Advertisment

ରଥଯାତ୍ରାରେ ପୁରୀ ଆସୁଛନ୍ତି କି ? ଜାଣନ୍ତୁ କେଉଁଠି ଗାଡ଼ି ପାର୍କିଂ କରିବେ...

ପୁରୀ ରଥଯାତ୍ରା ପାଇଁ ଟ୍ରାଫିକ ପ୍ଲାନ୍‌ ପ୍ରସ୍ତୁତ ହୋଇଛି। ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ପୁରୀକୁ ୩ ଭାଗରେ ବିଭକ୍ତ କରାଯାଇଛି। ୧୪ଟି ସେକ୍ଟର ଓ ୨୯ଟି ଜୋନ୍‌ରେ ବିଭକ୍ତିକରଣ କରାଯାଇଛି।

ଅଦ୍ୟତନ ହୋଇଛି
Puri Ratha Jatra: Traffic Route Chart Released

Puri Ratha Jatra: Traffic Route Chart Released

Advertisment

ରଥଯାତ୍ରା ପାଇଁ ପୋଲିସ୍ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। କେମିତି ରଥ ଟଣା ଯିବ, ସେନେଇ ପୁରୀ  ରିଜର୍ଭ ପୋଲିସ୍ ଲାଇନ ପଡ଼ିଆରେ ମକ୍‌ଡ୍ରିଲ୍‌ ହୋଇଛି। ବିଶେଷ କରି ତିନି ରଥର ସୁରକ୍ଷା, ରଥର ଇନର୍ ଓ ଆଉଟର କର୍ଡନ, ଜେନେରାଲ କର୍ଡନ ଦାୟିତ୍ୱରେ ଯେଉଁ ପୋଲିସ୍‌ ଅଧିକାରୀ ଓ କର୍ମଚାରୀ ରହିବେ ସେମାନଙ୍କୁ ନେଇ ହିଁ ଏହି ମକ୍‌ଡ୍ରିଲ୍‌ କରାଯାଇଛି। ଏଡିଜି ନିଜେ ଏହି ମକ୍‌ଡ୍ରିଲ୍‌ର ସମୀକ୍ଷା କରିଥିବା ବେଳେ ସୁରକ୍ଷା ବ୍ୟବସ୍ଥାର ମଧ୍ୟ ଅନୁଧ୍ୟାନ କରିଛନ୍ତି। 

Advertisment

ରଥଯାତ୍ରା ଭଳି ଅବିକଳ ରଥଟଣାର ଡେମୋ କରାଯାଇଛି। ତିନୋଟି ପୋଲିସ୍‌ ଜିପ୍‌କୁ ତିନୋଟି ରଥ ଭାବେ ନିଆଯାଇ କର୍ଡନ ମଧ୍ୟରେ କରାଯାଇଥିଲା ରଥ ଟଣା। ଭିଡ଼ ମଧ୍ୟରେ ରଥ ଗୁଡିକ କିଭଳି ଟଣାଯିବ, ଇନର ଓ ଆଉଟର କର୍ଡନ କିଭଳି ରହିବ ଓ ମାଜିଷ୍ଟ୍ରେଟଙ୍କ ଦ୍ୱାରା ରଥ କିଭଳି ନିୟନ୍ତ୍ରଣ କରାଯିବ ତାହାର ଅଭ୍ୟାସ ଓ ପ୍ରଶିକ୍ଷଣ କରାଯାଇଥିଲା। 

ସେପଟେ ପୁରୀ ରଥଯାତ୍ରା ପାଇଁ ଟ୍ରାଫିକ ପ୍ଲାନ୍‌ ପ୍ରସ୍ତୁତ ହୋଇଛି। ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ପୁରୀକୁ ୩ ଭାଗରେ ବିଭକ୍ତ କରାଯାଇଛି। ୧୪ଟି ସେକ୍ଟର ଓ ୨୯ଟି ଜୋନ୍‌ରେ ବିଭକ୍ତିକରଣ କରାଯାଇଛି। ଏହି ସମସ୍ତ ରୁଟ୍‌ରେ ପ୍ରବେଶ ଓ ପ୍ରସ୍ଥାନ ଏବଂ ସମସ୍ତ ଗତିବିଧିର ମନିଟରିଂ ପାଇଁ କୁମ୍ଭାରପଡ଼ା ଥାନାକୁ କଣ୍ଟ୍ରୋଲ ରୁମ୍ ରହିବ। ୨୪ଟି ପାର୍କିଂ ବ୍ୟବସ୍ଥା କରାଯାଇଛି। 

Advertisment

ରଥଯାତ୍ରାରେ କେମିତି ଆସିବେ ପୁରୀ ?

  • ରାଜ୍ୟ ବାହାରୁ ଆସୁଥିବା ବସ୍ ମାଳତୀପାଟପୁର ବସ୍‌ଷ୍ଟାଣ୍ଡରେ ରହିବ। ବାକି ଅନ୍ୟ ବସ୍ ମାଳତୀପାଟପୁର ଦେଇ ତାଳବଣିଆରେ ପାର୍କିଂ ହେବ।
  • ବିଶେଷ ଭାବେ ଭୁବନେଶ୍ୱରରୁ ଆସୁଥିବା ୪ ଚକିଆ ଯାନ ମାଳତୀପାଟପୁର ଦେଇ ତାଳବଣିଆରେ ପାର୍କିଂ ହେବ
  • କୋଣାର୍କରୁ ଆସୁଥିବା ୪ ଚକିଆ ଯାନ ଗ୍ରିଡ୍ ଷ୍ଟେସନ ଦେଇ ITI, ଭୂଦାନ ଗ୍ରାଉଣ୍ଡ ଏବଂ ଇନ୍‌ଡୋର ଷ୍ଟାଡିୟମରେ ପାର୍କିଂ ହେବ
  • ବ୍ରହ୍ମଗିରି ପଟୁ ଆସୁଥିବା ୪ ଚକିଆ ମଙ୍ଗଳାଘାଟ ଦେଇ ଫ୍ଲୋରିସ୍ ଇଣ୍ଡିଆରେ ପାର୍କିଂ ହେବ
  • ଭୁବନେଶ୍ୱର ଦେଇ ଆସୁଥିବା ଦୁଇ ଚକିଆ ଯାନ ମଙ୍ଗଳାଘାଟ ବାଇପାସ୍ ହୋଇ ଜଗନ୍ନାଥବଲ୍ଲଭ ଓ ମଶାଣୀ ଚଣ୍ଡିରେ ପାର୍କିଂ ହେବ
  • କୋଣାର୍କରୁ ଆସୁଥିବା ଦୁଇ ଚକିଆ ଯାନ ସୁବାଷ ବୋଷ ଛକ ଦେଇ ବ୍ଲୁ ଫ୍ଲାଗ ଓ ନୀଳାଚଳ ଅଶୋକ ପାର୍କିଂରେ ରହିବା
  • ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ମାଗଣାରେ ଇ-ଯାନ ବ୍ୟବସ୍ଥା କରାଯାଇଛି। ଏହାଛଡ଼ା ସ୍ଥାନୀୟ ଲୋକ ଯା’ଆସ ପାଇଁ ପରିଚୟ ପତ୍ର ଦେଖାଇ ପାରିବେ। 
Ratha Jatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ