିଂହପୁର ସହରର ଅଳସୁଧା ଓ ଗାନ୍ଧିଛକର ଦୃଶ୍ୟ । ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବରାଦ ଦିଆଯାଇଥିବା ଗଣେଶ ମୂର୍ତ୍ତିକୁ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର । ଆଧୁନିକତାର ଛାପରେ ବିଭିନ୍ନ ରକମର ଗଣେଶ ମୂର୍ତ୍ତି ତିଆରି କରାଯାଉଛି ।

ପାର୍ବଣ ରତୁ ଆସିଲେ ମୂର୍ତ୍ତୀ କାରିଗରଙ୍କ ଆଖିକୁ ନିଦ ନଥାଏ । ବିଭିନ୍ନ ଦେବାଦେବୀଙ୍କ ମୂର୍ତ୍ତି ତିଆରି କରି ନିଜର ପରିବାର ପ୍ରତିପୋଷଣ କରିଥାନ୍ତି ଏହି କାରିଗରମାନେ । ଗ୍ରାହକ ମାନଙ୍କ ବରାଦ ଅନୁସାରେ ସେଇ ଡିଜାଇନର ମୂର୍ତ୍ତି ତିଆରି କରନ୍ତି । ହେଲେ ବର୍ତ୍ତମାନ ବଜାରରେ ରଙ୍ଗ ଓ ଅନ୍ୟାନ୍ୟ ସାରଞ୍ଜମ ମୂଲ୍ୟ ବୃଦ୍ଧି ପାଇଥିବାରୁ ଲାଭ ଟିକେ କମ ହେବ ବୋଲି କହିଛନ୍ତି କାରିଗର ।