Advertisment

ଆଜି ମହଣ ମହଣ ସୁନାରେ ସଜେଇ ହେବେ ଶ୍ରୀଜିଉ

ଭକ୍ତମାନେ ରାତି ୧୧ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ବା ରାଜରାଜେଶ୍ୱର ଦର୍ଶନ କରିପାରିବେ।

ଅଦ୍ୟତନ ହୋଇଛି
Suna Besha

Suna Besha

Advertisment

ଆଜି ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ସୁନାବେଶ । ରଥ ଉପରେ ମହଣ ମହଣ ସୁନାରେ ସଜେଇ ହେବେ ଚତୁର୍ଦ୍ଧା ମୂରତି । ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ସମୟ ନିର୍ଘଣ୍ଟ ଅନୁସାରେ ସମସ୍ତ ନୀତିକାନ୍ତି କରାଯାଇ ଠାକୁରଙ୍କ ସୁନାବେଶ କରାଯିବ । ରଥ ଉପରେ ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି, ଅବକାଶ, ବେଶ ଏବଂ ଗୋପାଳବଲ୍ଲଭ ପରେ ସକାଳଧୂପ ନୀତି କରାଯିବ । ଅନ୍ୟାନ୍ୟ ନୀତିକାନ୍ତି ପରେ ସାଢ଼େ ୫ଟାରୁ ସାଢେ ୬ଟା ମଧ୍ୟରେ ସୁନାବେଶ ଅନୁଷ୍ଠିତ ହେବ ।

Advertisment

ଭକ୍ତମାନେ ରାତି ୧୧ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ବା ରାଜରାଜେଶ୍ୱର ଦର୍ଶନ କରିପାରିବେ । ଶ୍ରୀଗୁଣ୍ଡିଚା ଓ ବାହୁଡ଼ା ଭଳି ସୁନାବେଶ ଦର୍ଶନ ପାଇଁ ମଧ୍ୟ ପୁରୀକୁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ଟ୍ରାଫିକ ବ୍ୟବସ୍ଥା ପରିଚାଳନା ଲାଗି ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ଗତକାଲି ଶରଧାବାଲିରୁ ସିଂହଦ୍ୱାରକୁ ବାହୁଡ଼ିଛନ୍ତି ମହାବାହୁ । ଘଣ୍ଟଘଣ୍ଟା, ଶଙ୍ଖ ଧ୍ୱନୀରେ ଫାଟିପଡୁଥିଲା ବଡଦାଣ୍ଡ । ଅନ୍ୟପକ୍ଷରେ ଶରଧାବାଲିକୁ ବର୍ଷା ଛୁଇଁଯିବା ପରେ ନିର୍ଧାରିତ ସମୟର ଢେର ଆଗରୁ ଆରମ୍ଭ ହୋଇଥିଲା ପହଣ୍ଡି। ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ପରେ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶେଷରେ ଟାହିଆ ହଲାଇ, ହଲି ଝୁଲି ନନ୍ଦିଘୋଷ ରଥକୁ ଆସିଥିଲେ ଜଗତ ଠାକୁର ଜଗନ୍ନାଥ।

Advertisment

ସେପଟେ ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାରେ ପରମ୍ପରା ଅନୁଯାୟୀ ଆଜି ଶ୍ରୀ ବଳଦେବଜୀଉଙ୍କର ରଥଟଣା ହେବ। ଅପରାହ୍ନ ୨ଟା ପରେ ରଥ ଟଣା ଆରମ୍ଭ ହେବ। ଶନିବାର ବାହୁଡ଼ା ନୀତି ସମ୍ପନ୍ନ ହୋଇଥିଲା। ସମସ୍ତ ନୀତିକାନ୍ତି ପାଳନ ସହ ବ୍ରହ୍ମ ତାଳଧ୍ୱଜ ରଥକୁ ବିଜେ କରିଥିଲେ ଠାକୁର। ଏବେ ରଥାରୂଢ ଅଛନ୍ତି ତିନି ଠାକୁର। ରଥ ଉପରେ ସମସ୍ତ ନୀତିକାନ୍ତି କରାଯାଉଛି।

ଅନ୍ୟପକ୍ଷରେ ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ରଥ ଟଣାଯିବ। ଦିନ ୩ଟା ପରେ ରଥ ଟଣା ଆରମ୍ଭ ହୋଇ ଅଧା ବାଟ ନିଆଯିବ। ଆସନ୍ତାକାଲି ସେଠାରୁ ପୁଣିଥରେ ଟଣାଯାଇ ଶ୍ରୀମନ୍ଦିର ସମ୍ମୁଖକୁ ନିଆଯିବ। ରଥାରୂଢ ଚତୁର୍ଦ୍ଧାମୂରତିଙ୍କୁ ହଜାର ହଜାର ଭକ୍ତ ଦର୍ଶନ କରୁଛନ୍ତି।

Advertisment
Lord Jagannath Suna Besha Ratha Jatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ