Advertisment

ଶ୍ରୀଜିଉଙ୍କ ଘୋଷଯାତ୍ରା ପାଇଁ ସଜେଇ ହେଲାଣି ରଥ-ପଥ; ସେବାୟତଙ୍କଠୁ ପ୍ରଶାସନ, ସମସ୍ତେ ତୟାର..

ଶ୍ରୀଜିଉଙ୍କ ଘୋଷଯାତ୍ରା ପାଇଁ ସଜେଇ ହେଲାଣି ରଥ, ସଜେଇ ହେଲାଣି ପଥ। ଦଇତାପତିଙ୍କଠୁ ଆରମ୍ଭ କରି ପ୍ରଶାସନ, ବିଶ୍ୱକର୍ମା ମହାରଣାଙ୍କ ଠାରୁ ଆରମ୍ଭ କରି ଚିତ୍ରକର କାହାରିକୁ ତର ନାହିଁ।

ଅଦ୍ୟତନ ହୋଇଛି
Puri Ratha Yatra 2024

Ratha Jatra 2024

Advertisment

ଆଉ ଦିନ ଦୁଇଟା ପରେ ଶ୍ରୀଜିଉଙ୍କ ଘୋଷଯାତ୍ରା। ରତ୍ନବେଦୀରୁ ଜନ୍ମବେଦୀ ଅଭିମୁଖେ ଯିବେ ଚତୁର୍ଦ୍ଧାମୂର୍ତ୍ତି। ଏଥିପାଇଁ ରଥ..ପଥ ସବୁ ପ୍ରସ୍ତୁତ ହେଲାଣି। ପ୍ରଶାସନଠୁ ଛତିଶା ନିଯୋଗ ବିଶ୍ୱକର୍ମା ମହାରଣାଙ୍କଠୁ ଦରଜୀ ସେବାୟତ ସମସ୍ତେ ନିଜର କାମରେ ଲାଗିପଡିଛନ୍ତି।

Advertisment

ଶ୍ରୀଜିଉଙ୍କ ଘୋଷଯାତ୍ରା ପାଇଁ ସଜେଇ ହେଲାଣି ରଥ, ସଜେଇ ହେଲାଣି ପଥ। ଦଇତାପତିଙ୍କଠୁ ଆରମ୍ଭ କରି ପ୍ରଶାସନ, ବିଶ୍ୱକର୍ମା ମହାରଣାଙ୍କ ଠାରୁ ଆରମ୍ଭ କରି ଚିତ୍ରକର କାହାରିକୁ ତର ନାହିଁ। ରଥର ଦୁଆର ବେଢାରେ ଧ୍ୱଜବତା ଲଗାସରିଥିବା ବେଳେ ରଥର ଶୀର୍ଷରେ କଳସ ଏବଂ ଓଲଟଶୁଆ ସ୍ଥାପନ ସରିଲାଣି। ସେପଟେ ଦରଜୀ ସେବକ ତିନି ରଥରରେ ଲାଗିବାକୁ ଥିବା ଚନ୍ଦ୍ରଶାଳୀ, ଅଁଳା ଶ୍ରୀ, ଚାନ୍ଦୁଆ, ଉଡା ଚାନ୍ଦୁଆ ଓ ସାରଥି ପୋଷାକ ତିଆରିରେ ବ୍ୟସ୍ତ ଅଛନ୍ତି।

ପଢନ୍ତୁ ଏହି ଖବର: କେମିତି ତିଆରି ହୁଏ ଟାହିଆ, କ’ଣ ଏହା ପଛରେ ଇତିହାସ; ଜାଣନ୍ତୁ ...

Advertisment

ଦୋଳବେଦୀର କମାରଶାଳରେ ସାରା ଦିନ ଚାଲୁଛି ହାତୁଡି ମାଡ଼। ଓଝା ସେବକମାନେ ତିନି ରଥର ପ୍ରଭା ପାଇଁ ଚାରୋଟି ଲେଖାଁଏ ପ୍ରଭା ବିଡିଆ କଣ୍ଟା ନିର୍ମାଣରେ ଲାଗିଛନ୍ତି। ଚିତ୍ରକାର ସେବକ ମାନେ ପ୍ରଭାରେ କିର୍ତ୍ତିମୁଖ ଓ ମଗରମୁଣ୍ଡ ଚିତ୍ରଣ କରିଛନ୍ତି। ସେହିପରି ଅଶମାନଙ୍କୁ ନୂଆ ରଙ୍ଗରେ ରଙ୍ଗେଇଲେଣି ଚିତ୍ରକାର ସେବାୟତ। ୬ ତାରିଖରେ ପଟିଦିଅଁଙ୍କ ଠାରୁ ଆଜ୍ଞାମାଳ ବିଜେ ପରେ ତିନିରଥକୁ ସିଂହଦ୍ବାର ସମ୍ମୁଖକୁ ଅଣାଯିବ।

ରଥଯାତ୍ରାକୁ ଶୃଙ୍ଖଳିତ କରିବାକୁ ପ୍ରଶାସନଠୁ ଆରମ୍ଭ କରି ଛତିଶାନିଯୋଗ ସମସ୍ତ ଚଳାଇଛନ୍ତି ପ୍ରସ୍ତୁତି। ରଥରେ ମହାପ୍ରଭୁଙ୍କ ଆଗରେ କେହି ସେବାୟତ ଛିଡ଼ା ନହେବାକୁ ସ୍ପଷ୍ଟ ନିର୍ଦ୍ଦେଶ ରହିଛି। ସେହିପରି ଟାହିଆ ନଛିଣ୍ଡାଇବା ଓ ସେଲଫି ନନେବାକୁ ସେବାୟତଙ୍କୁ କୁହାଯାଇଛି।

Advertisment

ଅକ୍ଷୟ ତୃତୀୟାରୁ ୩ ରଥର ନିର୍ମାଣ ଆରମ୍ଭ ହୋଇଥିବା ବେଳେ ୫୫ଦିନରେ ପହଞ୍ଚିଛି ନିର୍ମାଣ କାମ। ୨୪୨ ଜଣ କାରିକର ନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି।

Ratha Jatra Ratha Yatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ