Astrospeak
  • Live TV
  • Read In English

ଜାଣିଛନ୍ତି କି ଦେବଦଳନ ରଥର ଘୋଡ଼ାମାନଙ୍କ ନାମ; ଜାଣିବା ପାଇଁ ପଢ଼ନ୍ତୁ...

ମହାପ୍ରଭୁ ଜଗନ୍ନାଥ ନନ୍ଦିଘୋଷ ରଥ ଓ ବଡ ଠାକୁର ବଳଭଦ୍ର ତାଳଧ୍ୱଜ ରଥରେ ଶ୍ରୀଗୁଣ୍ଡିଚା ଯାତ୍ରା କରୁଥିବା ବେଳେ ମା ସୁଭଦ୍ରା ଦେବଦଳନ ରଥରେ ବିରାଜମାନ କରନ୍ତି। ଆସନ୍ତୁ ଜାଣିବା ଦେବଦଳନର କିଛି ଅଜଣା କଥା।

The unknown fact of Devadalana Ratha
ଜାଣିଛନ୍ତି କି ଦେବଦଳନ ରଥର ଘୋଡାମାନଙ୍କ ନାମ; ଜାଣିବା ପାଇଁ ପଢନ୍ତୁ

ଶ୍ରୀମନ୍ଦିରର ତିନି ଠାକୁରଙ୍କ ପାଇଁ ତିନୋଟି ଭିନ୍ନ ଭିନ୍ନ ରଥର ବ୍ୟବସ୍ଥା ରହିଛି। ସାମ୍ୟ ଓ ମୈତ୍ରୀର ପ୍ରତୀକ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭଉଣୀ ମା ସୁଭଦ୍ରା ଯେଉଁ ରଥରେ ବିରାଜମାନ କରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ନବଦିନ ଯାତ୍ରା କରନ୍ତି, ସେ ରଥର ନାମ ଦେବଦଳନ। ଦେବଦଳନ ରଥକୁ 'ଦର୍ପଦଳନ' ବା 'ପଦ୍ମଧ୍ୱଜ' ମଧ୍ୟ କୁହାଯାଏ। ମା ସୁଭଦ୍ରାଙ୍କ ସହ ଶ୍ରୀସୁଦର୍ଶନ ଏହି ରଥରେ ବିଜେ କରିଥାନ୍ତି।

ଦେବଦଳନ ରଥର ଅନ୍ୟାନ୍ୟ ରୋଚକ କଥା :

ପରମ୍ପରା ଅନୁସାରେ ପୁରୀରେ ପ୍ରତିବର୍ଷ ସମ୍ପୁର୍ଣ୍ଣ ଭାବେ ନୂଆ କାଠରେ ରଥ ତିଆରି କରାଯାଏ। ଦେବଦଳନ ରଥରେ ୪ଟି ଲେଖାଏଁ ଅଶ୍ୱ, ଗୋଟିଏ ସାରଥୀ, ଦୁଇଟି ଶୁଆ, ରଥବାଡ଼, ୯ଟି ଲେଖାଏଁ ପାର୍ଶ୍ୱ ଦେବତା ଖଞ୍ଜା ଯାଇଥାଏ। ଦେବଦଳନ ରଥର ନିର୍ମାଣ କାର୍ଯ୍ୟ ଶେଷ ହେବା ପୂର୍ବରୁ ପ୍ରାୟ ୧୪ ଜଣ ଦରଜୀ ସେବକଙ୍କ ଦ୍ୱାରା ନିର୍ଦ୍ଦିଷ୍ଟ ତିଥିରେ ଆରମ୍ଭ ହୋଇ ରଥ ମଣ୍ଡିଣି କନା ପ୍ରସ୍ତୁତ କରାଯାଇ ତିନି ରଥରେ ସୁସଜ୍ଜିତ କରାଯାଏ।