Advertisment

ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ; ଦକ୍ଷିଣ ମୋଡ଼ ନେଉଛି ମହାପ୍ରଭୁଙ୍କ ତିନି ରଥ

ଶ୍ରୀମନ୍ଦିର ଅଧିକାରୀ, କର୍ମଚାରୀ ଓ ପୋଲିସ କର୍ମଚାରୀମାନେ ରଥକୁ ଦକ୍ଷିଣ ମୋଡ଼ କରାଉଛନ୍ତି ।

Ratha Jatra

Ratha Jatra

Advertisment

ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ଚାଲିଛି ବାହୁଡ଼ା ଯାତ୍ରା ପ୍ରସ୍ତୁତି । ତିନି ରଥର ଦକ୍ଷିଣ ମୋଡ କରାଯାଉଛି । ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରୁ ଟଣା ହୋଇ ନାକଚଣା ଦ୍ୱାର ଆଗରେ ଲାଗିବ ତିନି ରଥ । ଦକ୍ଷିଣ ମୋଡ଼ ସମୟରେ ଦେବୀ ସୁଭଦ୍ରାଙ୍କ ରଥ ପ୍ରଥମେ ଟଣାଯାଇଛି । ଏହା ପରେ ତାଳଧ୍ୱଜ ଓ ନନ୍ଦିଘୋଷ ଟଣାଯାଉଛି ।

Advertisment

ଶ୍ରୀମନ୍ଦିର ଅଧିକାରୀ, କର୍ମଚାରୀ ଓ ପୋଲିସ କର୍ମଚାରୀମାନେ ରଥକୁ ଦକ୍ଷିଣ ମୋଡ଼ କରାଉଛନ୍ତି । ଦକ୍ଷିଣ ମୋଡ଼ ପାଇଁ ରଥକୁ ଆବଶ୍ୟକତା ଅନୁସାରେ ଆଗ ପଛ କରାଯାଉଥିବାରୁ ବିଶେଷ କରି ଏଥିରେ ଭକ୍ତମାନଙ୍କୁ ଜଡ଼ିତ କରାଯାଏ ନାହିଁ । ରଥ ଟାଣିବା ପାଇଁ ସିନା ଭକ୍ତ ରହନ୍ତି ନାହିଁ, କିନ୍ତୁ ଘଣ୍ଟୁଆମାନେ ଘଣ୍ଟ ବଜାଇବା ଏବଂ ରଥକୁ ସଠିକ ମାର୍ଗରେ ନେବା ପାଇଁ ଡାହୁକମାନେ ଉପସ୍ଥିତି ରହିଥାନ୍ତି ।

ଗତକାଲି ଶ୍ରୀକ୍ଷେତ୍ରରେ ସରିଛି ହେରା ପଞ୍ଚମୀ ନୀତି । ବିଧି ପରମ୍ପରା ଅନୁଯାୟୀ, ଆଡ଼ପ ମଣ୍ଡପରେ ବିରାଜିତ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିଥିଲେ । ତେବେ ମହାପ୍ରଭୁଙ୍କ ଦର୍ଶନ ନପାଇ ରାଗ ଜର୍ଜରିତ ହୋଇ ମା’ ମହାଲକ୍ଷ୍ମୀ ଫେରିବା ବେଳେ ନନ୍ଦିଘୋଷ ରଥର କିଛି ଅଂଶ ଭାଙ୍ଗିଥିଲେ।

Advertisment

ଏହି ଅନନ୍ୟ ନୀତି ସହ ମା’ ଲକ୍ଷ୍ମୀଙ୍କ ଦର୍ଶନ ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଅପେକ୍ଷା କରି ରହିଥିଲେ । କିନ୍ତୁ ଦ୍ୱିତୀୟ ଭୋଗ ମଣ୍ଡପ ନୀତିରେ ବିଳମ୍ବ ଯୋଗୁ ହେରାପଞ୍ଚମୀ ନୀତିରେ ମଧ୍ୟ ବିଳମ୍ବ ହୋଇଥିଲା । ଏପରିକି ମା’ ଲକ୍ଷ୍ମୀ ଠାକୁରାଣୀ ରାତି ୩ଟାରେ ଶ୍ରୀମନ୍ଦିରରୁ ବାହାରିଥଲେ ।

Lord Jagannath Sri Jagannath Temple Ratha Jatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ