Advertisment

Rath Yatra: ରଥ-ପଥ ପ୍ରସ୍ତୁତ, ୨୭୫ ସିସିଟିଭି ନଜରରେ ଶ୍ରୀକ୍ଷେତ୍ର

ବଡଦାଣ୍ଡରେ ବଡ଼ ପ୍ରସ୍ତୁତି । ଦିନକ ପରେ ଗଡ଼ିବ ରଥ । ମହାପ୍ରଭୁଙ୍କ ଅପେକ୍ଷାରେ ତିନି ରଥ । ଶୃଙ୍ଖଳିତ ରଥଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି । AI ସିସିଟିଭି ସହ ଏଥର ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା ହୋଇଛି।

ଅଦ୍ୟତନ ହୋଇଛି
Rath Yatra 2025

Rath Yatra 2025

Advertisment

ଦିନକ ପରେ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା । ଅଣସର ଘରୁ ଫେରିବେ ଶ୍ରୀଜିଉ । ବଡଦାଣ୍ଡରେ ରଥ ଉପରେ ଦେବେ ଦର୍ଶନ। ଆସନ୍ତାକାଲି ନବଯୌବନ ଦର୍ଶନ । ଏପଟେ ମହାପ୍ରଭୁଙ୍କ ଅପେକ୍ଷାରେ ତିନି ରଥ । ରଥରେ ଶେଷ ସ୍ପର୍ଶ ଦେଉଛନ୍ତି ରୂପକାର ଓ ଚିତ୍ରକର ସେବକ । ରଥଯାତ୍ରା ପାଇଁ ବ୍ୟାପକ ହୋଇଛି ସୁରକ୍ଷା ବ୍ୟବସ୍ଥା । ପ୍ରଥମ ଥର ଲାଗି ରଥଯାତ୍ରାରେ ମୁତୟନ ରହିବେ NSG ସ୍ନାଇପର୍ସ । AI ସିସିଟିଭି ସହ ଏଥର ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା ବି ହୋଇଛି।

Advertisment

ପୁରୀକୁ ଜଗିବେ ପ୍ରାୟ ୧୦ ହଜାର ପୋଲିସ । ଆଣ୍ଟି ଡ୍ରୋନ୍ ସିଷ୍ଟମ ସହ ଡଗ୍ ସ୍କ୍ବାଡ୍ ଏବଂ ୨ ଶହ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ବିଏସଏଫ୍, ସିଆରପିଏଫ୍, ରାପିଡ୍ ଆକ୍ସନ ଫୋର୍ସକୁ ମିଶାଇ ୮ କମ୍ପାନୀ ଫୋର୍ସ ରଥଯାତ୍ରାରେ ମୁତୟନ ରହିବେ। ୮ଟି ଭାଗରେ ସୁରକ୍ଷା ଓ ଶୃଙ୍ଖଳା ବ୍ୟବସ୍ଥାକୁ ବିଭକ୍ତ କରିଛି ପୋଲିସ । ଟ୍ରାଫିକ୍ , ମନ୍ଦିର ଇନର, ଇନର କର୍ଡନ, କ୍ରାଉଡ୍ କଣ୍ଟ୍ରୋଲ ବ୍ୟବସ୍ଥା ହୋଇଛି। ମୋଟ୍ ୨୭୫ଟି ସିସିଟିଭି ନଜରରେ ରହିବ ଶ୍ରୀକ୍ଷେତ୍ର । ଉତ୍ତରାରୁ ପୁରୀ, ପୁରୀରୁ କୋଣାର୍କ ସିସିଟିଭି ନଜରରେ ରହିବ । ଲାଇଭ୍ ଫିଡ୍ ଦେଖି ସବୁ କିଛି କଣ୍ଟ୍ରୋଲ ରୁମ୍ ରୁ କଣ୍ଟ୍ରୋଲ ହେବ । ପ୍ରାୟ ୨ ଶହ ପ୍ଲାଟୁନ ଫୋର୍ସ ସୁରକ୍ଷା ଦାୟିତ୍ବରେ ରହିବେ । ଆକାଶ ମାର୍ଗରୁ ଏରିୟଲ ସର୍ଭେ କରି ତୀକ୍ଷ୍ଣ ନଜର ରଖାଯିବ । ଉପକୂଳରେ ତଟରକ୍ଷୀ, ମେରାଇନ ପୋଲିସ ପାଟ୍ରୋଲିଂ କରିବେ । 

ଅଧିକ ପଢନ୍ତୁ: ବର୍ଷାରେ ଭିଜିବ ରଥଯାତ୍ରା, ଏହି ଦିନ ଯାଏଁଁ ପ୍ରବଳ ଛେଚିବ...

Puri Jagannath Temple Rath Yatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ