Puri Rath Jatra
ଆଜି ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥି। ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରା ଲାଗି ଚଳଚଞ୍ଚଳ ପୁରୀ। ଏଥର କରୋନା କଟକଣା ହଟିଥିବାରୁ ପୁଣି ଶ୍ରୀକ୍ଷେତ୍ର ମୁହାଁ ଅଗଣିତ ଭକ୍ତ। ରତ୍ନବେଦି ଛାଡ଼ି ଜନ୍ମବେଦିକୁ ଯାତ୍ରା କରିବେ ତିନି ଠାକୁର। ଜନ୍ମବେଦିକୁ ନବଦିନାତ୍ମକ ଯାତ୍ରାରେ ବାହାରିଛନ୍ତି ତିନି ଠାକୁର। ତିନି ଠାକୁରଙ୍କ ଲାଗି ଉଭୟ ରଥ ଓ ପଥ ପ୍ରସ୍ତୁତ ରହିଛି।
ସେପଟେ ରଥ ଉପରେ ଶ୍ରୀଜିଉଙ୍କ ଦର୍ଶନ ଲାଗି ଭକ୍ତ ବ୍ୟାକୁଳ ହୋଇପଡ଼ିଛନ୍ତି। ନିର୍ଦ୍ଧାରିତ ସମୟର ୩ ଘଣ୍ଟା ପୂର୍ବରୁ ନୀତିକାନ୍ତି ଆଗେଇ ଚାଲିଛି। ପ୍ରଥମେ ଚକ୍ରରାଜ ଶ୍ରୀସୁଦର୍ଶନ ରଥାରୂଢ ହୋଇଥିଲେ। ଏହାପରେ ଶ୍ରୀବଳଭଦ୍ରଙ୍କ ପହଣ୍ଡି ବିଜେ ତା’ପରେ ଦେବୀ ସୁଭଦ୍ରା ଓ କାଳିଆ ସାଆନ୍ତଙ୍କ ପହଣ୍ଡି ବିଜେ ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1656642116.jpg)